
ନିକଟରେ ଇଂଲାଣ୍ଡର ମହାରାଣୀ ଏଲିଜାବେଥଙ୍କ ବିୟୋଗ ହୋଇଥିଲା। ଏହା ନେଇ ସଂସାରର ସମସ୍ତ ଦେଶ ନିଜ ଦୁଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ରାଣୀ ଏଲିଜାବେଥଙ୍କ ଦେହାନ୍ତରେ ଶୋକ ପାଳନ କରୁଛନ୍ତି ଏବଂ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଦ୍ଵାରା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଥିରେ ଇଂଲାଣ୍ଡରେ ରାଣୀଙ୍କ ନିବାସ ସ୍ଥାନ ବେକିଂଘମ ପେଲେସରେ ଲୋକଙ୍କ ଏକ ସମାଗମ ଦେଖିବାକୁ ମିଳିଛି। ଏହା ପରେ କିଛି ସ୍କୁଲ୍ ଛାତ୍ର ମାନେ ସେଠାରେ ହିନ୍ଦୁ ଧର୍ମ ଶ୍ଳୋକ ମଧ୍ୟ ଗାନ କରୁଥିବା ଦେଖିବାକୁ ମିଳିଛି।
ଦାବି ଅନୁଯାୟୀ, ଏହି ଭିଡିଓଟି ରାଣୀ ଏଲିଜାବେଥଙ୍କ ବିୟୋଗ ପର ଦୃଶ୍ୟ ଅଟେ ଏବଂ ଆୟୋଜିତ ହେଇଥିବା ଏକ ସଭାରେ ପ୍ରଥମ ଥର ପାଇଁ ସନାତନ ସଂସ୍କୃତି ର ବିଧି ବିଧାନ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏକ ଦଶକ ପୁରୁଣା ଭିଡିଓକୁ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରର ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ “ଇଂଲଣ୍ଡର ମହାରାଣୀ ଙ୍କ ପ୍ରଥମ ଥର ବାହାରେ ପାଶ୍ଚାତ୍ୟ ଭୂମିରେ ସନାତନ ସଂସ୍କୃତି ର ବିଧି ବିଧାନ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି”
ଆମ ଅନୁସନ୍ଧାନ:
ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସେଥିରେ ଗୋଟିଏ ସ୍ଥାନରେ ‘କୁଇନ୍ ବେଟନ୍ ରେଲି ୨୦୧୦ ବୋଲି ଲେଖା ହୋଇଛି।’

ଏହା ବାବଦ ଭିଡିଓରେ ଆମକୁ ଏକ ୱେବସାଇଟ www.wildfilmsindia.com ଉଲ୍ଲେଖ ହୋଇଥିବା ମିଳିଲା। ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଏହି ୱେବସାଇଟର ନାମର ଏକ ଅଫିସିଆଲ ଚ୍ୟାନାଲ ମିଳିଲା। ୨୨ ମଇ ୨୦୧୯ ମସିହାରେ ଆମେ ଏହ ଚ୍ୟାନାଲରେ ସମାନ ଭିଡିଓ ଅପ୍ଲୋଡ ହେଇଥିବା ପାଇଲୁ। ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ୨୦୧୦ ରେ ବେକିଂଘମ ପେଲେସରେ ଆୟୋଜିତ କୁଇନ୍ ବେଟନ୍ ରିଲେ ଅବସରରେ ସେଣ୍ଟ୍ ଜେମ୍ସ ସ୍କୁଲର ଛାତ୍ରଛାତ୍ରୀ ମାନେ ଶ୍ଳୋକର ଗାନ କରିଥିଲେ।
୩୦ ଅକ୍ଟୋବର ୨୦୦୯ ରେ ଏବିସି ନ୍ୟୁଜ୍ ଅଷ୍ଟ୍ରେଲିଆ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ଭାରତୀୟ ରାଷ୍ଟ୍ରପତି ପ୍ରତୀଭା ପାଟିଲ ଏବଂ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ 2010 କମନୱେଲଥ ଗେମ୍ସ ପାଇଁ ବ୍ୟାଟନ ରିଲେ ଆରମ୍ଭ କରିଛନ୍ତି।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, 2010 କମନୱେଲଥ୍ ଗେମ୍ସର ଗଣନା ରାଣୀଙ୍କ ବ୍ୟାଟନ୍ ରିଲେ ଆରମ୍ଭ ହେବା ସହିତ ଆରମ୍ଭ ହୋଇଥିଲା ଯେଉଁଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତୀଭା ପାଟିଲ ଏହି ସମାରୋହରେ ଯୋଗ ଦେଇଥିଲେ। ପ୍ରାଚୀନ ରିଗ୍ ବେଦରୁ ସଂସ୍କୃତ ପଦଗୁଡ଼ିକ ଜପ କରି ଏହି ଉତ୍ସବରେ ବ୍ରିଟିଶ ଛାତ୍ରମାନେ ଯୋଗ ଦେଇଥିଲେ।
ଏହି ଭାଇରାଲ୍ ଭିଡିଓକୁ XIX କମନୱେଲଥ୍ ଗେମ୍ସ ୨୦୧୦ ଦିଲ୍ଲୀର ଫେସବୁକ୍ ପୃଷ୍ଠାରେ 25 ନଭେମ୍ବର 2009 ରେ ମଧ୍ୟ ସେୟାର କରାଯାଇଥିଲା। ଭିଡିଓର କ୍ୟାପସନରେ ଦର୍ଶାଯାଇଛି ଯେ କୁଇନ୍ସ ବ୍ୟାଟନ୍ ରିଲେ 2010 ଦିଲ୍ଲୀ 29 ଅକ୍ଟୋବର 2009 ରେ ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସରେ ଲଞ୍ଚ କରାଯାଇଥିଲା ଏହି ବ୍ୟାଟନ୍ ଯେଉଁଥିରେ ମହାରାଣୀଙ୍କ ସନ୍ଦେଶ ଥିଲା ତାହା ସର୍ବ ପ୍ରଥମେ ଅଭିନବ ବିନ୍ଦରାଙ୍କୁ ଦିଆ ଯାଇଥିଲା। କମନୱେଲଥର ୭୧ ଟି ଦେଶରେ ବ୍ୟାଟନ୍ ରିଲେ କରିବା ଦ୍ଵାରା କମନୱେଲଥ୍ ଖେଳ ପ୍ରତି ଏକ ଉତ୍ସାହ ସୁଯୋଗ ପ୍ରଦାନ କରିଥାଏ।
୧୫ ସେପ୍ଟେମ୍ବର ଦିନ ସିଏନଏନ ରାଣୀ ଏଲିଜାବେଥଙ୍କର ଅନ୍ତିମ ସଂସ୍କାରର ଭିଡିଓର ଲାଇଭ୍ ପ୍ରସାରିତ କରିଥିଳୀ। ୧୪ ସେପ୍ଟେମ୍ବର ରାତ୍ରି ସମୟରେ ରାଣୀଙ୍କ ଶବ ୱେଷ୍ଟମିନଷ୍ଟରକୁ ନିଆ ଯାଇଥିଲା। ଏହି ରିପୋର୍ଟରେ ଆପଣ ମାନେ ବିଭିନ୍ନ ସମୟରେ ଅନ୍ତିମ ସଂସ୍କାର ଜଡିତ ବିଭିନ୍ନ ଘଟଣା ବିଷୟରେ ଦେଖି ପାରିବେ।
ଉପରୋକ୍ତ ରିପୋର୍ଟ ନୁଯାୟୀ ରାଣୀଙ୍କ ଅନ୍ତିମ ସଂସ୍କାର ୧୫ ସେପ୍ଟେମ୍ବରରେ ହେଇଥିଲା। କିନ୍ତୁ ଭାଇରାଲ ଭିଡିଓ ୧୨ ସେପ୍ଟେମ୍ବରରେ ସେୟାର କରା ଯାଇଥିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଦାବିର ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ସହିତ କୌଣସି ସମ୍ବନ୍ଧ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଲା। ୨୦୧୦ କମନୱେଲଥ୍ ଗେମ୍ସର ବ୍ୟାଟନ୍ ରିଲେ ଅବସରରେ ବେକିଂଘମ ପ୍ୟାଲାସରେ ଆୟୋଜିତ କାର୍ଯ୍ୟକ୍ରମର ଭିଡିଓକୁ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରର ଭିଡିଓ ଦାବି ସହିତ ପସେୟାର କରା ଯାଉଛି।

Title:ଦଶକ ପୁରୁଣା ଭିଡିଓକୁ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରର ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
