
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଏଥିରେ ଆନ୍ନା ହଜାରେ ବିଜେପି ସଭାପତି ଜେପି ନାଡାଙ୍କ ସହ ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଆନ୍ନା ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ଆନ୍ନା ହାଜାରେଙ୍କ ଫଟୋ ଏଡିଟ୍ କରାଯାଇଛି। ବାସ୍ତବ ଫଟୋରେ ଅନ୍ନା ହଜାରେ ନୁହଁ ବରଂ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଅଛନ୍ତି।
30 ଜାନୁଆରିରେ Naba Kishore Singh ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ମାମନୀୟ ଶ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଆଜି ଭାରତୀୟ ଜନତା ପାର୍ଟି ସଦସ୍ୟତା ଗ୍ରହଣ କଲି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର ଏବଂ ଲାଇକ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଅନ୍ନା ହଜାରେ ଭାରୟୀତ ଜନତା ପାର୍ଟିରେ ସାମିଲ ହେବାର ପୋଷ୍ଟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଏହାକୁ ନେଇ ଆମକୁ କିଛି ଲିଙ୍କ ମିଳିଲା। 11 ମାର୍ଚ୍ଚ 2020ରେ times of india ପେଜରେ ଭାଇରାଲ ଫଟୋର ପ୍ରକୃତ ଫଟୋ ମିଳିଲା। ଯେଉଁଥିରେ ଅନ୍ନା ହଜାରେ ନୁହଁ ବରଂ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଦେଖାଯାଉଛନ୍ତି। ଖବର ଅନୁସାରେ ଜ୍ୟୋତିରାଦିତ୍ୟ କଂଗ୍ରେସ ପାର୍ଟି ଛାଡ଼ି ମାର୍ଚ୍ଚ 2020ରେ ବିଜେପିରେ ମିଶିଥିଲେ। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- times of india । Archive
ଏହା ପରେ ଆମକୁ ମିଳିଥିବା ଫଟୋ ଏବଂ ପ୍ରକୃତ ଫଟୋକୁ ବିଶ୍ଲେଷଣ କରିଲୁ। ତଲେ ବିଶ୍ଳେଷଣ ଦେଖନ୍ତୁ। ଜ୍ୟୋତିରାଦିତ୍ୟ ସ୍କିଡିଆ ଫଟୋକୁ ଏଡିଟ୍ କରି ଅନ୍ନା ହଜାରେଙ୍କ ଫଟୋ ଲଗାଯାଉଛି।
ଏହା ପରେ ଆମକୁ ଏବିପି ନ୍ୟୁଜ୍ ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଖବର ରିପୋର୍ଟ ପାଇଲୁ। ଯେଉଁଥିରେ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ବିଜେପିରେ ଯୋଗ ଦେଉଥିବାର ଦେଖାଯାଉଛନ୍ତି।। ଏହି ଭିଡିଓରେ ବିଜେପି ସଭାପତି ଜେପି ନାଡା ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ସହ ସ୍କିଣ୍ଡିଆଙ୍କୁ ଦେଖିବାକୁ ମିଳିବ। ଭିଡିଓର ପଞ୍ଚମ ମିନିଟରେ ବିଜେପି ସଭାପତି ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ବୋଲି ସ୍ପଷ୍ଟ ଭାବରେ ଦେଖିପାରିବେ। ନିମ୍ନରେ ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆଙ୍କ ଏଡିଟ୍ ଫଟୋରେ ଅନ୍ନା ହଜାରଙ୍କ ଫଟୋ ଲଗାଇ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।