
କୋରୋନା ପାଇଁ ଲକଡାଉନଥିବା ସମୟରେ ସୋସିଆଲ ମିଡ଼ିଆରେ ଅନେଖ ଖବର ଭାଇରାଲ ହେଉଛି। ଏଥିମଧ୍ୟରେ 12 ମେ ରେ Odia patrika ନାମକ ପେଜରେ ସୁପରଷ୍ଟାର ଜନ ଅବ୍ରାହମଙ୍କୁ ନେଇ ଏକ ଖବର ପ୍ରକାଶିତ କରାଯାଇଛି। ଖବରରେ ଦାବି କରାଯାଇଛି ଯେ, ଲକଡାଉନ ସମୟରେ ସୁପରଷ୍ଟାର ଜନ ଅବ୍ରାହମ ନିଜ ୫କୋଟି ଲମ୍ବରଗିନୀ ଗାଡି ଚଲାଇ ତାଙ୍କ ଗାଁକୁ ଯାଇଛନ୍ତି। ତାଙ୍କ ଗାଁରେ ଲୋକମାନେ ତାଙ୍କ ଗାଡ଼ିକୁ ଦେଖିବା ପାଇଁ ଭିଡ଼ ଲଗାଇଛନ୍ତି।
ଖବରରେ ଲେଖା ଯାଇଛି ଯେ, ଲାକଡାଉନରେ ଚଳଚିତ୍ର ଜଗତର ତାରକା ମାନେ ନିଜ ପରିବାର ସହ ଦିନ ବିତାଉଛନ୍ତି। ଫିଲ୍ମ ଏବଂ ଟିଭି ଉଦ୍ୟଗ ବହୁତ ପ୍ରଭାବିତ ହେଉଛି। କେତେକ ତାରକା ଅଛନ୍ତି ଲାକଡାଉନ ଯୋଗୁଁ ନଜ ନିଜ ଗାଁକୁ ଚାଲି ଯାଇଛନ୍ତି। ସୁପରଷ୍ଟାର ଜନ ଅବ୍ରାହମଙ୍କୁ ଗାଁର ଗଳିରେ ଗାଡି ଚଳାଇବାର ଦେଖିବାକୁ ମିଳିଛି। ଜନ ଅବ୍ରହାମଙ୍କୁ ନିଜର ୫କରୋଡ଼ ଲମ୍ବରଗିନୀ ଗାଡି ସହିତ ମୁମ୍ବାଇ ସହର ବାହାରେ ନିଜ ଗାଁ ରାସ୍ତାରେ ଦେଖିବାକୁ ମିଳିଛି। ଗାଁର କିଛି ଲୋକ ତାଙ୍କର ଫୋଟୋ ମଧ୍ୟ ନେବାକୁ ଆରମ୍ଭ ଲରିଥିଲେ। ଅଧିକ ଲୋକୋ ତାଙ୍କର କାର ସହ ଫୋଟୋ ନେଉଥିଲେ। ଖବର ଅନୁସାରେ ସୁପରଷ୍ଟାର ଜନ ଅବ୍ରାହମ ଏବଂ ତାଙ୍କ 5 କୋଟି ଗାଡ଼ି ଦେଖିବା ପାଇଁ ଲକଡାଉନର ନିୟମ ଉଲ୍ଲଂଘନ ହେଉଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Odia patrika । Archive
ତେବେ କଣ ସୁପରଷ୍ଟାର ଜୋନ ଅବ୍ରାହମ ତାଙ୍କ 5 କୋଟିର ଲମ୍ବରଗିନୀ ଗାଡି ନେଇ ଏକ ଗାଁରେ ବୁଲୁଥିଲେ। ଯାହା ଦ୍ୱାରା ଲକଡାଉନ ନିୟମ ଉଲ୍ଲଂଘନ ହୋଇଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଖବରରେ ପ୍ରକାଶିତ କରାଯାଇଥିବା ଫୋଟୋ ଗୁଡ଼ିକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋ ଗୁଡ଼ିକର ଲିଙ୍କ ମିଳିଲା। UNP ନାମକ ପେଜରେ ଭାଇରାଲ ଫୋଟୋ ପୋଷ୍ଟ ହୋଇଥିବାର ପାଇଲୁ। 14 ଅଗଷ୍ଟ 2013ରେ ଭାଇରାଲ ଫୋଟୋ ପେଜରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ଜୋନ ଅବ୍ରାହମ 2013ରେ ଲମ୍ବୋର୍ଗିନିର V10 କିଣିଥିଲେ। ସେ ଲମ୍ବୋର୍ଗିନିର ଗାଡ଼ି ପାଇଁ ଉତ୍ସାହିତ ଥିଲେ। ସେ ଅଟୋକାର ଇଣ୍ଡିଆକୁ ତାଙ୍କ ଗାଡ଼ିରେ ଲୋଙ୍ଗ ଡ୍ରାଇଭରେ ଜିବା ପାଇଁ ନିମନ୍ତ୍ରଣ କରିଥିଲେ। ଏହି ଅନୁଚ୍ଛେଦରେ ଲମ୍ବୋର୍ଗିନିର ଗାଡ଼ିର ସମସ୍ତ ବିଶିଷ୍ଟ୍ୟ ବିଷୟରେ କୁହାଯାଇଛି। 2013ରେ ଜୋନ ଅବ୍ରାହମ ମୁମ୍ବାଇ ଠାରୁ 100 କିମି ଦୂରରେ ଥିବା ଏକ ଗାଁରେ ଏହି ଗାଡ଼ି ଚଲାଇ ସୁଟିଙ୍ଗ କରିଥିଲେ। ଜୋନ ଅବ୍ରାହମଙ୍କୁ ତାଙ୍କ 5 କୋଟି ଟଙ୍କାର ଲମ୍ବୋର୍ଗିନିର ଗାଡ଼ି ଦେଖି ଲୋକ ଜମା ହୋଇଯାଇଥିଲେ ଏବଂ ତାଙ୍କ ସହ ଫୋଟୋ ଉଠାଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- UNP । Archive
ଭାଇରାଲ ଫୋଟୋ ଆମକୁ Autocar ପେଜ ଏବଂ Autocar India ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ମିଳିଲା। ଯାହାକି 13 ଜୁଲାଇ 2013ରେ ଅପଲୋଡ କରାଯାଇଛି। ଯେଉଁଥିରେ ଆମକୁ ଦେଖିବାକୁ ମିଳୁଛି ଯେ, ଭାଇରାଲ ଫୋଟୋରେ ଜୋନ ଅବ୍ରାହମ ପିନ୍ଧିଥିବା ଡ୍ରେସ ୟୁଟ୍ୟୁବ ଭିଡ଼ିଓରେ ପିନ୍ଧିଥିବା ଡ୍ରେସ ସମାନ ଅଟେ। ଭିଡ଼ିଓରେ ଆପଣ ଅଟୋକାର ଇଣ୍ଡିଆର ଜଣେ ସଦସ୍ୟଙ୍କୁ ଦେଖି ପାରିବେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ 2013ର ଅଟେ। ଜୋନ ଅବ୍ରାହମ ଭାଇରାଲ ଫୋଟୋର ଲକଡାଉନ ଏବଂ କୋରୋନା ସହ କୌଣସି ସମ୍ପର୍କ ନାହିଁ। ତଳେ ଭିଡ଼ିଓ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଜୋନ ଅବ୍ରାହମଙ୍କ ଲକଡାଉନ ସମୟରେ ଏକ ଗାଁରେ ବୁଲୁଥିବା ଦାବିରେ ଭାଇରାଲ ହେଉଥିବା ଫୋଟୋ 2013 ମସିହାର ଅଟେ। 2013ରେ ସେ ଅଟୋଅଣ୍ଡିଆ କମ୍ପାନୀ ଡିଜାଇନ କରିଥିବା ଲମ୍ବୋର୍ଗିନି ଗାଡ଼ି କିଣିଥିଲେ ଏବଂ ଏହାର ଏକ ରାଇଡ଼ ପାଇଁ ଅଟୋଅଣ୍ଡିଆ କମ୍ପାନୀକୁ ନିମନ୍ତ୍ରଣ କରିଥିଲେ। ଭାଇରାଲ ଫୋଟୋର କୋରୋନା ଏବଂ ଲକଡାଇନ ସହ କୌଣସି ସମ୍ପର୍କ ନାହିଁ।

Title:2013 ଫୋଟୋକୁ ଲକଡାଉନ ସମୟରେ ସୁପରଷ୍ଟାର ଜୋନ ଅବ୍ରାହମ 5 କୋଟି ଗାଡ଼ି ନେଇ ଏକ ଗାଁରେ ବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False