ଅକ୍ଷୟ କୁମାର ତାଙ୍କ ଭଉଣୀ ପାଇଁ ପୁରା ବିମାନ ବୁକ୍ କରିଥିଲେ କି?

False Social

ଲକଡାଉନରେ ଯେତେବେଳେ ସୁପରଷ୍ଟାର ସୋନୁ ସୁଦ ପ୍ରବାଶି ଶ୍ରମିକ ମାନଙ୍କୁ ତାଙ୍କୁ ଘରକୁ ପଠାଇବା ପାଇଁ ଗାଡ଼ି ବ୍ୟବସ୍ଥା କରି ସମସ୍ତଙ୍କ ଠାରୁ ପ୍ରସଂସା ପାଉଛନ୍ତି। ଅନ୍ୟ ପଟେ ଅକ୍ଷୟ କୁମାରଙ୍କ ନାଁରେ ତାଙ୍କ ଭଉଣି ପାଇଁ ଏକ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରି ଚର୍ଚ୍ଚାରେ ବନି ରହିଛନ୍ତି। 31 ସେ ରେ News7 ଏକ ଖବର ପ୍ରକାଶଇତ କରିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ବିମାନ ସେବା ଆରମ୍ଭ ହେଲା ପରେ ଅକ୍ଷୟ କୁମାର ତାଙ୍କ ଭଉଣି ଅଲକା ଭାଟିଆ ଏବଂ ତାଙ୍କ ପିଲାଙ୍କୁ ମୁମ୍ବାଇରୁ ଦିଲ୍ଲୀକୁ ପଠାଇବା ପାଇଁ ଏକ ପୂରା ବିମାନ ବୁକ୍ କରିଥିଲେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- News7Archive

ଏହା ଛଡ଼ା ଏହି ଖବର Odia news 24ରେ 31 ମେ ରେ ପ୍ରକାଶିତ ହୋଇଥିଲା। ଏଠାରେ ମଧ୍ୟ ଏବା ଦାବି କରାଯାଇଛି ଯେ, ଅକ୍ଷୟ କୁମାର ତାଙ୍କ ଭଉଣି ଏବଂ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବୁକିଙ୍ଗ କରିଥିଲେ। ପୋଷ୍ଟରେ ଏହା ମଧ୍ୟ ଲେଖା ଯାଇଛି ଯେ, ମୁମ୍ବାଇରୁ ଦିଲ୍ଲୀକୁ କେବଳ ଗୋଟିଏ ବିମାନ ଥିଲା ଯେଉଁଥିରେ ସର୍ବନିମ୍ନ ଯାତ୍ରୀ ଥିଲେ। ଏହି ବିମାନରେ ଯାତ୍ରା କରିଥିବା ଯାତ୍ରୀମାନେ ଅଲକା ହିରାନନ୍ଦାନୀ ଏବଂ ତାଙ୍କ ପିଲାମାନଙ୍କର ନାମ ଅନ୍ତର୍ଭୁକ୍ତ କରିଛନ୍ତି | ଅଧିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ବିମାନଟି ଅକ୍ଷୟ କୁମାରଙ୍କ କାର୍ଯ୍ୟାଳୟରୁ ବୁକ୍ କରାଯାଇଥିଲା ଏବଂ ଏହା ମଧ୍ୟ ନିଶ୍ଚିତ ହୋଇଛି ଯେ ତାଙ୍କ ଭଉଣୀ ଏହି ବିମାନରେ ପରିବାର ସହିତ ଯାତ୍ରା କରିଥିଲେ।

ଏଥିସହ ଏହା ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ଯେ ବିମାନ ବୁକ୍ କରିବାବେଳେ କେବଳ ଏହା ଧ୍ୟାନରେ ରଖାଯାଇଥିଲା କି ଯେଉଁ ସିଟ ରେ ବସି ଏହି ଲୋକମାନେ ଯାତ୍ରା କରିବେ ସିଟ୍ ଚାରିପାଖରେ ଥିବା ସମସ୍ତ ସିଟ୍ ମଧ୍ୟ ବୁକ୍ କରିଦିଆଯାଉ ଏବଂ ଏପରି କିଛି ଉଦେଶ୍ୟ ନଥିଲା କି ବିମାନଟିରେ ଅନ୍ୟ କେହି ଲୋକ ଯାତ୍ରା ହିଁ ନ କରନ୍ତୁ । ମୁମ୍ବାଇ ବିମାନବନ୍ଦରରେ ଥିବା ସୂତ୍ରରୁ ଜଣାପଡିଛି ଯେ ଯେଉଁ ବିମାନରେ ଅକ୍ଷୟ କୁମାରଙ୍କ ଭଉଣୀ ଯାତ୍ରା କରିଥିଲେ, ସେହି ବିମାନରେ ଅକ୍ଷୟ କୁମାରଙ୍କ ଭଉଣୀ ଙ୍କ ପରିବାର ବ୍ୟତୀତ ତାଙ୍କ ସହକାରୀ କେବଳ ଉପସ୍ଥିତ ଥିଲେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Odia news 24Archive

ତେବେ କଣ ଅକ୍ଷୟ କୁମାର ତାଙ୍କ ଭଉଣି ଏବଂ ତାଙ୍କ ପିଲାଙ୍କ ପାଇଁ ଏକ ସମ୍ପୁର୍ଣ୍ଣ ବିମାନ ବୁକ କରିଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆଣ ଅନୁସନ୍ଧାନ ପଢନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଖବରକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ  Akshay Kumarଙ୍କର ଟ୍ୱିଟର ଆକାଉଣ୍ଟର ଲିଙ୍କ ମିଳିଲା। ସେ ଭାଇରାଲ ଖବର ବିଷୟରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସ୍ପଷ୍ଟ କରିଛନ୍ତି। ଅକ୍ଷୟ କୁମାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ  ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କ ଭଉଣୀ ଏବଂ ଦୁଇ ପିଲାଙ୍କ ପାଇଁ ଚାର୍ଟାର୍ଡ ଫ୍ଲାଇଟ୍ ବୁକ୍ କରିନାହାଁନ୍ତି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଭଉଣି ଲକଡାଉନ ହେବା ପରଠାରୁ କୌଣସି ସ୍ଥାନକୁ ଯାତ୍ରା କରି ନାହାନ୍ତି। ଏବଂ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଭଉଣିର ଦୁଇଟି ନୁହେଁ ବରଂ  ଗୋଟିଏ ସନ୍ତାନ ଅଛି। 

ସେ ଲେଖିଛନ୍ତି “ମୋ ଭଉଣୀ ଏବଂ ତାଙ୍କ ଦୁଇ ପିଲାଙ୍କ ପାଇଁ  ଚାର୍ଟର୍ ଫ୍ଲାଇଟ୍ ବୁକ୍ କରିବା ବିଷୟରେ ଏହି ଖବର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମିଥ୍ୟା ଅଟେ।  ଲକଡାଉନ ହେବା ପରଠାରୁ ସେ କୌଣସି ସ୍ଥାନକୁ ଯାତ୍ରା କରିନାହାଁନ୍ତି ଏବଂ ତାଙ୍କର କେବଳ ଗୋଟିଏ ସନ୍ତାନ ଅଛି! ମିଥ୍ୟା ଖବର ପ୍ରଚାର କରୁଥିବା ଲକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

ଶେଷକଥା-

ଆମ ଅନୁସନ୍ଦାନରୁ ଏହା ସ୍ପଷ୍ଟ ହେଲୁ ଯେ, ଅକ୍ଷୟ କୁମାର ତାଙ୍କ ଭଉଣୀ ପାଇଁ କୌଣସି ସ୍ୱତନ୍ତ୍ର ବିମାନ ବୁକ୍ କରିନାହାଁନ୍ତି, ତେଣୁ ଉପରୋକ୍ତ ଦାବି ମିଥ୍ୟା ଅଟେ।

Avatar

Title:ଅକ୍ଷୟ କୁମାର ତାଙ୍କ ଭଉଣୀ ପାଇଁ ପୁରା ବିମାନ ବୁକ୍ କରିଥିଲେ କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *