ଅଲମ୍ପିକ୍ସ 2020ରେ ଜଣେ ଗର୍ଭବତୀ ମହିଳା ଦୌଡ଼ରେ ଭାଗନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି?

False International

ଅଲମ୍ପିକ୍ସକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ପ୍ରକାଶିତ ହୋଇଛି। ଏଥିମଧ୍ୟରୁ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଗର୍ଭବତି ମହିଳା ଦଉଡ଼ୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଅଲମ୍ପିକ୍ସ 2020ରେ ଜଣେ ଗର୍ଭବତି ମହିଳା ଦଉଡ଼ିଥିଲେ। ଏବଂ ଜିତିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥଇବା ଦାବି ମିଥ୍ୟା ପ୍ରମାଣିତ ହେଲା।  

8 ଅଗଷ୍ଟରେ Green Fm ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ଏବଂ ଦାବି କରିଛନ୍ତି ଯେ, ଅଲମ୍ପିକ୍ସ 2020ରେ ଜଣେ ଗର୍ଭବତି ମହିଳା ଦଉଡ଼ି ଜିତିଥିଲେ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତେଳ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook ।  Archive

ତେବେ କଣ ଟୋକିଓ ଅଲମ୍ପିକ୍ସ 2020ରେ ଗର୍ଭବତି ମହିଳା ଜଣକ ଦୌଡ଼ ପ୍ରତିଜୋଗିତାରେ ଜିତିଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ usatoday ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 27 ଜୁନ 2014ରେ ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ ବର୍ତ୍ତମାନ 2020 ଅଲୋମ୍ପିକ୍ସର ନୁହେଁ। ଏହା 2014 ମସିହାର ଅଟେ। ମହିଳା ଜଣକ ଗର୍ଭବତି ଅବସ୍ଥାରେ ୟୁଏସ ନେସ୍ଲାଲରେ 800 ମିଟର ଦଉଡ଼ିଥିଲେ। ଭାଇରାଲ ଫଟୋର ବର୍ତ୍ତମାନ ଅଲମ୍ପିକ୍ସ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- usatoday । Archive

ଏହା ପରେ ଆମେ ମିଳିଥିବା ସୂଚନାକୁ ନେଇ ଅନୁସନ୍ଧାନ କରିଲୁ।  CNN ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋର ନ୍ୟୁଜ ପାଇଲୁ। ଯେଉଁଥିରେ ଫଟୋରେଥିବା ମହିଳାଙ୍କ ସହ ଚର୍ଚ୍ଚା କରାଯାଇଛି। ଖବର ଅନୁସାରେ ଫଟୋରେଥିବା ମହିଳାଙ୍କ ନାମ ହେଉଛି ‘ଆଲିସା ମୋଣ୍ଟାନୋ’। 34 ସପ୍ତାହ ଗର୍ଭବତୀ ଥିବା ଅବସ୍ଥାରେ 2014ରେ ସେ 2014 ଯୁକ୍ତରାଷ୍ଟ୍ର ଆମେରିକା ଟ୍ରାକ ଏବଂ ଫିଲ୍ଡ ଚାମ୍ପିଅନସିପରେ 800 ମିଟରରେ ପ୍ରତିଯୋଗୀ ହୋଇଥିଲେ। ପ୍ରଥମେ ଟ୍ରାକ ଶେଷ କରି ଆଲିସା ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ନଥିଲେ। 800 ମିଟର ଦୌଡ଼ିବାକୁ ସେ 2 ମିନିଟ୍.32.13 ସେକେଣ୍ଡ ନେଇଥିଲେ। ସେ ଏହି ଚାମ୍ପିଅନସିପରେ ପାଞ୍ଚଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ  4 ସେପ୍ଟେମ୍ବର 2020 Runner’s World ୟୁଟ୍ୟୁବ ଚ୍ୟାନେଲରେ ମହିଳାଙ୍କ ଅନ୍ୟ ଏକ ଖବର ପ୍ରକାଶିତ ହୋଇଛି। ଯେଉଁଥିରେ ତାଙ୍କ ଝିଏକୁ ମଧ୍ୟ ଦେଖାଯାଇଛି। ଭିଡିଓର ଶିର୍ଷକରେ ଲେଖାଯାଇଛି, “ଗର୍ଭବତୀ ରନର୍” ଏବଂ “ଫ୍ଲାଇଙ୍ଗ୍ ଫୁଲ” (ତାଙ୍କ ଟ୍ରେଡ୍ ମାର୍କ ଫୁଲର କେଶ ଆନୁଷଙ୍ଗିକ ପାଇଁ) କୁହାଯାଉଛି। ସେ 2012 ଅଲିମ୍ପିଆନ୍, ସାତଥର ୟୁଏସ୍ ଚାମ୍ପିଅନ୍, ଆମେରିକୀୟ 600 ମିଟର ରେକର୍ଡଧାରୀ, ଲେଖକ, ଓକିଲ, କାର୍ଯ୍ୟକର୍ତ୍ତା ଏବଂ ମାତା ସହିତ ଅନ୍ୟାନ୍ୟ ଟାଇଟଲ୍ ମଧ୍ୟ ରଖିଛନ୍ତି। ଏହା ସବୁ 34 ବର୍ଷୀୟ ଆଲିସିଆ ମୋଣ୍ଟାନୋଙ୍କୁ ଅଧିକ ଗର୍ବିତ କରେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, 2014 ୟୁଏସ ନେସ୍ନାଲରେ 800 ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗର୍ଭବତୀ ମହିଳାଙ୍କ ଫଟୋକୁ ଟୋକିଓ ଅଲମ୍ପିକ୍ସ 2020ରେ ଦୌଡ଼ି ସ୍ୱର୍ଣ୍ଣ ପଦକ ଜିତିଥିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।

Avatar

Title:ଅଲମ୍ପିକ୍ସ 2020ରେ ଜଣେ ଗର୍ଭବତୀ ମହିଳା ଦୌଡ଼ରେ ଭାଗନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *