
17 ଅଗଷ୍ଟରେ Sunil kumar singh ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ବାଣ ଫୁଟାଯାଉଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଇଛି ଯେ, 2020 ଟୋକିଓ ଅଲମ୍ପିକ ଟୋକିଓରେ ହେବାରଥିଲା। କିନ୍ତୁ କୋରୋନା ମହାମାରି ପାଇଁ ଏହା 2020ରେ ନ ହୋଇ 2021ରେ କରାଯିବ ବୋଲି ନିଷ୍ପତି ନିଆ ଯାଇଛି। କିନ୍ତୁ ଓଲମ୍ପିକ ପୂର୍ବରୁ ହେଉଥୁବା ଆତିସବାଜ କାର୍ଯ୍ୟକ୍ରମ ଲୋକଙ୍କ ମନୋରଞ୍ଜନ ପାଇଁ ଏହି ବର୍ଷ କରାଯାଇଛି।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ,ବହୁ ପ୍ରତିକ୍ଷିତ ଟୋକିଓ ଅଲମ୍ପିକ୍ ୨୦୨୦ରେ ହେବାର ଥିଲା । କିନ୍ତୁ କୋରୋନା ମହାମାରୀ ବର୍ତ୍ତମାନ ସାରା ବିଶ୍ବକୁ ନିଜ ଆୟତରେ ରଖିଥିବା ବେଳେ, ଜାପାନ ଏଥିରୁ ବାଦ୍ ପଡିନାହିଁ । ସେଥିପାଇଁ ଏହି ବିଶ୍ବ ସ୍ତରର କ୍ରିଡା ପ୍ରତିଯୋଗିତାକୁ ୨୦୨୧କୁ ବଢା ଯାଇଛି । ଏହି ଖେଳର ପ୍ରାରମ୍ଭିକ ରଂଗାରଂଗ କାର୍ଯ୍ୟକୂ ସୁନ୍ଦର କରିବା ପାଇଁ ଟୋକିଓ ସ୍ଥିତ ଫୁଜି ପର୍ବତ ନିକଟରେ ଅନେକ ପ୍ରକାରର ଆଲୋକମୟ ଆତସବାଜିର ବନ୍ଦୋବସ୍ତ କରାଯାଇଥିଲା, କିନ୍ତୁ ସବୁ ଯେପରି ବେକାର ସାବ୍ଯସ୍ତ ହେବାକୁ ଯାଉଛି, କାରଣ ଯଦି ୨୦୨୧ରେ ଅଲମ୍ପିକ୍ ଖେଳ ହୁଏ ତେବେ ଏହି ଆତସବାଜିର କାର୍ଯ୍ୟକାରୀତାର ଶକ୍ତି ଲୋପ ପାଇଯାଇଥିବ, ତେଣୁ ଏବେ ସେଠାରେ ଲୋକ ମାନଙ୍କର କେବଳ ମନୋରଞ୍ଜନ ପାଇଁ ଏହି ଆତସବାଜିକୁ ଦେଖାଇ ଦିଆ ଯାଉଛି ।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ କରାଯାଇଛି। ଏହା ସହ ପୋଷ୍ଟକୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଜାପାନ ଫୁଜି ମାଉଣ୍ଟ ନିକଟରେ 2020 ଅଲିମ୍ପିକ୍ସ ‘TOKYO 2020’ ପାଇଁ ପ୍ରସ୍ତୁତ ଆତସବାଜି ପ୍ରଦର୍ଶନ କରିଥିଲା? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ । ଏହା ପରେ ଭାଇରାଲ ଭିଡିଓକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ hiramu55bocaboca ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ଭାଇରାଲ ଭିଡିଓ 1 ଡିସେମ୍ବର 2015ରେ ପୋଷ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- youtube । Mannie Albao
ଅଧିକ ଅନୁସନ୍ଧାନରୁ ଜାଣିବାକୁ ପାଇଲୁ ଯେ, ଏହା ପ୍ରକୃତ ଆତସବାଜି ପ୍ରଦର୍ଶନ ନୁହେଁ | ଭିଡିଓ ଆଖ୍ୟାରେ “FWsim” ଏକ କମ୍ପ୍ୟୁଟର ସିମୁଲେସନ୍ ପ୍ରୋଗ୍ରାମ୍ ଅଟେ। ଏହାର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ନିଜ ଅନୁସାରେ ସଂଗୀତ ଏବଂ ଏଡିଟ ମାଧ୍ୟମରେ 3Dରେ ଆତସବାଜି ପ୍ରଦର୍ଶନ ସୃଷ୍ଟି କରିପାରିବ। ତେଣୁ, ଆତସବାଜିର ଭିଡିଓ ଡିଜିଟାଲ୍ ଭାବରେ ତିଆରି ହୋଇଥିବା ଜଣା ପଢ଼ୁଛି।
ମାର୍ଚ୍ଚ ମାସରେ Olympicchannel ପେଜରେ ଅଲୋମ୍ପିକ୍ ନ ହେବା ନେଇ ଏକ ଖବର ପ୍ରକାଶିତ କରାଯାଇଥିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, କୋରୋନା ମହାମାରି ପାଇଁ 2020 ଟୋକିଓ ଅଲମ୍ପିକ 2021ରେ ହେବାନେଇ ନିଷ୍ପତି ନିଆଯାଇଛି। ଭାଇରାଲ ଭିଡିଓରେ ଦେଖାଯାଇଥିବା ଆତିସବାସି 2015ର ଅଟେ । 2020 ଅଲୋମ୍ପିକ ନହୋଇ ଆତିସବାଜି ଦେଖାଇଥିବା ନେଇ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Olympicchannel । Archive । japannews24
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ 2015 ମସିହାର ଅଟେ। ଭିଡିଓର 2020 ଟୋକିଓ ଅଲମ୍ପିକ୍ ସହା କୌଣସି ସମ୍ପର୍କ ନାହିଁ।

Title:ଜାପାନ ଫୁଜି ମାଉଣ୍ଟ ନିକଟରେ 2020 ଅଲିମ୍ପିକ୍ସ ‘TOKYO 2020’ ପାଇଁ ପ୍ରସ୍ତୁତ ଆତସବାଜି ପ୍ରଦର୍ଶନ କରିଛି କି?
Fact Check By: Saritadevi SamalResult: False