
Photo Credit: Money Control
26 ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି ଯେ ସମ୍ବିତ ପାତ୍ର ନିଜ ଟୁଇଟର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ମୋଡିଜି ଏବଂ ତାଙ୍କ ଜେଜେ ବାପା ଦେଶ ପାଇଁ ଅବିବାହିତ ରହିଛନ୍ତି। ଏହା ପରେ ସେ ଥଟା କରି କହିଛନ୍ତି ଯେ ଯଦି ମୋଦୀଜିଙ୍କ ଜେଜେ ବିବାହ କରି ନାହାନ୍ତି ତାହାଲେ ନାତି କେଉଁଠୁ ଆସିଲା?
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ ସେ ସମ୍ବିତ ପାତ୍ରଙ୍କ ଦ୍ଵାରା ଟୁଇଟ କରା ଯାଇ ଥିବା ଫୋଟୋ ଟେକ ତାରିଖ ଦେଖିଲୁ। ଏହା ପରେ ଆମେ ଟୁଇଟର ରେ ସମ୍ବିତ ପାତ୍ରଙ୍କ ଟୁଇଟର ଏକାଉଣ୍ଟ ରେ ଯାଇ ଵହି ତାରିଖ ରେ ହେଇ ଥିବା ସବୁ ଟୁଇଟ ଖୋଜି ବାହାର କରିଲୁ। 9 ଡିସେମ୍ବର 2017 ମସିହାରେ ଆମକୁ ସମ୍ବିତ ପାତ୍ରଙ୍କ ଦ୍ଵାରା କରା ଯାଇ ଥିବା ଏହି ଟୁଇଟ ମିଳିଲା ନାହିଁ। ସମ୍ବିତ ପତ୍ର 9 ଡିସେମ୍ବର 2017 ରେ ମାତ୍ର କିଛି ଟା ଟୁଇଟ ହି କରିଛନ୍ତି।
ଏହା ପରେ ଆମେ ପୋଷ୍ଟ କରା ଯାଇ ଥିବା ଫୋଟୋ ଓ ସମ୍ବିତ ପାତ୍ରଙ୍କ 9 ଡିସେମ୍ବର 2017 ମସୁହାର ଟୁଇଟର ର ଫୋଟୋ ତୁଳନା କରିଲୁ। ତୁଳନା କରିଲା ପରେ ଆମେ ଦେଖିବା କୁ ପାଇଲୁ ଯେ ଦୁଇଟି ଫୋଟୋ ସମ୍ପୂର୍ଣ ଭାବେ ଭିନ୍ନ ଅଟେ। ତାଙ୍କ ଟୁଇଟର ଏକାଉଣ୍ଟର ନାମ ମଧ୍ୟ ଭିନ୍ନ ଅଟେ।

ଏହା ପରେ ଆମେ ଦାବି କରା ଯାଇ ଥିବା ଟୁଇଟର ଏକାଉଣ୍ଟ କୁ ଖୋଜି ବାହାର କରିଲୁ। ଏହି ଟୁଇଟର ଏକାଉଣ୍ଟ ପାରୋଡି ପାତ୍ର ନାମ ରେ ଟୁଇଟର ରେ ଅଛି। ଏହି ଏକାଉଣ୍ଟ ରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଏହି ଏକାଉଣ୍ଟର କୌଣସି ଉପାଏ ରେ ସମ୍ବିତ ପାତ୍ରଙ୍କ ଏକାଉଣ୍ଟ ସହିତ ସମ୍ବନ୍ଧ ନାହିଁ। @sambitswaraj ରେ ତାଙ୍କ ସହିତ ସିଧା ସମ୍ପର୍କ କରନ୍ତୁ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ପୋଷ୍ଟରେ କରା ଯାଇ ଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ସମ୍ବିତ ପାତ୍ରଙ୍କ ନକଲି ଟୁଇଟର ଏକାଉଣ୍ଟରୁ ଏହି ପୋଷ୍ଟ କରା ଯାଇ ସୋସିଆଲ ମିଡିଆ ରେ ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ବିଜେପି ମୁଖପାତ୍ର ସଂବିତ ପାତ୍ର ଟୁଇଟ କରି କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଜେଜେ ବାପା ଦେଶ ପାଇଁ ଅବିବାହିତ ରହି ଥିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False