
ଦିଲ୍ଲୀରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଅନ୍ୟ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ସୁପରମାର୍କେଟର ଫଟୋ ଅଛି। ଫଟୋରେ ଦାବି କରାଯାଇଛି ଯେ, ବେଙ୍ଗାଲୁରୁର କୃଷକମାନେ ନିଜର ସୁପର ମାର୍କେଟ ଖୋଲିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
17 ଡିସେମ୍ବରରେ Dipak Kumar Pani ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବେଙ୍ଗଲୁରୁରେ ରାସ୍ତା କଡ଼ରେଥିବା ଠେଲା ବେପାରୀଙ୍କ ଦ୍ୱାରା ସୁପରମାର୍କେଟ ଖୋଲାଯାଇଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏହା ବେଙ୍ଗଲୁର ସୁପର ମାର୍କେଟ ଯାହା ରାସ୍ତା ପାର୍ଶ୍ୱରେଥିବା ବେପାରୀଙ୍କ ଦ୍ୱାରା କରାଯାଇଛି। ଆଜି ଦେଶରେ କ୍ଷୁଦ୍ର ବ୍ୟବସାୟ ଉପରେ ପୁଞ୍ଜୀପତିମାନଙ୍କ ଲୋଳୁପ ଦୃଷ୍ଟି ଅଛି। ତେଣୁ ଦେଶର ଆର୍ଥିତ ପ୍ରଦତି ପାଇଁ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ନିଜ ଜିନିଷ କିଣନ୍ତୁ ନେଟେତ ଧନୀ ଧନୀ ହେବ, ଗରିବ ଦରିବ ହେବ, ଏ ଦେଶରେ ଅମ୍ବାନୀ ଯଦି ପରିବୀ ବିକୁଛି, ଆପଣଙ୍କୁ ସଂକୋଟ କାହିଁକି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଲାଇକ ଏବଂ ସେୟାର କରାଯାଇଛି। ତଳ
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ବେଙ୍ଗାଲୁରୁର କୃଷକମାନେ ନିଜର ସୁପର ମାର୍କେଟ ଖୋଲିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋ ଆମକୁ humus ପେଜରେ ଦେଖିବାକୁ ମିଳିଲା। ସୂଚନା ଅନୁସାରେ ହୁମୁସର ପ୍ରାୟ 2019 ରେ ମଞ୍ଜୁନାଥା ଟିନ୍ ଏବଂ ଶିଳ୍ପା ଗୋପାଲିୟା ପ୍ରତିଷ୍ଠା କରିଥିଲେ। ୱେବସାଇଟ୍, ହୁମୁସ୍ ସିଧାସଳଖ କୃଷକମାନଙ୍କଠାରୁ ପନିପରିବା ଏବଂ ଫଳ ଉତ୍ସ କରେ ଏବଂ ଏହାକୁ ବେଙ୍ଗାଲୁରୁର ଗ୍ରାହକଙ୍କୁ ବିକ୍ରି କରେ। ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- humus। Archive
2 ଡିସେମ୍ୱରରେ entrepreneur ନାମକ ଏକ ପେଜରେ ଆର୍ଟିକଲ ଲେଖାଯାଇଛି । ଏହା ଅନୁଯାୟୀ, ହମୁସ୍ 2019 ରେ ମଞ୍ଜୁନାଥା ଟିନ୍ ଏବଂ ଶିଳ୍ପା ଗୋପାଳୟାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲେ। ଏହା କୌଣସି କୃଷକମାନଙ୍କ ଦ୍ୱାରା ବନାଯାଇ ନାହିଁ। ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- entrepreneur । Archive
ଏହା ପରେ ଆମେ humus ପେଜରେ ଦିଆଯାଇଥିବା ନମ୍ବରରେ ସମ୍ପର୍କ କରିଲୁ, ଯେଉଁଥିରେ ସେ ଆମକୁ ସ୍ପଷ୍ଟ କରାଇଲେ ଯେ, ସେ ତାଙ୍କ ପତ୍ନୀଙ୍କ ସହ 2019 ରେ ଏହି ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ହୁମୁସ୍ ଏକ ବ୍ୟକ୍ତିଗତ ମାଲିକାନା ଷ୍ଟାର୍ଟ ଅପ୍। ଫଟୋରେ ଥିବା ସେହି କାର୍ଗୁଡ଼ିକ କେବଳ ଉପସ୍ଥାପନା ପାଇଁ। କୃଷକମାନେ ଏଠାକୁ ଆସି ସେମାନଙ୍କ ଉତ୍ପାଦ ବିକ୍ରୟ କରନ୍ତି ନାହିଁ। ଆମେ କୃଷକମାନଙ୍କଠାରୁ କିଣିବା ଏବଂ ଏହାକୁ ଆମ ଦୋକାନ ବଜାରରେ ବିକ୍ରି କରୁଛୁ। ଏହି ସୁପର ମାର୍କେଟ କୃଷକମାନେ ଖୋଲିଥିବା ନେଇ କରାଯାଇଥିବା ଦାବି ମିଥ୍ୟା ଅଟେ।
ଶେଷକଥା-
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେ ବେଙ୍ଗାଲୁରୁର କୃଷକମାନେ ନିଜର ସୁପର ମାର୍କେଟ ଖୋଲିଛନ୍ତି କରାଯାଉଥିବା ଦାବି ମିଥ୍ୟା ଅଟେ। ଫଟୋରେଥିବା ସୁପରମାର୍କେଟ ସହରର ଦୁଇ ଦମ୍ପତି ଦ୍ୱାରା ପ୍ରତିଷ୍ଠା ହୋଇଛି।

Title:ବେଙ୍ଗାଲୁରୁର କୃଷକମାନେ ନିଜର ସୁପର ମାର୍କେଟ ଖୋଲିଛନ୍ତି ?
Fact Check By: Saritadevi SamalResult: False