ରକେଟ୍ ଲଞ୍ଚ ଭିଡିଓକୁ ଚୀନ୍ ଦ୍ୱାରା ନିର୍ମିତ କୃତ୍ରିମ ସୂର୍ଯ୍ୟ ନିର୍ମିତ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।

False International

ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି ଯେ, ଚୀନ୍ କୃତ୍ରିମ ସୂର୍ଯ୍ୟ ସୃଷ୍ଟି କରିଛି। ଇଣ୍ଟରନେଟରେ ଭାଇରାଲ ଭିଡିଓରେ  ଆକାଶରେ ଦେଖାଯାଉଥିବା ଉଜ୍ଜ୍ୱଳ ଜିନିଷ ହେଉଛି ଚୀନ୍ ଦ୍ୱାରା ନିର୍ମିତ ସୂର୍ଯ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

ଭାଇରାଲ ହେଉଥିବା ପୋଷ୍ଟରେ ଲେଖାଅଛି, ଚାଇନାରେ ନକଲି ସୂର୍ଯ୍ୟ ଲଞ୍ଜ କଲା। ଏହି ଭିଡିଓ ଆମକୁ ହ୍ୱାଟ୍ସଅପରେ ସେୟାର କରାଯାଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ ଏହି ଖବର ଅନେକ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରାଯାଇଛି। ତଳେ ପୋଷ୍ଟ ଦେଖନ୍ତୁ।

ଭାଇରାଲ ଭିଡିଓ ଆର୍କାଇଭ ଲିଙ୍କ ମଧ୍ୟ ଦେଖନ୍ତୁ।

ତେବେ କଣ ଭାଇରାଲ ଭିଡିଓରେ ଆକାସରେ ଦେଖା ଯାଉଥିବା ସୂର୍ଯ୍ୟ ଚାଇନା ଦ୍ୱାରା ନିର୍ମିତ କୃତ୍ରିମ ସୂର୍ଯ୍ୟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ Invid-V ସାହାର୍ଯ୍ୟରେ ଭିଡିଓ ଯାଞ୍ଚ କରିଲୁ। ସର୍ଚ୍ଚରେ  ଆମକୁ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ମିଳିଲା। 16 ମାର୍ଚ୍ଚ 2020 ରେ ପ୍ରସାରିତ ଏକ ଭିଡିଓ ଦେଖିପାରିବେ। ଯେଉଁଥିରେ ଲେଖାଯାଇଛି ଯେ, ଲଙ୍ଗ ମାର୍ଚ୍ଚ 7A ରକେଟ୍ ଚାଇନାର ୱେଞ୍ଚାଙ୍ଗ ସ୍ପେସ୍ ଲଞ୍ଚ ସାଇଟରେ ରାତି 9.34 ରେ ଉତକ୍ଷେପଣ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

Wu Lei ନାମକ ଏକ ପୃଷ୍ଠାରେ ଭାଇରାଲ୍ ଭିଡିଓ ସହିତ ସମାନ ଭିଡିଓ ପାଇଲୁ। ସେଥିରେ  ଲୋକମାନଙ୍କୁ ରକେଟ୍ ଲଞ୍ଚ କରୁଥିବା ଦେଖିପାରିବେ। ଡିସେମ୍ବର 24 ରେ ଏହି ଭିଡିଓ କିଛି ଦିନ ପୂର୍ବରୁ ପ୍ରସାରିତ ହୋଇଥିଲା। ଏହା ସହିତ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହା 23 ଡିସେମ୍ବରରେ ରକେଟ୍ ଉତକ୍ଷେପଣର। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଆପଣ ଦେଖିପାରିବେ ଯେ ଏହି ଭିଡିଓରେ ଥିବା ସୂଚନା ଚାଇନିଜ୍ ଭାଷାରେ ଲେଖାଯାଇଛି। ଏବଂ ଏହି ପୃଷ୍ଠାକୁ ସ୍କୋର୍ କରିବାବେଳେ, ଆମେ ଜାଣିଲୁ ଯେ ଏହାର ଅପରେଟର ଚାଇନାରେ ଅନେକ ରକେଟ୍ ଲଞ୍ଚ ଏବଂ ସ୍ପେସ୍ ମିଶନ୍ ରିପୋର୍ଟ କରିଛନ୍ତି। ସୂଚନା ଅନୁଯାୟୀ ସେ ଜଣେ ସାମ୍ବାଦିକ। ତେଣୁ ଏଥିରୁ ଆମେ ଅନୁମାନ କରିଛୁ ଯେ ଉପରୋକ୍ତ ଭିଡିଓ ହେଉଛି ଚାଇନାର ରକେଟ୍ ଉତକ୍ଷେପଣର। ଅନୁସନ୍ଧାନରେ, ଆମେ ଜାଣିବାକୁ ପାଇଲୁ ଯେ କିଛି ଦିନ ପୂର୍ବରୁ 23 ଡିସେମ୍ବରରେ ଚୀନ୍ ଲଙ୍ଗ ମାର୍ଚ୍ଚ 7A ଆରମ୍ଭ କରିଥିଲା।

ନିମ୍ନ ତୁଳନାତ୍ମକ ଚିତ୍ରରେ ଆପଣ ସେହି ଦୃଶ୍ୟକୁ ଦେଖିପାରିବେ ଯାହା ଉଭୟ ଭିଡିଓରେ ସମାନ। ଏହି ଖବର  ହିନ୍ଦୀ factcrescendo ମଧ୍ୟ ଜାଞ୍ଜ କରିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଯଦିଓ ଆମେ ଭାଇରାଲ୍ ଭିଡିଓ ନିଶ୍ଚିତ କରିପାରିଲୁ ନାହିଁ, କିନ୍ତୁ ଏହି ପ୍ରମାଣରୁ ଆମେ କହିପାରିବା ଯେ ଏହା ଏକ ରକେଟ୍ ଲଞ୍ଚ ଭିଡିଓ ଅଟେ।

ଚାଇନାର କୃତ୍ରିମ ସୂର୍ଯ୍ୟଙ୍କର ଅବସ୍ଥା କ’ଣ?

ଚାଇନାର କୃତ୍ରିମ ସୂର୍ଯ୍ୟକୁ ପରୀକ୍ଷାମୂଳକ ଆଡଭାନ୍ସଡ ସୁପରକଣ୍ଡକ୍ଟିଂ ଟୋକାମାକ (EAST) କୁହାଯାଏ।  ଏହା ଏକ ଫ୍ୟୁଜନ୍ ରିଆକ୍ଟର ଉପକରଣ। ଭବିଷ୍ୟତରେ ସ୍ୱଚ୍ଛ ଶକ୍ତି ହାସଲ କରିବାକୁ ଚୀନ୍ କୃତ୍ରିମ ସୂର୍ଯ୍ୟ ବ୍ୟବହାର କରୁଛି। 2006 ରୁ ପରମାଣୁ ଫ୍ୟୁଜନ୍ ପରୀକ୍ଷଣ ପାଇଁ ଚୀନ୍ ଏହି କୃତ୍ରିମ ସୂର୍ଯ୍ୟକୁ ବ୍ୟବହାର କରୁଛି। ସମ୍ପ୍ରତି ଚୀନ୍‌ର ଏକ ରେକର୍ଡ ଭାଙ୍ଗିଯାଇଛି। ସେ ଏହି ସୂର୍ଯ୍ୟଙ୍କୁ ପ୍ରାୟ 20 ମିନିଟ୍ ପାଇଁ 70 ମିଲିୟନ୍ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ପରୀକ୍ଷା କରିଥିଲେ। ଆପଣ ଏହି କୃତ୍ରିମ ସୂର୍ଯ୍ୟର ଚିତ୍ର ନିମ୍ନରେ ଦେଖିପାରିବେ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଏହା ହେଉଛି ରକେଟ୍ ଲଞ୍ଚ ଭିଡିଓ। ଚୀନ୍ ଦ୍ୱାରା ନିର୍ମିତ ହୋଇଥିବା କୃତ୍ରିମ ସୂର୍ଯ୍ୟ ସହିତ ଏହାର କୌଣସି ସମ୍ପର୍କ ନାହିଁ।

Avatar

Title:ରକେଟ୍ ଲଞ୍ଚ ଭିଡିଓକୁ ଚୀନ୍ ଦ୍ୱାରା ନିର୍ମିତ କୃତ୍ରିମ ସୂର୍ଯ୍ୟ ନିର୍ମିତ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *