କ’ଣ ଅମିତାଭ ବଚନ ହସ୍ପିଟାଲରୁ ବାହାରିଲା ପରେ ମୁସଲମାନ ପର୍ବରେ ନିଜ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

False Social
image.jpg

ଗତ ମାସ ଅମିତାଭ ବଚନ ନିଜ କୋରୋନା ଆକ୍ରାନ୍ତ ହେଇଥିବାର ଖବର ଟୁଇଟର ମାଧ୍ୟମରେ ଦେଇଥିଲେ। ଏହା ପରେ ଦେଶବାସୀ ତାଙ୍କ ଆରୋଗ୍ୟ କାମନା କରିଥିଲେ। ଏହାର କିଛି ଦିନ ପରେ ଅମିତାଭ ବଚନ ନିଜ ସୁସ୍ଥ ହେବା ଖବର ଗଣମାଧ୍ୟମ ଦ୍ଵାରା ଦେଇଥିଲେ। କିନ୍ତୁ ଗତକାଲି ୬ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଅମିତାଭ ବଚନଙ୍କ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଗୋଟେ ମୁସଲମାନ ପର୍ବରେ ଯୋଗ ଦେଇଛନ୍ତି। 

fb.jpg

Facebook | Archive

ଆମ ଆଉସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୫ ଜୁଲାଇ ୨୦୧୧ ମସିହାରେ ଦୀ ହିନ୍ଦୁ ପତ୍ରିକା ରେ ପ୍ରକାଶିତ ହେଇଥିବା ଏହି ଫୋଟୋ ଦେଖିବା କୁ ମିଳିଲା। ଏହି ଅନୁଛେଦରେ ଲେଖା ଯାଇଅଛି ଯେ ନିଜ ମନ୍ନତ ପୁରା ହେଇଥିବାରୁ ୪୦ ବର୍ଷ ପରେ ଆମିବାଭ ବଚନ ଆଜମେର ଶରିଫ ଯାଇ ଥିଲେ। ସେ ନିଜେ କହିଛନ୍ତି ଯେ ଅନେକ ବର୍ଷ ଧରି ଗୋଟିଏ ପ୍ରାର୍ଥନା ପୂର୍ଣ ହେଇଥିବାରୁ ସେ ଆଜମେର ଦରଗାହ ଆସିଥିଲେ। ମୁଖ୍ୟ ଦ୍ଵାର ମାଧ୍ୟମରୁ ପ୍ରବେଶ ନକରି ସେ ସୋଲାହ କ୍ଷମବା ଦ୍ଵାର ଦେଇ ପ୍ରଦେଶ କରିଥିଲେ। 

the hindu.jpg

The Hindu | Archive

ଏହା ପରେ ଆମେ ଟୁଇଟରରେ ଯାଇ ଅମିତାଭ ବଚନଙ୍କ ଟୁଇଟର ଏକାଉଣ୍ଟ ରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୪ ଜୁଲାଇ ୨୦୧୧ ମସିହାରେ ଅମିତାଭଙ୍କ ଦ୍ଵାରା ଟୁଇଟ ମିଳିଲା। ଏହି ଟୁଇଟରେ ସେ କହିଛନ୍ତି ଯେ ଆଜମେର ଶରିଫରୁ ମନ୍ନତ ମାଗିଥିବା ସୂତା ଖୋଲି ସେ ଘରେ ଆସି ପହଞ୍ଚିଛନ୍ତି। ତାଙ୍କ ମନ୍ନତ ପୁରା ହେଲା ପରେ ସେ ଆଉ ଗୋଟିଏ ମନ୍ନତର ସୂତା ବାନ୍ଧିଛନ୍ତି। 

Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଫୋଟୋ ୨୦୧୧ ମସିହାରେ ଅଟେ। ଏହି ଫୋଟୋର ବର୍ତମାନ ସମୟ ଅମିତାଭଙ୍କ କୋରୋନା ଆକ୍ରାନ୍ତ ବା କୋରୋନାରୁ ସୁସ୍ଥ ହେଇଥିବା ସହିତ କୌଣସି ସମ୍ବନ୍ଧ ନାହିଁ। ପୁରୁଣା ଫୋଟୋ କୁ ପୋଷ୍ଟ କରି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଉଛି।  

Avatar

Title:କ’ଣ ଅମିତାଭ ବଚନ ହସ୍ପିଟାଲରୁ ବାହାରିଲା ପରେ ମୁସଲମାନ ପର୍ବରେ ନିଜ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *