ଆଜତକ ଆଙ୍କର୍ ଉଦ୍ଦେଶ୍ୟମୂଳକ ଭାବରେ ଦୁବେଙ୍କୁ ଆଦାନୀ ଗ୍ରୁପର ଡ୍ରକ୍ସ ମାମଲା ବିଷୟରେ କହିବାକୁ ଅଟକାଇଥିଲେ ?

False Social

ସୋସିଆଲ ମିଡିଆରେ ଆଜ ତକ ବୁଲେଟିନର ଏକ କ୍ଲିପିଂ ଭାଇରାଲ ହେଉଛି।  ଯେଉଁଠାରେ ଆଙ୍କର୍ ଚିତ୍ରା ତ୍ରିପାଠୀ ଶିବସେନା ମୁଖପାତ୍ର ଆନନ୍ଦ ଦୁବେଙ୍କୁ ଗୁଜୁରାଟର ମୁଣ୍ଡ୍ରାସ୍ଥିତ ଆଦାନୀ ବନ୍ଦରରେ ହୋଇଥିବା ଡ୍ରଗ୍ସ ମାମଲାକୁ ନେଇ କହିବାକୁ ଦେଉନାହାନ୍ତି।  ଫୋସବୁକ ବ୍ୟବହାରକାରୀମାନେ ଦାବି କରିଛନ୍ତି ଯେ, ଚିତ୍ର ତ୍ରିପାଠୀ ଗୁଜୁରାଟର ମୁଣ୍ଡ୍ରାସ୍ଥିତ ଆଦାନୀ ବନ୍ଦରରେ ପ୍ରାୟ 3000 କିଲୋଗ୍ରାମ ହେରୋଇନ ଜବତ କରିବା ବିଷୟରେ ଆଲୋଚନା କରୁଥିବାବେଳେ ଆନନ୍ଦ ଦୁବେଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କହିବାକୁ ଦେଉନଥିଲେ। ପଇସା ଖାଉଥିବା ଏହି ସାମ୍ବାଦିକ ଏପରି କରୁଛନ୍ତି। ଏହାକୁ ସାମ୍ବାଦୀକତା କୁହାଯାଏ ନାହିଁ। 

Kelu Charan Badajena ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଯେତେବେଳେ ଟଙ୍କା ଚୋରି ହୋଇଛି, ସେତେବେଳେ ଏଭଳି ସାମ୍ବାଦିକତାକୁ ସତ୍ୟ କହିବା ପାଇଁ ଅନୁମତି ଦିଆଯାଇନଥାଏ, ଏହି ଲୋକମାନେ ଦେଶକୁ ବୁଡ଼ାଇବାରେ ସେମାନଙ୍କର ସମ୍ପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବ କଣ ଆଜତର ଆଙ୍କର ଶିବସେନା ମୁଖପାତ୍ର ଆନନ୍ଦ ଦୁବେଙ୍କୁ ଗୁଜୁରାଟର ମୁଣ୍ଡ୍ରାସ୍ଥିତ ଆଦାନୀ ବନ୍ଦରରେ ହୋଇଥିବା ଡ୍ରଗ୍ସ ମାମଲାକୁ ନେଇ କହିବାକୁ ଦେଉନାହାନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ- 

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଅଲଗା ଅଲଗା କି ଶବ୍ଦ ଦେଇ ଗୁଗୁଲରେ ସର୍ଚ୍ଚ କରିଲୁ। ଭାଇରାଲ କ୍ଲିପ ଆଜତକ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ସମ୍ପୂର୍ଣ୍ଣ ବୁଲେଟିନ୍ ପାଇଲୁ। ଯାହା 3 ଅକ୍ଟୋବର  ରେ ଅପଲୋଡ୍ ହୋଇଛି।  ଭିଡିଓରେ ଆଲୋଚନା ଡ୍ରଗ୍ସ ଉପରେ କରାଯାଉଛି। ଆଲୋଚନାରେ ଆନନ୍ଦ ଦୁବେଙ୍କ ସହ ମହାରାଷ୍ଟ୍ର ବିଜେପିର ମୁଖପାତ୍ର ରାମ କାଦମ, ଅଭିନେତା ଶାଜାଦ ଖାନ, ନିର୍ଦ୍ଦେଶକ ଶୋଏଦ ଚୌଧରୀ, ମଡେଲ ସେଲି ମହେଶ୍ୱରୀ ଏବଂ ଅଭିନେତ୍ରୀ ପାରଚି ଆଦିକାରୀ ମଧ୍ୟ ଉପସ୍ଥିତ ଥିଲେ।

ଭାଇରାଲ୍ କ୍ଲିପି ୟୁଟ୍ୟୁବ ଚ୍ୟାନେଲର 3:36 ରୁ ନିଆଯାଇଛି।  ଭିଡିଓରେ  ଆନନ୍ଦ ଦୁବେ ଗୁଜୁରାଟରେଥିବା ଆଦାନୀ ଗ୍ରୁପର ମୁଣ୍ଡ୍ରା ବନ୍ଦରରେ ଥିବା ଡ୍ରଗ୍ସ ମାମଲା ବିଷୟରେ କହୁଥିବା ବେଳେ ଆଙ୍କର ଚିତ୍ର ତ୍ରିପାଠୀ ଆର୍ଯ୍ୟନ୍ ଖାନଙ୍କୁ ଗିରଫ ହୋଇଥିବା ବ୍ରେକିଙ୍ଗ୍ ଖବର କହି ତାଙ୍କୁ ମଝିରେ ଅଟକାଇଥିଲେ।  ଏହା ପରେ ସେ ଗିରଫ ହୋଇଥିବା ତିନିଜଣଙ୍କ ବିରୋଧରେ ବିଭାଗ ଏବଂ ଅଭିଯୋଗ ବୁଝାଇବା ପାଇଁ ମାମଲାକୁ ଆବୃତ୍ତି କରୁଥିବା ଜଣେ ସମ୍ବାଦଦାତାଙ୍କୁ ଡାକିଥିଲେ। ଏହା ପରେ ସମ୍ବାଦଦାତା ମାମଲା ବୁଝାଇଥିଲେ।

ଭିଡିଓର  9:24 ରେ ଚିତ୍ରା ଆନନ୍ଦ ଦୁବେଙ୍କୁ ସେ ଛାଡିଥିବା ସ୍ଥାନରୁ ଜାରି ରଖିବାକୁ କହିଥିଲେ। ଦୁବେ ମୁଦ୍ରା ଠାରେ ଡ୍ରଗ୍ସ ଜବତ ବିଷୟରେ ଆଗକୁ କହୁଥିବାର ଶୁଣାଯାଉଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ତଳେ ବିଶ୍ଳେଷଣ ଦେଖନ୍ତୁ। ଯେଉଁଥିରେ ଆଙ୍କର କିଛି ସମୟ ପରେ ଦୁବେ ମୁଦ୍ରା ଠାରେ ଡ୍ରଗ୍ସ ଜବତ ବିଷୟରେ ଆଗକୁ କହିବାକୁ କହୁଛନ୍ତି। 

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ୍ ଭିଡିଓ ମୂଳ ଭିଡିଓର ଏକ କ୍ଲିପ ଅଟେ। ଆଙ୍କର୍ ଉଦ୍ଦେଶ୍ୟମୂଳକ ଭାବରେ ଦୁବେଙ୍କୁ ଆଦାନୀଙ୍କ ବିଷୟରେ କହିବାକୁ ଅଟକାଇ ନଥିଲେ।  ପରେ ଦୁବେଙ୍କୁ ଆଦାନୀ ଗ୍ରୁପରେ ହୋଇଥିବା ଡ୍ରକ୍ସ ମାମଲା ସମ୍ପର୍କରେ କହିଥିଲେ।

Avatar

Title:ଆଜତକ ଆଙ୍କର୍ ଉଦ୍ଦେଶ୍ୟମୂଳକ ଭାବରେ ଦୁବେଙ୍କୁ ଆଦାନୀ ଗ୍ରୁପର ଡ୍ରକ୍ସ ମାମଲା ବିଷୟରେ କହିବାକୁ ଅଟକାଇଥିଲେ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *