ଅମିତାଭ ବଚ୍ଚନ ଦାଉଦ ଇବ୍ରାହିମଙ୍କ ସହ ହାତ ମିଶାଉଥିବା ଫଟୋର ଜାଣନ୍ତୁ ସତ୍ୟତା।

False Social

ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ବିଲିଉଡକୁ ନେଇ ଦେଇଥିବା ମତ ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି। ଏହା ସହ କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲେଗିଛି। ଅମିତାଭ ବଚ୍ଚନଙ୍କ ଏକ ଫଟୋ ଜଣେ ବ୍ୟକ୍ତି ସହ ଭାଇରାଲ ହେଉଛି। ଯେଉଁଥିରେ ଦେବି କରାଯାଉଛି ଯେ, ଭାଇରାଲ ଫଟୋରେ ଅମିତାଭ ବଚ୍ଚନ ବିଶ୍ୱ ଆତଙ୍କବାଦୀ ଦାଉଦ ସହ ସହ ଦେଖା ଯାଉଛନ୍ତି। Prakash Kumar Mishra ନାମକ ଜଣେ ଫେସବୁକ ୟୁଜର 20 ସେପ୍ଟେମ୍ବରରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବିଶ୍ୱ ଆତଙ୍କବାଦୀ ଦାଉଦ ସହ ଅମିତତାଭ ବଚ୍ଚନ , ଡ୍ରଗ୍ସ ଭାଗବଣ୍ଟା ସମୟରେ। 

ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲୋକ ଦେଖିସାରିଛନ୍ତି। ପୋଷ୍ଟରେ 202 କମେଣ୍ଟ ଏବଂ 669 ଲାଇକ ଅସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ ଭାଇରାଲ ଫଟୋରେ ଅମିତାଭ ବଚ୍ଚନ ସହଥିବା ବ୍ୟକ୍ତି ଆତଙ୍କବାଦୀ ଦାଉଦ ସାହ କି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। timesofindia ପେଜରେ ଭାଇରାଲ ଫଟୋ ଆମକୁ ମିଳିଲା। ଯାହାକି 25 ମାର୍ଚ୍ଚ 2010ରେ ପ୍ରକାଶିତ ହୋଇଛି। ଖବର ଅନୁସାରେ ଲେଖା ଯାଇଛି ଯେ, (Ashok Chavan with Amitabh Bachchan) ଅମିତାବ ବଚ୍ଚନଙ୍କ ସହ ଅସୋକ ଚୋବନ। ଏଥିରୁ ସ୍ପଷ୍ଟ ହୋଉଛି ଯେ, ଭାଇରାଲ ଫଟୋରେଥିବା ବ୍ୟକ୍ତି ଆତଙ୍ଗବାଦୀ ଦାଉଦ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- timesofindiaArchiveIndian express. 

ସମାନ ଫଟୋ 29 ମାର୍ଚ୍ଚ 2010 ରେ Indian express.ଏକ ରିପୋର୍ଟରେ ମଧ୍ୟ ପ୍ରକାଶିତ ହୋଇଥିବାର ପାଇଲୁ। ରିପୋର୍ଟରେ ଦର୍ଶାଯାଇଛି ଯେ ଅମିତାଭ ବଚ୍ଚନ ଦ୍ୱିତୀୟ ପର୍ଯ୍ୟାୟ ବାନ୍ଦ୍ରା ୱର୍ଲି ସାଗର-ଲିଙ୍କ୍ (ମୁମ୍ବାଇର ଏକ ସେତୁ ଯାହା ବାନ୍ଦ୍ରା ଏବଂ ୱର୍ଲିକୁ ସଂଯୋଗ କରୁଛି) ଉଦ୍ଘାଟନ ଉତ୍ସବରେ ଯାଇଥିଲେ ଯେଉଁଠାରେ ଅଶୋକ ଚାଭନ୍ ମଧ୍ୟ ଉପସ୍ଥିତ ଥିଲେ। ଚାଭାନ୍ ସେତେବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ଏହା ପରେ ଆମକୁ Aajtak ପେଜର ଏକ ଲିଙ୍କ ମିଳିଲା। ଯେଉଁଥିରେ ଭାଇରାଲ ଫଟୋ ସମୟର ଅନ୍ୟ କିଛି ଫଟୋଥିବାର ଦେଖା ଗଲା। ଭାଇରାଲ ଫଟୋ ଏବଂ ସମାରୋହର ଅନ୍ୟ ଫଟୋକୁ ଦେଖିଲାରୁ ଆମେ ପାଇଲୁ ଯେ, ଭାଇରାଲ ଫଟୋରେ ଅମିତବ ବଚ୍ଚନ ଏବଂ ଅଶୋକ ଚାଭନ୍ ସମାନ କପଡ଼ା ପିନ୍ଦିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲେଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- AajtakArchive

ପରେ Abhishek Bachchan ମଧ୍ୟ  ଭାଇରାଲ ଫଟୋକୁ ଦେଖି ଟ୍ୱିଟ କରି ସ୍ପଷ୍ଟ କରିଥିଲେ ଯେ, ଭାଇରାଲ ଫଟୋରେଥିବା ବ୍ୟକ୍ତି ଦାଉଦ ନୁହେଁ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଅଟନ୍ତି। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ଅମିତାବ ବଚ୍ଚନଙ୍କ ନାମରେ ଭାଇରାଲ ହୋଇଥିବା ଏପରି ଅନ୍ୟ କିଛି ଖବର ଏଠାରେ ଦେଖନ୍ତୁ। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋରେ ଅମିତାବ ବଚ୍ଚନଙ୍କ ସହ ଆତଙ୍କବାଦୀ ଦାଉଦ ନୁହେଁ ବରଂ ମହାରାଷ୍ଟ୍ରର ପୂର୍ବ ମୂଖ୍ୟମନ୍ତ୍ରୀ ଅଶୋକ ଚାଭନ୍ ଅଟନ୍ତି। 

Avatar

Title: ଅମିତାଭ ବଚ୍ଚନ ଦାଉଦ ଇବ୍ରାହିମଙ୍କ ସହ ହାତ ମିଶାଉଥିବା ଫଟୋର ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *