ଉଜ୍ଜେନର ଗାଫୁର ବସ୍ତି ଲୋକମାନେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ସେମାନଙ୍କର ବସ୍ତିକୁ ଭାଙ୍ଗିଦେଉଛନ୍ତି ?

False Social

ସୋସିଆଲ ମିଡିଆରେ ଉଜ୍ଜେନରେ କିଛିଲୋକ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା।  ସେହି ଭିଡିଓ ସହିତ ଲିଙ୍କ୍ କରି ବର୍ତ୍ତମାନ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଅନେକ ପୋଲିସ୍ ଠିଆ ହୋଇ ଜେସିବି ସାହାଯ୍ୟରେ ଏକ ବସ୍ତି ଭାଙ୍ଗିଥିବାର ଦେଖାଯାଉଛି।  ଭିଡିଓ ସହ ଦାବି କରାଯାଉଛି ଯେ, ଉଜ୍ଜେନର ଗାଫୋର ବସ୍ତିର ଲୋକମାନେ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ଜେସିବି ସାହାର୍ଯ୍ୟରେ ସେମାନଙ୍କର ବସ୍ତିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

Monalisa Biswal ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, MP ରେ ଉଜ୍ଜେନ ର ଗାଫୁର ବସ୍ତିର ଲୋକମାନେ ପାକିସ୍ତାନ ଜିନ୍ଦାବାଦ ର ନାରା ଲଗାଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୁସ୍ଲିମ୍ ବସ୍ତି କୁ ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରି ଖାଲି କରିଦେଇଛନ୍ତି!!  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 1000ରୁ ଅଧିକଥର ସେୟାର କରାଯିବା ସହ 2000ରୁ ଅଧିକ ଲାଇକ ଏବଂ 500ରୁ ଅଧିକ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ଉଜ୍ଜେନର ଗାଫୁର ବସ୍ତିର ଲୋକମାନେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ଜେସିବି ସାହାର୍ଯ୍ୟରେ ସେମାନଙ୍କର ବସ୍ତିକୁ ଭାଙ୍ଗି ଦେଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  ଭାଇରାଲ ଭିଡିଓ ଆମକୁ HBC NEWS 18 ୟୁଟ୍ୟୁବ ଚ୍ୟାନେଲରେ ଦେଖିବାକୁ ମିଳିଲା। ଯାହାକି 28 ଅଗଷ୍ଟ 2021ରେ ପ୍ରକାଶିତ ହୋଇଥିବାର ଦେଖାଯାଉଛି। ଖବର ଅନୁସାରେ,ଉଜ୍ଜେନରେ ସରକାରୀ ଜମିରେ ହୋଇଥିବା ବେଆଇନ ନିର୍ମାଣ ହୋଇଥିବା ବସ୍ତିକୁ  ମ୍ୟୁନିସିପାଲିଟି କର୍ପୋରେସନ ପୋଲିସ କର୍ମିଙ୍କ ଉପସ୍ଥିତିରେ ହଟାଇ ଦିଆଯାଇଛି। ଏହି ଭିଡିଓରେ କୁହାଯାଇ ନାହିଁ ଯେ ଶିବରାଜ ସିଂ ଚୌହାନ ସରକାର ଉଜ୍ଜେନର ଗାଫୋର ବସ୍ତିରେ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଇଥିବା କାରଣରୁ ବସ୍ତି ହଟାଇ ଦେଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ମିଳିଥିବା ସୂଚନାକୁ ନେଇ ଆମେ ଅଧିକ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ zeenewsର ଅକ ଖବର ମିଳିଲା। ଯେଉଁଥିରେ ପ୍ରକାଶିତ କରାଯାଇଛି ଯେ, ଉଜ୍ଜେନର ହରି ଫାଟକ ଅଞ୍ଚଳରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ 27 ଅଗଷ୍ଟ ରେ କୋଟି କୋଟି ଟଙ୍କାର ସରକାରୀ ଜମିରେ ନିର୍ମିତ 150 ରୁ ଅଧିକ ବେଆଇନ ଦୋକାନକୁ ଭାଙ୍ଗି ଦିଆଯାଇଛି। ଉଜ୍ଜେନ ସ୍ମାର୍ଟ ସିଟି ପ୍ରକଳ୍ପ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାସ୍ତବରେ, ଉଜ୍ଜେନର ପ୍ରସିଦ୍ଧ ମହାକଲ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ମହାକଲ ମାର୍ଗରେ ଆସୁଥିବା ସମସ୍ତ ବେଆଇନ ଘର ଓ ଦୋକାନକୁ ଭାଙ୍ଗିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- zeenews । Archive

ଏହା ପରେ ଫ୍ୟାକ୍ଟକ୍ରିସକେଣ୍ଡୋ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଉଜ୍ଜେନସ୍ଥିତ ନୀଳଗଙ୍ଗା ପୋଲିସ ଷ୍ଟେସନର SHO ତରୁନ କୁରିଲଙ୍କ ସହ ଯୋଗାଯୋଗ କରିଥିଲୁ।  ସେ ଆମକୁ କହିଛନ୍ତି ଯେ ଭାଇରାଲ ହେଉଥିବା ଭିଡିଓ ଉଜ୍ଜେନରେ ଅବସ୍ଥିତ ହରିଫାଟକ ବ୍ରିଜ ଅଞ୍ଚଳର ଅଟେ। ଯେଉଁ ଜମିରୁ ବେଆଇନ ନିର୍ମାଣ କାର୍ଯ୍ୟ ହଟାଯାଉଛି ତାହା ହେଉଛି ସରକାରୀ ଅର୍ଥାତ୍ ମ୍ୟୁନିସିପାଲିଟି ଜମି ଏବଂ ବର୍ତ୍ତମାନ ଯେତେବେଳେ କୋର୍ଟଙ୍କ ଆଦେଶ ଆସିଛି, ଆଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ଜମିରୁ ବେଆଇନ ନିର୍ମାଣ ହୋଇଥିବା ବସ୍ତି ଏବଂ ଦୋକାନକୁ ହଟାଇଥିଲା। ଭାଇରାଲ ଭିଡିଓରେ କରାଯାଇଥିବା ଦାବିକୁ ସେ ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି। 

ଶେଷରେ, ଆମେ ଉପରୋକ୍ତ ସମସ୍ତ ପ୍ରମାଣ ନିଶ୍ଚିତ କରିବା ଏବଂ ଭାଇରାଲ ହେଉଥିବା ଦାବିର ସତ୍ୟତା ଜାଣିବା ପାଇଁ ଉଜ୍ଜେନ ଏସପି ସତ୍ୟେନ୍ଦ୍ର କୁମାର ଶୁକ୍ଲାଙ୍କ ସହ ଯୋଗାଯୋଗ କଲୁ ଏବଂ ସେ ଆମକୁ କହିଥିଲେ ଯେ, ସର୍ବପ୍ରଥମେ ଉଜ୍ଜେନରେ ଗାଫୁର ବସ୍ତି ନାମକ ସ୍ଥାନ ନାହିଁ। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଥିବା ସ୍ଥାନ ହରିଫାଟକ ନିକଟରେ, ଯେଉଁଠାରେ ଦୁଇ ହେକ୍ଟରରୁ ଅଧିକ ମ୍ୟୁନିସିପାଲିଟି ଜମିର ବେଆଇନ ବସ୍ତିକୁ ହଟାଯାଇଥିଲା। ଏହା ସହ ସେ ସ୍ପଷ୍ଟ କରିଛନ୍ତି ଯେ, ବସ୍ତି ଲୋକ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଉଥିବା ଘଟଣା ସହିତ ଏହି ଭିଡିଓର କୌଣସି ସମ୍ପର୍କ ନାହିଁ। ବେଆଇନ ନିର୍ମାଣ ଅପସାରଣ ଏବଂ ସ୍ଲୋଗାନରିଂ ମାମଲା ମଧ୍ୟରେ କୌଣସି ସମ୍ପର୍କ ନାହିଁ |

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ସରକାରି ଜମିରେଥିବା ବେଆଇନ ବସ୍ତିଗୁଡ଼ିକୁ ହଟାଯାଉଥିବା ଭିଡିଓକୁ ଉଜ୍ଜେନର ଗାଫୁର ବସ୍ତିର ଲୋକମାନେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ସେମାନଙ୍କର ବସ୍ତିକୁ ଭାଙ୍ଗିଦେଉଥିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।

Avatar

Title:ଉଜ୍ଜେନର ଗାଫୁର ବସ୍ତି ଲୋକମାନେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ସେମାନଙ୍କର ବସ୍ତିକୁ ଭାଙ୍ଗିଦେଉଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *