ସିବିଏସଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ପାଇଁ କୌଣସି ତାରିଖ ଘୋଷଣା କରି ନାହିଁ।

Education False

କୋରୋନା ସଂକ୍ରମଣ ଦେଶରେ କମିବାର ନାଁ ଧରୁନି। କୋରୋନା ସଂକ୍ରମଣ ପାଇଁ ସମସ୍ତ ସ୍କୁଲ କଲେଜ ଏବଂ ଶିକ୍ଷାନୁଷ୍ଠାନ ବନ୍ଧ ହୋଇଛି। ବୋର୍ଡ ପରିକ୍ଷା ଏବଂ ଏହାର ଫଳାଫଲ ବାହାରିବାରେ ମଧ୍ୟ ଅନେକ ବିଳମ୍ବ ହେବାରେ ଲେଗିଛି।  ଏଥିମଧ୍ୟରେ CBSE ଦଶମ ଏବଂ +2 ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳାଫଲ ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି। ଦାବି କରାଯାଇଛି ଯେ, 11ରେ ଦ୍ୱାଦଶ ଶ୍ରେଣୀ ଏବଂ 13ରେ ଦଶମ ଶ୍ରେଣୀର ଫଳାଫଲ ପ୍ରକାଶ ପାଇବ। 10 ଜୁଲାଇରେ Shasankasehar Samal ନାମକ ଜଣେ ଫେସବୁକ ୟୁଜର ଏହା ଦାବି ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। 

ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଆଜି ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା ହୋଇଛି । ଆସନ୍ତା ୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଜୁଲାଇ ୧୧ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ସେହିପରି ୧୩ରେ ଦଶକ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ମିଳିଛି । cbseresults.nic.in, results.nic.in, cbse.nic.in ୱେସାଇଟରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖିପାରିବେ ।ଉଲ୍ଲେଖଯୋଗ୍ୟ ଯେ ଦେଶ ଓ ରାଜ୍ୟରେ କରୋନା ଆତଙ୍କ ଦେଖା ଦେଇଥିବାରୁ ସ୍କୁଲଠାରୁ ଆରମ୍ଭ କରି କଲେଜ ମଧ୍ୟ ବନ୍ଦ ରହିଥିଲା । ଏଥିସହିତ ସମସ୍ତ ପରୀକ୍ଷା ଓ ଆଗରୁ ହୋଇଥିବା ପରୀକ୍ଷା ଖାତା ଦେଖା ମଧ୍ୟ ବନ୍ଦ ଥିଲା । କିନ୍ତୁ ଏବେ ସିବିଏସିଇର ରେଜଲ୍ଡ ପ୍ରକାଶ ପାଇବା ନେଇ ସୂଚନା ରହିଛି

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଥିଲା। ତଳୋ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook Archive

9 ଜୁଲାଇରେ Malaya Bag  ନାମକ ଜଣେ ଫେସବୁକ ୟୁଜର ମିଧ୍ୟ ଏହା ପୋଷ୍ଟ କରିଛନ୍ତି। ସେ ତାଙ୍କ ପୋଷ୍ଟେର କେନ୍ଦ୍ରୀୟ ମିଧାୟମିକ ଶିକ୍ଷା ବୋର୍ଡର ଏକ ନୋଟିସ ମଧ୍ୟ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, 11 ରେ ସିବିଏସଇର ଦ୍ୱାଦଶ ଏବଂ 13ରେ ସିବିଏସଇର ଦଶମ ବୋର୍ଡ ପରିକ୍ଷା ଫଳ ପ୍ରକାଶିତ ହେବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଏନେକ ଲୋକ ଦେଖି ସାରିଛନ୍ତି। ତଳୋ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook 

ତେବେ କଣ 11ରେ ସିବିଏସଇ ଦ୍ୱାଦଶ ବୋର୍ଡ ଏବଂ 13ରେ ସିବିଏସଇ ଦଶମ ବୋର୍ଡର ପରିକ୍ଷା ଫଳ ପ୍ରକାଶ ପାଇବ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପୋଷ୍ଟ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ପୋଷ୍ଟକୁ ନେଇ କିଛି ଲିଙ୍କ ମିଳିଲା। ସର୍ବପ୍ରଥମେ ସିବିଏସଇ ଅଫିସିଆଲ୍  Twitter ପେଜରେ ଭାଇରାଲ ପୋଷ୍ଟ ଏବଂ ନେଟିସ ସମ୍ପର୍କରେ ସୂଚନା ମିଳିଲା। ଖବର ଅନୁସାରେ ସିବିଏସଇ ବୋର୍ଡ 11 ଏବଂ 13 ଜୁଲାଇର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ହେବା ନେଇ ଭାଇରାଲ ପୋଷ୍ଟକୁ ମିଥ୍ୟା କହିଛି। ଏବଂ ଭାଇରାଲ ନୋଟିସ ଉପରେ ଫେକ ଲୋକ ଲଗାଇ ସେୟାର କରାଯାଇଛି। ସିବିଏସଇ ବୋର୍ଡ ସ୍ପଷ୍ଟ କରିଛି ଯେ, ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Twitter Archive

ଏହା ପରେ ଆମକୁ PIB fact checkମଧ୍ୟ ଏକ ପୋଷ୍ଟ ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। 11 ଏବଂ 13 ଡୁଲାଇରେ ସିବିଏସଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ ବାହାରିବା ନାହିଁ। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।

 ଏଠାରେ ଲିଙ୍କ ଦେଖନ୍ତୁ- Twitter Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ସିବିଏସଇ 11 ଏବଂ 13 ଜୁଲାଇରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା  ଫଳାଫଳ ନେଇ କୌଣସି ନୋଟିସ କାଢ଼ି ନାହିଁ। ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। 

Avatar

Title:ସିବିଏସଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ପାଇଁ କୌଣସି ତାରିଖ ଘୋଷଣା କରି ନାହିଁ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *