ଗଲବାନ ଘାଟିର ହିଂସାରେ ଆହତ ହେବା ପେର ଉତ୍ତରାଖଣ୍ଡର ବଶନ୍ ସିଂ ଶହୀଦ ହୋଇଗଲେ ?

False Social

ସୋସିଆଲ ମିଡିଆରେ ଜଣେ ଜବାନଙ୍କ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଗାଲଭାନ୍ ଘାଟରେ ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ହିଂସାକାଣ୍ଡ ମଧ୍ୟରେ ଜଣେ ଯାବାନ ବିଶନ ସିଂହଙ୍କ ମୃତ୍ୟୁ ହୋଇଥିଲା। ଶହିଦ ବିଶନ ସିଂହଙ୍କ ଆଂତିମ ସଂସ୍କାର ରବିବାର ଦୀନ ରାନୀବାଗ ସ୍ଥିତ ଚିତ୍ରଶିଲା ଘାଟରେ ସମ୍ମାନର ସହ ଅଂତିମ ସଂସ୍କାର କରାଯାଇଥିଲା। ଭାଇରାଲ ଖବର ଅନୁସାରେ , ସେ ଅଗଷ୍ଟ 31 ତାରିଖ ଦିନ ଭାରତୀୟ ସେନାରୁ ଅବସର ନେଇଥାନ୍ତେ ।

19 ଅଗଷ୍ଟରେ  Akshaya kumar Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଦାବି ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି,ଦୁଃଖର ଖବର ଅଗଷ୍ଟ 31ରେ  ଅବସରେ ନେଇଥାନ୍ତେ, ଗଲବାନ ଘାଟିରେ ସହିଦ ହେଲେ ଉତରାଖଣ୍ଡର ବୀର ଜବାନ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 27ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ- Facebook Archive 

ଗଲବାନ ଘାଟିର ସଂଘର୍ଷରେ ଆହତ ହେବା ପେର ଉତ୍ତରାଖଣ୍ଡର ବଶନ୍ ସିଂ ଶହୀଦ ହୋଇଗଲେ ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଦାବି ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାର ଲିଙ୍କ ଗୁଗୁଲରେ ମିଳିଲା। 17 ଅଗଷ୍ଟ 2020ରେ Navbharattimesରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ , ଭାରତୀୟ ସେନାର ଜବାନ ବିଶନ ସିଂହ କ୍ୟାଂସର ରୋଗରେ ପିଡିତ ଥିଲେ। ଏବଂ ହରିୟାଣା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା। ଭାରତୀୟ ସେନା ସ୍ପଷ୍ଚ କରିଛି ଯେ, 17 କୁମାଉଁ ରେଜିମେଣ୍ଟର ହବଳଦାର ବିଶାନ ସିଂ  ଗଲବାନ ଘାଟିରେ ହୋଇଥିବା ହିଂସାରେ କ୍ଷତାକ୍ତ ହୋଇନଥିଲେ। ଭାରତୀୟ ସେନା କହିଛନ୍ତି ଯେ, କିଛି ମିଡଆ ଚାନେଲରେ ବିଶନ ସିଂଙ୍କ ନିଧନକୁ ଗଲବାନ ହିଂସା କାରଣରୁ ହୋଇଥିବା ମିଥ୍ୟା ଦାବିରେ ଭାଇରାଲ କରିଥିଲା। ଯାହା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- NavbharattimesArchive

ଏହା ପରେ ଆମକୁ ପିଆଇବି ଫ୍ୟାକ୍ଟଚେକର Twitter ଆକାଉଣ୍ଟ ମିଳିଲା। ଯେଉଁଥିରେ ଭାଇରାଲ ଖବର ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ପେଜରେ ଭାଇରାଲ ଖବରକୁ ମିଥ୍ୟା ବୋଲି ସ୍ପଷ୍ଟ କରାଯାଇଛି। ବିଶନ ସିଂଙ୍କର କ୍ୟାନ୍ସର ରୋଗ ପାଇଁ ତାଙ୍କର ନିଧନ ହୋଇଥିଲା। ଏଥିରୁ ସ୍ପଷ୍ଟ କରାଯାଇଛି ଯେ, ଗଲବାନ ଘାଟିର ହିଂସାରେ  ବିଶନ ସିଂଙ୍କର ମୃତ୍ୟୁ ହୋଇଥିବା ଦାବିରେ ଭାଇରାଲ ହେଉଥିବା ଖବର ମିଥ୍ୟା ଅଟେ। 

ଏଠାରେ ଲିଙ୍କ ଦେଖନ୍ତୁ- Twitter Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ,  ସ୍ୱର୍ଗତ ବିଶନ ସିଂଙ୍କର ମୃତ୍ୟୁ ଗଲବାନ ଘାଟିରେ ହିଂସାରେ ଆଘାତ କାରଣରୁ ମୃତ୍ୟ ହୋଇ ନାହିଁ। ବିଶନ ସିଂଙ୍କର  ମୃତ୍ୟୁ କ୍ୟାନ୍ସର ରୋଗରେ ପିଡ଼ିତଥିବାରୁ ହୋଇଛି। 

Avatar

Title:ଗଲବାନ ଘାଟିର ହିଂସାରେ ଆହତ ହେବା ପେର ଉତ୍ତରାଖଣ୍ଡର ବଶନ୍ ସିଂ ଶହୀଦ ହୋଇଗଲେ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *