କ’ଣ ରହସ୍ୟ ଲୁଚି ରହିଚି ମ୍ୟାଗୀ ପେକେଟରେ ଛପି ଥିବା ଇ-କୋଡର? କ’ଣ ଏହି ଇ-କୋଡରେ ଲୁଚି ରହିଚି ଗୋଟିଏ ରସାୟନ ଯେଉଁଟା ମାଛ ଓ ମାଁକ୍ସ ରୁ ପ୍ରାପ୍ତ ହୋଇଥାଏ? ଜାଣନ୍ତୁ ସତ।

False Social

୨୫ ଜାନୁଆରୀ ୨୦୨୦ ରେ ଓଡ଼ିଆ ଏକ୍ସପ୍ରେସ ସାଇଟରେ ଏହା ଦାବି କରା ଯାଇଅଛି ଯେ ନେସଲେ କମ୍ପାନୀ ଉତ୍ପାଦରେ ମ୍ୟାଗି, ଯେଉଁଥିରେ ଦର୍ଶାଯାଇଥାଏ ଯେ ଏହା ୧୦୦ ପ୍ରତିଶତ ଶାକାହାରୀ ଉତ୍ପାଦନ ଅଟେ ବୋଲି, ଏହା କମ୍ପାନୀ ଦ୍ୱାରା କରାଯାଇଥିବା ଏକ ଧୋକା ଅଟେ। ବାସ୍ତବରେ ମ୍ୟାଗିରେ କଣ କଣ ଜିନିଷ ମିଶାଯାଈଥାଏ ଏହାର ବିବରଣୀ ମ୍ୟାଗିର ପ୍ୟାକେଟରେ ପୁରା ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଏହାକୁ ଇ କୋଡ୍ କହନ୍ତି , ଯେଉଁଟା ସାଧାରଣ ଜନତା ବୁଝିପାରନ୍ତି ନାହିଁ ଓ ଏହାକୁ ଶାକାହାରୀ ଭାବିକରି ଏହାକୁ ସେବନ କରନ୍ତି। ଯେବେ ଏହାର ପ୍ୟାକେଟ୍ ସାମଗ୍ରୀ ସୁଚି ଦେଖିବେ ତେବେ ଏହା ଫ୍ଲେବର୍ ଇନ୍ହେସର୍ ନାମକ ଏକ ଜିନିଷ ନଜର ଆସିବ , କିନ୍ତୁ ଏହା କଣ ଏହି କଥା ପ୍ୟାକେଟ୍ ରେ ଲେଖା ହୋଇନଥାଏ , ବରଂ ଏହାର କୋଡ୍ ନମ୍ବର ଦିଆଯାଏ , ଯେବେ ଆମେ ଏହାର କୋଡ୍ ଇଣ୍ଟରନେଟ୍ ରେ ସୁଚନା ପ୍ରାପ୍ତି କଲୁ, ତେବେ ଜଣାଗଲା କି ଏହା ଏକ ରସାୟନ ଅଟେ ଯାହାର ପ୍ରୟୋଗ ଖାଦ୍ୟ ପଦାର୍ଥରେ ସ୍ୱାଦ ବଢାଇବା ପାଇଁ କରାଯାଏ ଓ ଏହି ରସାୟନ ମାଂସ ଅଥବା ମାଛରୁ ପ୍ରାପ୍ତ୍ କରାଯାଏ। ଏଥିପାଇଁ ଶାକାହାରୀଙ୍କ ପାଇଁ ଏହା  ବିଲକୁଲ୍ ଅନୁପଯୁକ୍ତ ଅଟେ। ଏହା ଛଡା ଏହି ରସାୟନରେ ବହୁତ ଶାରରୀକ ଦୁଷପରିଣାମ ବି ସାମିଲ୍ ଅହି , ଏହି ରସାୟନ ଗଣ୍ଠି ଆସ୍ତମା ରୋଗୀଙ୍କ ପାଇଁ ବିଲକୁଲ୍ ଅନୁପଯୋଗୀ , ତାହା ସହ ମଣିଷ ମସ୍ତିଷ୍କ ଦୁପ୍ରଭାବ ପକାଇଥାଏ। ଏହାର ପ୍ରଭାବ ଧିମା ହୋଇଥାଏ , କିନ୍ତୁ ହେଇଥାଏ , ଅର୍ଥାତ୍ ଏକ ପ୍ରକାରର ଧିମା ବିଷ ଅଟେ। ଏହା ବିଦେଶୀ କମ୍ପାନି ଧୋକା ଦେଇ ଆମର ସ୍ୱାସ୍ଥ୍ୟ ଏବଂ ଧର୍ମ ଭ୍ରଷ୍ଟ କରିବାରେ ଲାଗିଛନ୍ତି । ଯଦି ଆପଣଙ୍କୁ ଜଳଖିଆ ବନାଇବାର୍ ଅଛି ତେବେ ମ୍ୟାଗିର ବହୁତ ବିକଳ୍ପ ମହଜୁତ୍ ଅଛି , ଯେପରି ପୋହା , ସୁଜି ହାଲୱା,  ଡାଲିଆ ଆଦି ତିଆରି କରିପାରିବେ , ଏହାକୁ ବନାଇବାରେ ଅଧିକା ସମୟ ଲାଗେ ନାହିଁ।

source.jpg

Odia Express | Archive

ଏହି ବିଷୟ ଫେସବୁକରେ ମଧ୍ୟ ପୋଷ୍ଟ କରି ଭାଇରାଲ କରା ଯାଇଅଛି। ଏହି ପୋଷ୍ଟକୁ ଗତ ସପ୍ତାହରେ ୩,୪୦୦ ଲାଇକ୍ସ ଓ ୧,୫୦୦ ଥର ଶେୟାର ମାଢି କର ଯାଇ ସାରିଛି। 

fb.jpg

Facebook | Archive

ଆମ ଅନୁସନ୍ଧାନରୁ ଏହା ଜଣା ପଡିଲା ଯେ:

ପୋଷ୍ଟରେ ଦାବି କରା ଯାଇଅଛି ଯେ ମ୍ୟାଗୀ ପେକେଟରେ ଛପି ଥିବା କୋଡରେ ଫ୍ଲେବର ଏହ୍ନାନସର ପାଇଁ ମିଶା ଯାଇଥିବା ରସାୟନର ଗୁପ୍ତ ଉପାୟରେ ବ୍ୟବହାର କରା ଯାଇଥିବା ସୂଚନା ଲୁଚି ରହିଅଛି। ଆମେ ଏହି କୋଡ ବିଷୟରେ ଜାଣିବା ପାଇଁ ମ୍ୟାଗୀର ଅଫିସୟାଲ ୱେବ୍ସାଇଟ ଯାଇ ଦେଖିଲୁ। ସେଠାରେ ଆମେ ଏହା ଜାଣିବା କୁ ପାଇଲୁ ଯେ ଏହି କୋଡ କୌଣସି ରସାୟନ ପଦାର୍ଥର ବିବରଣ ଦେଇ ନାହିଁ। ଏହି କୋଡ ଏହା ସୂଚନା ଦେଇ ଥାଏ ଯେ ମ୍ୟାଗୀ ଯେଉଁ ପେକେଟରେ ବନ୍ଦ ହେଇ ଆସିଥାଏ ସେହି ପେକେଟ କେଉଁ କେଉଁ ଜିନିଷ ବ୍ୟବହାର କରି ବନା ଯାଇଅଛି। ଏହି କୋଡ ମାଧ୍ୟମରୁ ଏହା ଜଣା ପଡେ ଯେ ଏହି ପେକେଟକୁ ପୁଣି ବ୍ୟବହାର କରି ହେବ କି ନାହିଁ। 

truth of code.jpg

Maggi | Archive

ପୋଷ୍ଟରେ କରା ଯାଇଥିବା ଗୋଟିଏ ଅନ୍ୟ ଦାବି ଏହା ଥିଲା ଯେ ଫ୍ଲେବର ଏହ୍ନାନସର ପାଇଁ ହେଉନ ରସାୟନର ବ୍ୟବହାର କରା ଯାଏ ସେଇଟା ମାଛ ଓ ମାଁକ୍ସରୁ ଆସେ। ଆମେ ଏହି ବିଷୟରେ ଜାଣିବା ପାଇଁ ପୁଣି ମ୍ୟାଗୀର ସାଇଟରେ ଯାଇ ଦେଖିଲୁ। ସେଥିରେ ସ୍ପଷ୍ଟ ଭାବେ ଲେଖା ଯାଇଅଛି ଯେ ଭାରତରେ ତିଆରି ହେଉଥିବା ମ୍ୟାଗୀରେ ମାଁକ୍ସ ଓ ଘୁଷୁରିର ଚର୍ବିର ବ୍ୟବହାର କରା ଯାଏ ନାହିଁ। ମ୍ୟାଗୀର ଚିକେନ ନୁଡୁଲ୍ସ ଛାଡ଼ି ମ୍ୟାଗୀର ଅନ୍ୟ ସବୁ ନୁଡୁଲ୍ସ ସମ୍ପୂର୍ଣ ଭାବେ ସାକାହାରୀ। 

pork fat in maggi.jpg

ମ୍ୟାଗୀରେ ରସାୟନ ପଦାର୍ଥ ମିଶି ଥିବା ନେଇ ଦାବି ବହୁତ ସମୟ ଧରି ଚାଲି ଆସିଛି। ଏହି ଦାବିକୁ ନେଇ ଫେକ୍ଟ କୃସେଣ୍ଡୋ ଓଡ଼ିଆ ଗତ ବର୍ଷ ଅକ୍ଟୋବର ରେ ମିଥ୍ୟା ବୋଲି ପ୍ରମାଣ କରି ସାରିଛି। 

fact crescendo Odia.jpg

Fact Crescendo Odia

୪ ଜାନୁଆରୀ ୨୦୧୯ ମସିହାରେ FSSAI ଅଧ୍ୟକ୍ଷ ପବନ ଅଗ୍ରୱାଲ ଏହା କହିଛନ୍ତି ଯେ ନେସଲେ କମ୍ପାନୀ ମ୍ୟାଗୀର ପରୀକ୍ଷା କରି ଲଗାତାର ରିପୋର୍ଟ ଦେଉଛି। ବର୍ତମାନ ସମୟରେ ମ୍ୟାଗୀର ପୁଣି ବଜାରରେ ବିକ୍ରି ହେବା ଆରମ୍ବ ପରେ କୌଣସି ଚିନ୍ତାଜନକ ଫଳ ଓ ପ୍ରାମାନ ନାହିଁ। ଏଫଏସଏସଆଇ ମ୍ୟାଗୀ ସେବନ ସୁରକ୍ଷିତ ବୋଲି କହି ସାରିଛି। 

business standards.jpg

Business Standard | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ମ୍ୟାଗୀର ପେକେଟରେ ଥିବା କୋଡ ରସାୟନ ବିଷୟରେ ନୁହେଁ, ମ୍ୟାଗୀର ପେକେଟ କେଉଁ ତିରେ ଟିୟାରି ହୋଇଛି ସେଇଟା ଦରସାଏ ଏବଂ ମ୍ୟାଗୀ କମ୍ପାନୀ ନିଜ ୱେବ୍ସାଇଟରେ ଏହା ପ୍ରମାଣ ଦେଇ ଅଛି ଯେ ମ୍ୟାଗୀରେ କୌଣସି ଆମିଷ ପଦାର୍ଥ ମିଶା ଯାଇ ନାହିଁ। ପୋଷ୍ଟରେ କରା ଯାଇ ଥିବା ଦାବି ମିଥ୍ୟା ଅଟେ। ମ୍ୟାଗୀରେ ଆମିଷ ପଦାର୍ଥ ମିଳିଥିବା ମିଥ୍ୟା ଖବର ୨୦୧୫ ମସିହାରୁ ଭାଇରାଲ ହେଉଅଛି। 

Avatar

Title:କ’ଣ ରହସ୍ୟ ଲୁଚି ରହିଚି ମ୍ୟାଗୀ ପେକେଟରେ ଛପି ଥିବା ଇ-କୋଡର? କ’ଣ ଏହି ଇ-କୋଡରେ ଲୁଚି ରହିଚି ଗୋଟିଏ ରସାୟନ ଯେଉଁଟା ମାଛ ଓ ମାଁକ୍ସ ରୁ ପ୍ରାପ୍ତ ହୋଇଥାଏ? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *