ବିବାହ ସମୟରେ ବର ଗୁଟଖା ଖାଇଥିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ମାରୁଥିବାର ଏହି ସମ୍ବାଦ ପଛରେ ପ୍ରକୃତ ଘଟଣା ଜାଣନ୍ତୁ।

Satire Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସମ୍ବାଦ ବହୁତ ଭାଇରାଲ ହେବାରେ ଲାଗିଛି। ଖବର ଅନୁଯାୟୀ ଏକ ବେଦିରେ ବିବାହ ସମୟରେ ବର ଗୁଟଖା ଖାଇଥିବାରୁ ତାଙ୍କର ସ୍ତ୍ରୀ ତାଙ୍କୁ ମାରିଛନ୍ତି। ଏହି ଖବର ନେଇ ଗଣମାଧ୍ୟମରେ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଚ୍ଚି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ପ୍ରଥମେ ବିବାହ କରାଉଥିବା ପଣ୍ଡିତଙ୍କ ସହିତ କିଛି ବାର୍ତ୍ତାରେ ଝଗଡା କରୁଛନ୍ତି ଏବଂ ତାହା ପରେ ସେ ନିଜ ସ୍ଵାମୀ ସହିତ ଝଗଡା କରି ତାଙ୍କୁ ଗୁଟଖା ଖାଉଥିବା କାରଣରୁ ମାରୁଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓର ଅନୁସନ୍ଧାନ କରି ଏହାର ଦାବିକୁ ମିଥ୍ୟା ବୋଲି ପାଇଲା, କାରଣ ଏହି ଭିଡିଓ ଏକ ସତ୍ୟ ଘଟଣା ନୁହେଁ, ବରଂ ଏକ ହାସ୍ୟ ନାଟକ ଅଟେ। ନିମ୍ନରେ ଆମ ଅନୁସନ୍ଧାନର ବିବରଣୀ ପଢନ୍ତୁ। ହାସ୍ୟ ନାଟକର ଏକ ଭିଡିଓକୁ ବ୍ୟଙ୍ଗାତ୍ମକ ଭାବରେ ସତ୍ୟ ଘଟଣା କହି ଭାଇରାଲ କରା ଯାଉଛି। 

fb.jpg

Facebook | Odia Scraps | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଘଟଣା ଜଡିତ ସମାନ ଭିଡିଓ ୪ ଏପ୍ରିଲ ୨୦୨୦ ରେ ୟୁଟ୍ୟୁବରେ ଚନ୍ଦନ ମିଶ୍ର ନାମକ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହା ୧୧ ମିନିଟର ଭିଡିଓ ଅଟେ ଯେଉଁଥିରେ ପୁରା ଘଟଣା ଦେଖି ହେବ। 

ଭିଡିଓ ଆରମ୍ଭରୁ ଆପଣ ଦେଖି ପାରିବେ ଯେ ଜଣେ ବ୍ୟକ୍ତି ବିବାହ ପାଇଁ ସଜସାଜ ହୋଇ ଘରୁ ବାହାରିଛନ୍ତି ଏବଂ ଗୀତ ଗାଉଛନ୍ତି। ଏହା ପରେ ସେ ବେଦିରେ ପହଞ୍ଚି ବିବାହ ପାଇଁ ବସିଛନ୍ତି। କିଛି ସମୟ ପରେ ବେଦିରେ ବସିଥିବା ଜଣେ ବ୍ୟକ୍ତି ଗୁଟଖା ଖାଇବାକୁ ଲାଗିଲେ। ଏହା ପରେ ସେ ବରକୁ ସେହି ଗୁଟଖା ଖାଇବାକୁ ଦେଲେ। ଏହା ଦେଖି ତାଙ୍କ ସ୍ତ୍ରୀ ରାଗି ନିଜ ମାଁକୁ କହୁଛନ୍ତି ଯେ ଏହି ବ୍ୟକ୍ତିଙ୍କ ସହିତ ବିବାହ କରିବେନି ଏବଂ ବାରକୁ ସେହି ବେଦିରେ ମାରିବାକୁ ଲାଗିଲେ।

ଭିଡିଓ ଦେଖିଲା ପରେ ଆମକୁ ତାହା ତଳେ ‘ମୈଥିଲୀ କମେଡି ସୁପରଷ୍ଟାର ରାମଲାଲଙ୍କ କମେଡିର ଆନନ୍ଦ ଉଠାନ୍ତୁ’ ଲେଖା ଯାଇଥିବାକୁ ମିଳିଲା। 

YT.jpg

ଆମେ ଫେସବୁକରେ ଯାଇ ରାମଲାଲ ମୈଥିଲୀ କମେଡି ଲେଖି ସର୍ଚ କରିଲୁ। ଫଳାଫଳରେ ଆମକୁ ଏକ ଫେସବୁକ ଏକାଉଣ୍ଟ ମିଳିଲା ଯେଉଁଥିରେ ଉପରୋକ୍ତ ଭିଡିଓ ପରି ଅନ୍ୟ କମେଡି ଭିଡିଓ ପୋଷ୍ଟ ହେଇଥିଲା। ଏହି ଫେସବୁକ ଏକାଉଣ୍ଟରେ ଲାଗିଥିବା ପ୍ରୋଫାଇଲ ଫୋଟୋ ଭାଇରାଲ ଭିଡିଓ ରେ ଥିବା ବରର ଚେହେରା ସମାନ ଜଣା ପଡିଲା। ଏହା ଦ୍ଵାରା ଆମେ ସ୍ପଷ୍ଟ ହେଳୁ ଯେ ଭାଇରାଲ ଭିଡିଓରେ  ସମସ୍ତେ ଅଭିନୟ କରୁଛନ୍ତି ଏବଂ ବର ନିଜେ ଜଣେ ହାସ୍ୟ ଅଭିନେତା। 

ଭାଇରାଲ ସମ୍ବାଦରେ ଥିବା ବର ଏବଂ ଫେସବୁକ ପ୍ରୋଫାଇଲ ଫୋଟୋରେ ଥିବା ବ୍ୟକ୍ତି ସମାନ ବୋଲି ଆପଣ ନିମ୍ନରେ ଆମ ତୁଳନାରେ ଦେଖି ପାରିବେ। 

Copy of Horizontal Image Comparison.png

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଏକ ହାସ୍ୟ ଭିଡିଓ ଅଟେ। ଏହା ସତ୍ୟ ଘଟଣା ନୁହେଁ। ଏକ କମେଡି ଭିଡିଓ କ୍ଳିପ୍ କୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:ବିବାହ ସମୟରେ ବର ଗୁଟଖା ଖାଇଥିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ମାରୁଥିବାର ଏହି ସମ୍ବାଦ ପଛରେ ପ୍ରକୃତ ଘଟଣା ଜାଣନ୍ତୁ।

Fact Check By: Siddharth Sahu 

Result: Satire

Leave a Reply

Your email address will not be published. Required fields are marked *