ଜଣେ ରିପୋର୍ଟର ଜଣେ ବିଜେପି ପ୍ରାର୍ଥୀକୁ ଚାପୁଡ଼ା ମାରୁଛି? ଜାଣନ୍ତୁ ସତ୍ୟତା।

False Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଫୁଲମାଳ ପିନ୍ଧିଥିବା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତରେ ମାଇକ୍ ଧରିଥିବାର ଦେଖାଯାଇଛି। ହାତରେ ମାଇକ୍ ଧରିଥିବା ବ୍ୟକ୍ତି ଜଣକ ଶେଷରେ ଫୁଲ ପିନ୍ଧିଥିବା ବ୍ୟକ୍ତିଙ୍କୁ ଘର ପଛପଟକୁ ନେଇ ଚାପୁଡ଼ା ମାରିଥିଲେ। ଏହି ଭିଡିଓ ସେୟାର କରି ଦାବି ହେଉଛି ଯେ, ରିପୋର୍ଟର ହେବତ ଏମିତି। ଯିଏ ଭୁଲ କୁ ଭୁଲ କହି ଜଣେ ମୁଖିଆକୁ ଚାପୁଡ଼ା ମାରିଲା। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ଏକ ନାଟକିୟ ରୂପାନ୍ତର ସ୍ପଷ୍ଟ ହେଲା । ଏହି ଭିଡିଓ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା।  

13 ସେପ୍ଟେମ୍ବରରେ Haraprasad Behera ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଜଣେ ରିପୋର୍ଟର ବିଜେପି ପ୍ରାର୍ଥୀକୁ ଚାପଡ଼ ମାରୁଛି। ପୋଷ୍ଟରେ ଲେଖାଯାଇଛି ଯେ- ବେରୋଜଗାର ଅନ୍ଧଭକ୍ତରୁ ମିଡିଆ ରିପୋର୍ଟର ବନିଥିବା ବ୍ଯକ୍ତି ଜଣକ ବିଜେପି ପ୍ରାର୍ଥୀଙ୍କ ଗାଲରେ ନିଜ ଅତୀତର ସମସ୍ତ ଭୁଲ୍ ପ୍ରାୟଶ୍ଚିତ କରୁଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 60ରୁ ଅଧିକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମିଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

12 ସେପ୍ଟେମ୍ବରରେ Hindu Naresh Sahu Bapi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଜଣେ ରିପୋର୍ଟର ମୁଖିଆକୁ ଚାପୁଡ଼ା ମାରିଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ରିପୋର୍ଟର ହେବ ତ ଏମିତି…ଟିକେ ଫଟ ଉଠା ହବ ସାଇଟ କୁ ଆସ ମୁଖିଆ ଜୀ।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 1000ରୁ ଅଧିକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମିଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ଭାଇରାଲ ଭିଡିଓରେ ପ୍ରକୃତରେ ଜଣେ ରିପୋର୍ଟର ଜଣେ ବିଜେପି ପ୍ରାର୍ଥୀକୁ ଚାପୁଡ଼ା ମାରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। HARSH RAJPUT ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 10 ସେପ୍ଟେମ୍ବର 2021ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଏହା ଏକ ନାଟକିୟ ରୂପାନ୍ତର ଅଟେ। କେବଳ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଥିଲା। ଭିଡିଓର ଶିର୍ଷକରେ ଲେଖାଯାଇଛି ଯେ, ଏହି ଭିଡ଼ିଓ କେବଳ ଏଣ୍ଟରଟେନମେଣ୍ଟ ପାଇଁ ମହତ୍ୱ ପୂର୍ଣ୍ଣ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହି ଭିଡିଓ Harsh Rajput ତାଙ୍କ ଫେସବୁକ ପେଜରେ ମଧ୍ୟ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, (FUNNY VIDEO BY HARSH RAJPUT MADE FOR ENTERTAINMENT ONLY , FOR MORE VISIT MY YT CHANNEL) ହର୍ଷ ରାଜପୁତଙ୍କ ଦ୍ୱାରା ଫୁନି ଭିଡିଓ କେବଳ ଏଣ୍ଟରଟେନମେଣ୍ଟ ପାଇଁ ତିଆରି ହୋଇଛି, ମୋ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଦେଖନ୍ତୁ।  ତେବେ ଭାଇରାଲ ଭିଡିଓ ପ୍ରକୃତ ନୁହଁ ଏହା ଏକ ମନୋରଞ୍ଜନ ଭିଡିଓ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଜଣେ ରିପୋର୍ଟର ଜଣେ ବିଜେପି ପ୍ରାର୍ଥୀକୁ ମାରୁଥିବାର ଭିଡିଓ ପ୍ରକୃତ ନୁହେଁ ଏହା ଏଣ୍ଟର୍ଟେନମେଣ୍ଟ ପାଇଁ ପ୍ରସ୍ତୁତ କରାଯାଇଥିଲା।

Avatar

Title:ଜଣେ ରିପୋର୍ଟର ଜଣେ ବିଜେପି ପ୍ରାର୍ଥୀକୁ ଚାପୁଡ଼ା ମାରୁଛି? ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *