
ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଭାଷଣର ଏକ କ୍ଲିପିଂ ଭାଇରାଲ ହେଉଛି। ଭିଡିଓ ମୋଦୀ ଜୀ ଏବଂ ବିଜେପି ଦ୍ୱାରା ସେୟାର କରାଯାଇଛି ଯେଉଁଠାରେ ସେ ଶୁଣିବାକୁ ମିଳୁଛି ଯେ, ହିନ୍ଦୁସ୍ତାନର ଦେଶବାସୀ, ତୁମର ଭବିଷ୍ୟତ ନରେନ୍ଦ୍ର ମୋଦୀଙ୍କ ହାତରେ ଏବଂ ଯଦି ତୁମେ ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁଛ। ହଁ, ତା’ପରେ ନରେନ୍ଦ୍ର ମୋଦୀଙ୍କୁ ତୁମର ବର୍ତ୍ତମାନର ସମୟ ଦିଅ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ଏଡ଼ିଟ୍ କରାଯାଇ ମିଥ୍ୟା ଦାବିରେ ସ୍ପଷ୍ଟ ହେଲା।
ଦେବବ୍ରତ ମହାନ୍ତି ପୁପୁ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, କଥାରେ ଅଛି ହନୁ ମଲା ପୂର୍ବରୁ ସତକଥା କୁହେ ତାହେଲେ କଣ ହନୁର ମୃତ ସମୟ ନିକଟ ଆସୀନ୍ନ ? ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଲୋକଙ୍କୁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ପାଇଁ କହୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ନେଇ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Indian National Congress ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 13 ଜାନୁଆରି 2017ରେ ପୋଷ୍ଟ କରାଯାଇଛି। ଖବର ଅନୁାସେର ଭିଡିଓର 18.40 ପରଠାରୁ ଭାଇରାଲ ଭିଡିଓ ଦେଖିବାକୁ ମିଳୁଛି। କଂଗ୍ରେସର ଅଫିସିଆଲ ୱେବସାଇଟ୍ ଅନୁଯାୟୀ ଦେଶର ଜନସାଧାରଣ ସମ୍ମୁଖୀନ ହେଉଥିବା ଅନେକ ଅସୁବିଧାକୁ ହଟାଇବା ପାଇଁ ମୋଦୀ ଜିଙ୍କ ବିମୁଦ୍ରୀକରଣ। ଭାଷଣ ସମୟ 18:40 ରୁ 19:10 ପର୍ଯ୍ୟନ୍ତ, ଗାନ୍ଧୀ ଶୁଣିବାକୁ ମିଳେ, ମୋଦିଙ୍କ ବିମୁଦ୍ରୀକରଣର ବାର୍ତ୍ତା କ’ଣ? ଭାରତର ଦେଶବାସୀ, ଆପଣଙ୍କର ଭବିଷ୍ୟତ ନରେନ୍ଦ୍ର ମୋଦୀଙ୍କ ହାତରେ ଅଛି ଏବଂ ଯଦି ଆପଣ ଏକ ସୁବର୍ଣ୍ଣ ଭବିଷ୍ୟତ ଚାହୁଁଛନ୍ତି, ତେବେ ନରେନ୍ଦ୍ର ମୋଦୀଙ୍କୁ ଆପଣଙ୍କର ବର୍ତ୍ତମାନର ସମୟ ଦିଅନ୍ତୁ । ତେବେ କଣ ମୋଦୀ ଏକା ବୁଦ୍ଧୀମାନ। ଭାରତର ସମସ୍ତ ଲୋକ ମୁର୍ଖ ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ତେବେ ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓକୁ ବିଶ୍ଳେଷଣ କରିଲୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଲୋକଙ୍କୁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ପାଇଁ କହୁଥିବା ଭିଡିଓ ଏଡ଼ିଟ୍ କରାଯାଇଛି।

Title:ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଲୋକଙ୍କୁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ପାଇଁ କହୁଛନ୍ତି ?
Fact Check By: Saritadevi SamalResult: False
