ଅରବିନ୍ଦ କେଜ୍ରିୱାଲ କହୁଛନ୍ତି ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ ?

False Political

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହୁଥିବାର ଶୁଣିବାକୁ ମିଳୁଛି ଯେ,ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ। ଦାବି କରାଯାଉଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଭିଡିଓ ଏଡିଟିଙ୍ଗ ହୋଇଛି। 

 18 ମାର୍ଚ୍ଚ Haraprasad Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇି ଯେ, ଅରବିନ୍ଦ କେଜ୍ରିୱାଲ କହୁଛନ୍ତି ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଦିଲ୍ଲୀ ମୁଖ୍ଯମନ୍ତ୍ରୀ କେଜରିୱାଲଙ୍କୁ ପରିଶେଷରେ ମାନିବାକୁ ପଡିଲା ଯେ ତାଙ୍କ ପରିବାର ସଂଘୀ-ବିଜେପି ସହ ଜଡିତ ଥିଲେ।ସେଥିପାଇଁ ତ ଏହି କୁନି ସଂଘୀ ଜଣକ ଦିଲ୍ଲୀ ଡେଭଲପମେଣ୍ଟର ଶପଥ କରି ଏବଂ ମୁସଲମାନ-ଦଳିତଙ୍କୁ ବୋକା ବନାଇ  ମୁଖ୍ଯମନ୍ତ୍ରୀ ହେବା ପରେ ଏବେ ହିନ୍ଦୁତ୍ୱ ରାଜନୀତି କରୁଛି।  ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 15ଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ କରାଯାଇଛି। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ଅରବିନ୍ଦ କେଜ୍ରିୱାଲ କହୁଛନ୍ତି ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଭାଇରାଲ ଭିଡିଓକୁ ପ୍ରଥମେ ଆମେ ବିଭିନ୍ନ କି ଶବ୍ଦ ସାହାର୍ଯ୍ୟରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ  ଆମକୁ ଏହାକୁ ନେଇ NDTV ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବାର ମିଳିଲା।  ଯାହାକି ଫେବୃଆରୀ 4, 2020 ରେ ପ୍ରକାଶିତ ହୋଇଥିଲା।  ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ, “ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭା ନିର୍ବାଚନରେ NDTV ସହ କଥା ହୋଇଛନ୍ତି। ଜାତୀୟ ରାଜଧାନୀରେ, ଶନିବାର ଦିନ ଅନୁଷ୍ଠିତ ହେବ। ଫଳାଫଳ ଫେବୃଆରୀ 11 ରେ ହେବ। ଆମ୍ ଆଦମୀ ପାର୍ଟି 2015 ରେ ଦିଲ୍ଲୀ ନିର୍ବାଚନକୁ ପରାସ୍ତ କରିଛି। ଏହା 3 ଫେବୃଆରୀ 2020 ରେ ସିଧା ପ୍ରସାରଣ କରାଯାଇଥିଲା। 

ଏହି 22 ମିନିଟର ଭିଡିଓରେ 7 ମିନିଟ 16 ସେକେଣ୍ଡରେ କେଜ୍ରିୱାଲ କୁହନ୍ତି, ମୁଁ ଏକ ଟିଭି ଚ୍ୟାନେଲରେ ଦେଖୁଥିଲି ଯେ ଭାରତୀୟ ଜନତା ପାର୍ଟି ସମର୍ଥକ ଏକ ଚ୍ୟାନେଲରେ କହୁଥିଲେ ଯେ, ତାଙ୍କ ପରିବାର ଜନ ସଂଗର(ବିଜେପି) ପରିବାର, ତାଙ୍କ ପିତା ଜନ ସଂଗଠନରେ ଥିଲେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଜେଲ ଯାଇଥିଲେ। କିନ୍ତୁ ସେ କହିଛନ୍ତି ଯେ ସେ ଏଥର କେଜ୍ରିୱାଲଙ୍କୁ ଭୋଟ୍ ଦେବେ।  କେଜ୍ରିୱାଲ ଜଣେ ପୂର୍ବତନ ବିଜେପି ସମର୍ଥକଙ୍କ ବିଷୟରେ କହୁଛନ୍ତି ଯେ ସେ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦେବେ ଦିଲ୍ଲୀ ରାଜ୍ୟ ନିର୍ବାଚନରେ। ଭାଇରାଲ ଭିଡିଓରେ କେଜରିୱାଲ ତାଙ୍କ ବିଷୟରେ ନୁହେଁ ବରଂ ଜଣେ ପୂର୍ବତନ ବିଜେପି ସମର୍ଥକଙ୍କ ବିଷୟରେ କହୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଅରବିନ୍ଦ କେଜ୍ରିୱାଲ କହୁଛନ୍ତି ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ)ଥିବାର ଭିଡିଓ ଏଡିଟ୍ କରାଯାଇଛି। ଭିଡିଓରେ କେଜରିୱାଲ ତାଙ୍କ ବିଷୟରେ ନୁହେଁ ବରଂ ଜଣେ ପୂର୍ବତନ ବିଜେପି ସମର୍ଥକଙ୍କ ବିଷୟରେ କହୁଛନ୍ତି।

Avatar

Title:ଅରବିନ୍ଦ କେଜ୍ରିୱାଲ କହୁଛନ୍ତି ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *