
ଦେଶରେ ବର୍ତ୍ତମାନ ଅଲଗା ଅଲଗା ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଯେଉଁଥିରେ ଆସାମ ମଧ୍ୟ ସାମିଲ ଅଛି। ଆସାମରେ AIUDF କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମିଳିତ ମଞ୍ଚରେ ଯୋଗ ଦେଇ ନିର୍ବାଚନ ଲଢ଼ିବାକୁ ଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଆସାମର ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ନେତା ବଦରୁଦ୍ଦିନ ଅଜମଲଙ୍କ ଏକ ଛୋଟ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଅଜମଲ କହିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଭାରତକୁ ଏକ ଇସଲାମ ଦେଶରେ ପରିଣତ କରିବେ ଏବଂ ଏଠାରେ କୌଣସି ହିନ୍ଦୁ ରହିବେ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
12 ମାର୍ଚ୍ଚରେ Tridip kumar Nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କଂଗ୍ରେସ ଯାହା ସହ ଗଟବନ୍ଧନ କରିଛି ସେ ପାର୍ଟି କହୁଛି ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଭାରତକୁ ଏକ ଇସଲାମ ଦେଶରେ ପରିଣତ କରିବେ ଏବଂ ଏଠାରେ କୌଣସି ହିନ୍ଦୁ ରହିବେ ନାହିଁ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର ଏବଂ ଅନେକ ଲୋକ ଦେଖିସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଆସାମର (AIUDF) ନେତା ବଦରୁଦ୍ଦିନ ଅଜମଲ କହିଛନ୍ତି ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଭାରତକୁ ଏକ ଇସଲାମ ଦେଶରେ ପରିଣତ କରିବେ ଏବଂ ଏଠାରେ କୌଣସି ହିନ୍ଦୁ ରହିବେ ନାହିଁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। AIUDF ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ହେଉଥିବା ଭିଡିଓ ଏଡିଟେଡ ଅଟେ। ଏହା ହେଉଛି ପ୍ରକୃତ ଭିଡିଓ। ଭାଇରାଲ ହେଉଥିବା ଫେକ ଭିଡିଓ ଉପରେ ଆକସନ ନିଆ ଯାଉ। ତଳେ ପୋଷ୍ଟର ଲିଙ୍କ ତଳେ ଦେଖନ୍ତୁ।
ପରେ ଆମକୁ ଅଧିକ ସର୍ଚ୍ଚରେ ଏକ youtube ଚ୍ୟାନେଲ ମିଳିଲା। ଯାହାକି 17 ଏପ୍ରିଲ 2019ରେ ପ୍ରକାଶିତ ହୋଇଥିବାର ପାଇଲୁ। ଭିଡିଓର ଆଖ୍ୟାରେ ଲେଖାଯାଇଛି ଯେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଅଜମଲଙ୍କ ଏହି ଭାଷଣ ବାରପେଟାରେ ଦିଆଯାଇଥିଲା। ଭାଷଣର 5.44 ମିନିଟରେ ଅଜମଲ ଭାରତରେ ମୋଗଲ ଶାସନ ବିଷୟରେ କହୁଥିବାର ଶୁଣିବାକୁ ମିଳେ। ତାଙ୍କର ସମ୍ପୂର୍ଣ୍ଣ ଭାଷଣ ଶୁଣି ଏହା ଜଣା ପଡିଛି ଯେ ସେ କହୁଛନ୍ତି, ଆପଣ ଜାଣନ୍ତି ଯେ ମୋଗଲମାନେ 800 ବର୍ଷ ଧରି ଭାରତ ଉପରେ ଶାସନ କରିଥିଲେ, କିନ୍ତୁ ସେମାନେ ଏହାକୁ ଇସଲାମ ଦେଶ କରିବା ପାଇଁ କେବେ ଭାବି ନଥିଲେ। ଯଦି ସେମାନେ ଏପରି ଭାବିଥାନ୍ତେ, 800 ବର୍ଷ ମଧ୍ୟରେ ଗୋଟିଏ ହେଲେ ହିନ୍ଦୁ ରହି ନଥାନ୍ତେ; ସମସ୍ତେ ରୂପାନ୍ତରିତ ହୁଅନ୍ତି। ତାହା ଘଟିଛି କି? ବ୍ରିଟିଶମାନେ 200 ବର୍ଷ ଶାସନ କଲେ ଏବଂ ସେମାନେ ମଧ୍ୟ ଭାରତକୁ ଖ୍ରୀଷ୍ଟିଆନ ଦେଶ କରିବାକୁ ସାହସ କଲେ ନାହିଁ। ବାସ୍ତବରେ ଅଜମଲ ଏହି ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶକ୍ତିଶାଳୀ ମନ୍ତ୍ରୀ ହେମନ୍ତ ବିଶ୍ୱ ସରମାଙ୍କୁ ଟାର୍ଗେଟ କରିଥିଲେ। ତାଙ୍କ ଅଭିଭାଷଣରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ କଂଗ୍ରେସ ନେତାମାନେ ଭାରତକୁ ହିନ୍ଦୁ ଦେଶ କରିବାକୁ କେବେ ଇଚ୍ଛା କରିନାହାଁନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଆସାମର (AIUDF) ନେତା ବଦରୁଦ୍ଦିନ ଅଜମଲ କହିଛନ୍ତି ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଭାରତକୁ ଏକ ଇସଲାମ ଦେଶରେ ପରିଣତ କରିବେ ଏବଂ ଏଠାରେ କୌଣସି ହିନ୍ଦୁ ରହିବେ ନାହିଁ ଦାବିରେ ଭାଇରାଲ କରାଯାଉଥିବା ଭିଡିଓ ଏଡ଼ିଟ୍ କରାଯାଇଛି। ଭିଡିଓ 2019ର ଅଟେ।

Title:ମୁଁ କ୍ଷମତାକୁ ଆସିଲେ ଭାରତକୁ ଏକ ଇସଲାମ ଦେଶରେ ପରିଣତ କରିଦେବି ଏବଂ ଏଠାରେ କୌଣସି ହିନ୍ଦୁ ରହିବେ ନାହିଁ- ବଦରୁଦ୍ଦିନ ଅଜମଲ?
Fact Check By: Saritadevi SamalResult: False