
କୋରୋନା ଭାଇରସ୍ ପାଇଁ ଦେଶରେ ଆର୍ଥକ ସ୍ଥିତି ଖରାପ ହେବାରେ ଲାଗିଛି। ଏଥିଲାଗି କେନ୍ଦ୍ର ସରକାର ସରକାରି କର୍ମିଚାରିଙ୍କ ଭତ୍ତା ଏବଂ ମାସିକ ଗୋଟେ ଦିନର ଦରମା କାଟିବା ନେଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହା ପାଇଁ ଦେଶରେ ମଧ୍ୟମ ବର୍ଗର ସରକାରି କର୍ମଚାରିଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ସରକାର ଭତ୍ତା କାଟିବା ସହ କର୍ମଚାରିଙ୍କର ଏଲଟିସି, ଲିଭ୍ ଏନକ୍ୟାସମେଣ୍ଟ, ମେଡ଼ିକାଲ ବିଲ ଭତ୍ତା କାଟିବା ଖବର ମଧ୍ୟ ଭାଇରାଲ ହେଉଛି। ଓଡ଼ିଶା Next ନାମକ ପେଜରେ ଏହି ଖବର ପ୍ରକାଶିତ କରାଯାଇଛି। ପେଜରେ 27 ଏପ୍ରଲ୍ ରେ ପ୍ରକାଶିତ କରାଯାଇଛି। ପେଜରେ ଲେଖା ଯାଇଛି ଯେ, କରୋନା ସଙ୍କଟ ଓ ଲକ୍ ଡାଉନ୍ ଯୋଗୁଁ କେନ୍ଦ୍ର ସରକାର ଏବେ କର୍ମଚାରୀମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା ଆସନ୍ତା ବର୍ଷ ପର୍ଯ୍ୟନ୍ତ ନ ଦେବାପାଇଁ ଠିକ୍ କରିଛନ୍ତି । ଏହା ସହ ସେମାନଙ୍କର ଗୋଟିଏ ଦିନର ଦରମା ପିଏମ୍ କେୟାର୍ସ ଫଣ୍ଡକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ଆର୍ଥକ ମାନ୍ଦାବସ୍ଥା ଓ କରୋନା ସଙ୍କଟକୁ ଟାଳିବା ପାଇଁ ଅନ୍ୟ ଭତ୍ତା ବନ୍ଦ କରିବାପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ପାରନ୍ତି ବୋଲି ସୂଚନା ମିଳିଛି । ଅର୍ଥ ମନ୍ତ୍ରାଳୟ ଏବେ ଅନ୍ୟ ଖର୍ଚ୍ଚ କାଟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପେ କର୍ମଚାରୀମାନଙ୍କର ଏଲ୍ଟିସି, ଲିଭ୍ ଏନ୍କ୍ୟାଶମେଣ୍ଟ , ମେଡିକାଲ୍ ବିଲ୍ ଓ ପୁରୁଣା ବକେୟା ରହିଛି । ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତି- ଓଡ଼ିଶା Next । Archive
ତେବେ କ’ଣ କେନ୍ଦ୍ର ସରକାର ସରକାରି କର୍ମିଚାରିଙ୍କ ଭତ୍ତା ସହ ଏଲ୍ଟିସି, ଲିଭ୍ ଏନ୍କ୍ୟାଶମେଣ୍ଟ , ମେଡିକାଲ୍ ବିଲ୍ ଭତ୍ତା ମଧ୍ୟ ନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଏହି ଖବରକୁ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ 27 ଏପ୍ରଲରେ PIBର ଟ୍ୱିଟରର ଏକ ପୋଷ୍ଟ ମିଳିଲା। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ଖବର ମିଥ୍ୟା ଅଟେ। ହିନ୍ଦୁସ୍ତାନ ନ୍ୟୁଜ ପେଜରେ ଏହି ଖବର ପୋଷ୍ଟ କରାଯାଇଥିଲା। ଖବରରେ ଲେଖା ଯାଇଥିଲା ଯେ, କୋରୋନା କୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସମସ୍ତ ସରକାରି କର୍ମଚାରିଙ୍କ ଭତ୍ତା ସହ ଏଲ୍ଟିସି, ଲିଭ୍ ଏନ୍କ୍ୟାଶମେଣ୍ଟ , ମେଡିକାଲ୍ ବିଲ୍ ଭତ୍ତା ମଧ୍ୟ ନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ PIB ଟ୍ୱିଟକରି ସ୍ପଷ୍ଟ କରିଛି ଯେ, ସରକାର ଦ୍ୱାରା ଏପରି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେଣୁ ଏହି ସମ୍ବାଦ ସମ୍ପୁର୍ଣ୍ଣ ଭୁଲ ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏଥିରୁ ସ୍ପଷ୍ଟ ହେଉଛି ଯେ, କୋରୋନା କୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସମସ୍ତ ସରକାରି କର୍ମଚାରିଙ୍କ ଭତ୍ତା ସହ ଏଲ୍ଟିସି, ଲିଭ୍ ଏନ୍କ୍ୟାଶମେଣ୍ଟ , ମେଡିକାଲ୍ ବିଲ୍ ଭତ୍ତା ନ ଦେବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, କୋରୋନା କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ସରକାରି କର୍ମଚାରିଙ୍କ ଭତ୍ତା ସହ ଏଲ୍ଟିସି, ଲିଭ୍ ଏନ୍କ୍ୟାଶମେଣ୍ଟ , ମେଡିକାଲ୍ ବିଲ୍ ଭତ୍ତା ନ ଦେବାପରି କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

Title:କୋରୋନା କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ସରକାରି କର୍ମଚାରିଙ୍କ ଭତ୍ତା ସହ ଏଲ୍ଟିସି, ଲିଭ୍ ଏନ୍କ୍ୟାଶମେଣ୍ଟ , ମେଡିକାଲ୍ ବିଲ୍ ଭତ୍ତା ନ ଦେବାପରି କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
Fact Check By: Saritadevi SamalResult: False