
ତୀନ୍ ଭାରତ ମଧ୍ୟରେ ବିବାଦ ପରଠାରୁ ସୋସିଆଲ ମିଡ଼ିଆରେ ଅନେକ ଖବର ପ୍ରଚାର ହେଉଛି। ଏହା ସହ କଂଗ୍ରେସ ଯେବେଠାରୁ ଭାରତ ଏବଂ ଚୀନ୍ ବିବାଦକୁ ନେଇ କେନ୍ଦ୍ର ସରକାର ବିରୋଧରେ ପ୍ରଶ୍ନବାଚ ସୃଷ୍ଟି କରିବା ପର ଠାରୁ ସୋସିଆଲ ମିଡ଼ିଆରେ ଗାନ୍ଧି ପରିବାରର ଫୋଟୋ ଚିନ୍ ଲୋକଙ୍କ ସହ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶ ଚୀନ ବିରୋଧି ହେବା ସମୟରେ ଗାନ୍ଧି ପରିବାର ଚିନ୍ ରାଷ୍ଟ୍ର ଦୂତ ସହ ଗୁପ୍ତ ବୈଠକ କରୁଛନ୍ତି। 17 ଜୁନରେ Manas Bairislya ନାମକ ଜଣେ ଫେସବୁକ ଯୁଜର ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବିକରାଯାଇଛି ଯେ, ଦେଶ ଚୀନ ବିରୋଧି ହେବା ସମୟରେ ଚାଇନା ରାଷ୍ଟ୍ର ଦୁତ ସହ ନକଲି ଗାନ୍ଧୀ ପରିବାର ଗୁପ୍ତ ବୈଠକ କରୁଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 280 ଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତବେ କଣ ଭାରତ ଚୀନ୍ ବିବାଦ ସମୟରେ ଗାନ୍ଧୀ ପରିବାର ଚୀନର ରାଷ୍ଟ୍ର ଦୂତ ସହିତ ଗୁପ୍ତ ବୈଠକ କରିଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ପ୍ରଥମ ଫୋଟୋ-
ଅନୁସନ୍ଧାନ ଆରମ୍ଭ୍ରେ ପ୍ରଥମ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ପ୍ରଥମ ଫୋଟୋ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର ଅନେକ ଲିଙ୍କ ମିଳିଲା। 6 ଜୁନ 2019ରେ ଏଏନଆଈ Twitter ଆକାଉଣ୍ଟରେ ଭାଇରାଲ ଫୋଟୋ ପୋଷ୍ଟ ହୋଇଥିବାର ପାଇଲୁ। ଖବର ଅନୁଯାୟୀ, ଚାଇନାର କମ୍ୟୁନିଷ୍ଟ ପାର୍ଟିର ପଲିଟବୁରୋର ସଦସ୍ୟ ଲି ସିଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ଚୀନ୍ ପ୍ରତିନିଧୀ ଦଳ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ନେଇ ଦିଲ୍ଲୀରେ ଏକ ବୈଠକରେ ଭେଟିଥିଲେ। ଏହି ପ୍ରତିନିଧି ଦଳ ଉଭୟଙ୍କୁ ଭେଟିବା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଭେଟିଥିଲେ। ପୋଷ୍ଟର ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହା ପରେ ଭାଇରାଲ ଫୋଟୋର ଖବର ଆମକୁ Newindianexpress ପେଜରେ ମଧ୍ୟ ମିଳିଲା। ଖବର ଅନୁସାରେ ଚାଇନାରୁ ଆସିଥିବା ଲୋକଙ୍କ ସହ ଗାନ୍ଧୀ ପରିବାର ସାକ୍ଷାତ କରିବା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସହ ସାକ୍ଷାତ କିର ସାରିଥିଲେ। କଂଗ୍ରେସ ସରକାର ସମୟରେ ମଧ୍ୟ ଅନେକ ବିଦେଶୀ ଡେଲିଗେଶନ ମଧ୍ୟ ବିଜେପି ନେତାଙ୍କ ସହ ମଧ୍ୟ ସାକ୍ଷାତ କରି ଆସନ୍ତି। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Newindianexpress । Archive
ଦ୍ୱିତିୟ ଫୋଟୋ-
ଦ୍ୱିତିୟ ଫୋଟୋକୁ ମଧ୍ୟ ଆମେ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଚିନର ଏକ websitର ଲିଙ୍କ ମିଳିଲା। ଯେଉଁଥିରେ ଭାଇରାଲ ଫୋଟୋ ପାଇଲୁ। 21 ଏପ୍ରିଲ 2017ରେ ପ୍ରକାଶିତ ଖବର ଅନୁସାରେ 20 ଏପ୍ରିଲରେ ରାଜଦୂତ Luo Zhaohui ଏବଂ ତାଙ୍କ ପତ୍ନୀ ଭାରତ ଆସିଥିଲେ। ହୋଟେଲ ତାଜରେ ଗାନ୍ଧୀ ପରିବାର ଦ୍ୱାରା ଆୟୋଜିତ Chinese Diaoyutai Food Festival ରେ ରାଜଦୂତ Luo Zhaohui ଏବଂ ତାଙ୍କ ପତ୍ନୀଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- china
ଏହା ପରେ ଆମକୁ ଭାଇରାଲ ଫୋଟୋର ଲିଙ୍କ ଏକ ଟ୍ୱିଟର ଆକାଉଣ୍ଟରେ ମିଳିଲା। ଏହି ଟ୍ୱିଟ କଂଗ୍ରେସ ମିଡ଼ିଆ ବିଭାଗର ସଚିବ ପ୍ରଣବ ଝା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ଫୋଟୋ 2017 ମସିହାର ଅଟେ। 2017ରେ ଓୟୋଜିତ ଚିନୀ ଫୂଡ ଫେସ୍ଟିଭାଲକୁ ଚୀନ୍ ଅତୀଥିଙ୍କ ଆମନ୍ତ୍ରଣ କରାଯାଇଥିଲା। ଏହି ଗାନ୍ଧୀ ପରିବାରଙ୍କର ଚୀନ ରାଷ୍ଟ୍ର ଦୂତଙ୍କ ସହ କୌଣସି ଗୁପ୍ତ ବୈଠକ ନଥିଲା। ଅଧିକ ସୂଚନା ପାଇଁ ତଳେ ପୋଷଅଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଗାନ୍ଧୀ ପରିବାରଙ୍କର ଭାଇରାଲ ହେଉଥିବା ଫୋଟୋ ଚୀନ୍ ରାଷ୍ଟ୍ର ଦୂତଙ୍କ ସହ ଗୁପ୍ତରେ ଭେଟିଥିବା ଦାବି ମିଥ୍ୟା ଅଟେ। ପ୍ରଥମ ଫୋଟୋରେ ଆସିଥିବା ଚୀନ୍ ଲୋକମାନେ ପ୍ରଥମେ ବିଜେପିର ବ୍ୟାପାର ମନ୍ତ୍ରୀ ସହ ଭେଟିଥିଲେ। ଏବଂ ଦ୍ୱିତିୟ ଫୋଟୋ ତାଜ ହୋଟେଲରେ ଆୟୋଜିତ ଏକ ଚାଇନିଜ ଫୁଡ ଫେସ୍ଟିଭାଲରେ ଗାନ୍ଧି ପରିବାରଙ୍କର ଏହି ଚୀନ ଲୋକଙ୍କ ସହ ସାକ୍ଷାତ ହୋଇଥିଲା।

Title:କ’ଣ ଗାନ୍ଧୀ ପରିବାର ଚୀନ୍ ଦୂତମାନଙ୍କୁ ଗୁପ୍ତରେ ଭେଟିଥିଲେ କି?
Fact Check By: Saritadevi SamalResult: False