ଗରୀବଙ୍କ କଲ୍ୟାଣ ପାଇଁ ମୋଦୀ ଜୀ ୨୪ ଘଣ୍ଟା ଶୁଅନ୍ତି- ଅମିତ ଶାହ ?

False Social

ବଙ୍ଗଳାର ଷଷ୍ଠ ପର୍ଯ୍ୟାୟ ଅଭିଯାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା 17 ଏପ୍ରିଲରେ ବଙ୍ଗଳା ପହଞ୍ଚିଥିଲେ। ଅମିତ ଶାହା ପ୍ରଥମେ ଅମଦଙ୍ଗା ଠାରେ ଏକ ରୋଡ୍ ସୋ ପ୍ରଦର୍ଶନ କରିଥିଲେ। ତା’ପରେ ନାଦିଆ ଜିଲ୍ଲାର ଛାପ୍ରା ଠାରେ ହୋଇଥିବା ସମାବେଶକୁ ସମ୍ବୋଧିତ କରିଥିଲେ। ସୋସିଆଲ ମିଡିଆରେ  ଏହି ସଭାର ଭିଡିଓ କ୍ଲିପ୍ ର ଏକ ଛୋଟ ଅଂଶ ସେୟାର କରି ମିଥ୍ୟା ପ୍ରଚାର କରାଯାଉଛି। ଭିଡିଓରେ ଅମିତ ଶାହ କହୁଥିବାର ଦେଖାଯାଉଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ 24 ଘଣ୍ଟା ସୋଉଛନ୍ତି, ତାକି ଦେଶର ଗରିବ ଲୋକଙ୍କ କଲ୍ୟାଣ ହେଉ। 

18 ଏପ୍ରିଲରେ Haraprasad Behera ନାମକ  ଜେଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଅମିତ ଶାହ ମାନିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ 24 ଘଣ୍ଟା ସୋଉଛନ୍ତି, ତାକି ଦେଶର ଗରିବ ଲୋକଙ୍କ କଲ୍ୟାଣ ହେଉ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଗରୀବଙ୍କ କଲ୍ୟାଣ ପାଇଁ ମୋଦୀ ଜୀ ୨୪ ଘଣ୍ଟା ଶୁଅନ୍ତି” : ଅମିତ ଶାହ। ଆରେ ଭାଇ, ମୋଦୀ ଜୀ ସବୁବେଳେ ଏମିତି ଶୁଅନ୍ତୁ, ଦେଶ ବାସୀଙ୍କ କଲ୍ୟାଣ ଜୀବନ ସାରା ହେଉଥିବ।

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 148ଥର ସେୟାର କରାଯିବା ସହ ପୋଷ୍ଟକୁ 110 ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଅମିତ ଶାହ କହୁଛନ୍ତି ମୋଦି ଗରୀବଙ୍କ କଲ୍ୟାଣ ପାଇଁ ମୋଦୀ ଜୀ ୨୪ ଘଣ୍ଟା ଶୁଅନ୍ତି” ।  ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଅମିତ ଶାହଙ୍କ ଭାଷଣର ଫୁଲ ଭିଡିଓ BJP ୟୁଟ୍ୟୁବ ଚ୍ୟାନେଲରୁ ପାଇଲୁ। ଆପଣ ଅମିତ ଶାହାଙ୍କ ଭାଷଣର ଏହି ଅଂଶକୁ ଭିଡିଓରେ 5:35 ରୁ 6:09 ମଧ୍ୟରେ ଶୁଣିପାରିବେ। ଭିଡିଓରେ ‘ଚିନ୍ତା’ କୁ ‘ଶୋଇବା’ ବୋଲି ବର୍ଣ୍ଣନା କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଭିଡିଓରେ ଅମିତ ଶାହ କହୁଛନ୍ତି ଯେ, ମମତା ବାନର୍ଜି ସରକାର ପୁତୁରା କଲ୍ୟାଣକାରୀ ସରକାର ଅଟେ। ମୋଦୀ ଜି 24 ଘଣ୍ଟା ପାଇଁ ଦେଶର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଚିନ୍ତା କରୁଥିବା ବେଳେ ମମତା ଦିଦି ସରକାର ମୋ ଭଣଜା କେବେ ମୁଖ୍ୟମନ୍ତ୍ରୀ ହେବ ଦିଦି 24 ଘଣ୍ଟା ଚିନ୍ତା କରୁଛନ୍ତି।  ଗୋଟିଏ ପଟେ ମୋଦୀ ସରକାର ଗରିବ ଏବଂ ପ୍ରତ୍ୟେକ ଲୋକଙ୍କ କଲ୍ୟାଣ ପାଇଁ ଏବଂ ଅନ୍ୟ ପଟେ ମମତା ଦିଦି ଯିଏ ତାଙ୍କ ପୁତୁରା କଲ୍ୟାଣ ପାଇଁ ଭାବୁଛନ୍ତି। ଆପଣ କାହାର ଚୟନ କରିବେ।” ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓର ବିଶ୍ଲେଷଣ ଦେଖନ୍ତୁ। ଯେଉଁଥିରେ ଭିଡିଓର କିଛି ଅଂଶକୁ ନେଇ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ,   ଅମିତ ଶାହ କହୁଛନ୍ତି-ଗରୀବଙ୍କ କଲ୍ୟାଣ ପାଇଁ ମୋଦୀ ଜୀ ୨୪ ଘଣ୍ଟା ଶୁଅନ୍ତି ଦାବିରେ ଭାଇରାଲ ଭିଡିଓ ମିଥ୍ୟା ଅଟେ। ଭିଡିଓରେ ସୋଚତେ(ଚିନ୍ତା) କୁରୁଥିବା କଥା ସୋତେ (ଶୋଇବା) ଶୁଣାଯାଉଛି।

Avatar

Title:ଗରୀବଙ୍କ କଲ୍ୟାଣ ପାଇଁ ମୋଦୀ ଜୀ ୨୪ ଘଣ୍ଟା ଶୁଅନ୍ତି- ଅମିତ ଶାହ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *