
ସୋସିଆଲ ମିଡିଆରେ କଂଗ୍ରେସ ନେତା ସୁରେଶ କୁମାର ରାଉତଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୁର ରାଉତ ନେହେରୁ ପରିବାରକୁ ଘାସ କଟା ପରିବାର ବୋଲି କହୁଛନ୍ତି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, କଂଗ୍ରେସ ନେତା ଖୁଦ ନେହେରୁ ପରିବାରକୁ ଘାସ କଟା ପରିବାର ବୋଲି କହୁଛନ୍ତି।
Rashmi Ranjan Barik ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ନେହେରୁ ପରିବାର ଗୋଟେ ଘାସ କଟା ପରିବାର ନୁହଁ ତ କଣ ବାଲ କଟା ପରିବାର ।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 719 ଲୋକ ଦେଖିଛନ୍ତି। ଏହାଛଡ଼ା ଭିଡିଓକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ମିଳିଥିବା ଫୋଟୋକୁ ଗୁଗଲ ରେ ରିଭର୍ସ ଇମେଜ କରିବାରୁ ଭାଇରାଲ ଭିଡିଓ ଆମକୁ Jaydev Khabar ୟୂଟ୍ୟୂବ ଚ୍ୟାନେଲରେ ପାଇଲୁ। ଭାଇରାଲ ଭିଡିଓ ଆମକୁ 1 ମିନିଟ୍ 30 ସେକେଣ୍ଡରେ ଦେଖିବାକୁ ମିଳୁଛି। ଏହି ଭିଡିଓ 13 ଜୁଲାଇ 2022ରେ ପ୍ରକିଶିତ କରାଯାଇଛି।
ଖବର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିସ୍ପତିକୁ ନେଇ କଂଗ୍ରେସ ନେତା ସୁର ରାଉତରାୟ ଏହି ଟିପଣି ଦେଇଥିଲେ। ଯେଉଁଥିରେ ସେ କହୁଛନ୍ତି ଯେ, ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଷ୍ଟାମ୍ପ ୱିଡ୍ରାଲ କରିଦେଲ। ଇନ୍ଦରା ଗାନ୍ଧୀ ବିଶ୍ୱର ନଂମ୍ବର ୱାନ ମହିଳା ପ୍ରଧାନମନ୍ତ୍ରୀ ତାଙ୍କର ୱିଡ୍ରାଲ କରିଦେଲ । ରାଜିବ ଗାନ୍ଧୀ ଯେ, 18 ବର୍ଷ ଯୁବା ପିଢ଼ିଙ୍କୁ ଭୋଟ ଦେବାର ଅଧିକାର ଦେଇଛନ୍ତି, ତାଙ୍କ ଷ୍ଟାମ୍ପ ପେପରକୁ ୱିଡ୍ରାଲ କରିଦେଲ । ଭାରତ ବର୍ଷ କ’ଣ ତମର? ଯେତେବେଳେ ସ୍ୱାଧୀନତା ଆଣିଲା କାଂଗ୍ରେସ ସେତେବେଳେ ତମେ କ’ଣ କରୁଥିଲ? ତମ ବାପା ଚା ବିକ୍ରି କରୁଥିଲେ। ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଉପରେ ଏପରି ଖରାପ ରିୟାକ୍ସନ କ’ଣ ? ତାଙ୍କ ନାତିକୁ ଇ.ଡି ଜରିଆରେ 21 ଘଣ୍ଟା ଧରୀ ଜେରା କଲ, ପୁଣି ତାଙ୍କ ବହୂ ସୋନିଆ ଗାନ୍ଧୀଙ୍କୁ ଡାକିଛ 21 ତାରିଖରେ। ମୋଦୀ କ’ଣ ତମେ ଭାବୁଛ , ନେହେରୁ ପରିବାର କ’ଣ ଗୋଟେ ଘାସ କଟା ପରିବାର ?’
ଆମେ ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓକୁ ବିଶ୍ଲେଷଣ କରିଲୁ। ତଳେ ବିଶ୍ଲେଷଣ ଦେଖନ୍ତୁ।
ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଟଙ୍କା ହେରଫେର ମାମଲାରେ ଚାରି ଦିନ ପଚରାଉଚରା ପରେ 21 ଜୁନ ଦିନ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଥିଲେ ଏବଂ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କୁ ପଚରାଉଚରା କରିଥିଲା। ରାହୁଲ ଗାନ୍ଧୀ କେନ୍ଦ୍ରୀୟ ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଅବସ୍ଥିତ ଇଡି ମୁଖ୍ୟାଳୟରେ ପ୍ରାୟ 11.15 ସମୟରେ CRPF କର୍ମଚାରୀଙ୍କ Z ପ୍ଲସ ବର୍ଗର ସୁରକ୍ଷା ସହିତ ପହଞ୍ଚିଥିଲେ।
ଶେଷକଥା–
ଅନୁସନ୍ଧାରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ କଂଗ୍ରେସ ନେତା ସୁର ରାଉତରାୟ ନେହେରୁ ପରିବାରକୁ ଘାସ କଟା ପରିବାର ବୋଲି କହିନଥିଲେ। ଭାଇରାଲ ଭିଡିଓର ଅଧା କ୍ଲିପକୁ କାଟି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:କଂଗ୍ରେସ ନେତା ସୁର ରାଉତରାୟ ନେହେରୁ ପରିବାର ଗୋଟେ ଘାସ କଟା ପରିବାର ବୋଲି କହିଲେ ?
Fact Check By: Saritadevi SamalResult: False
