
28 ଜୁଲାଇରେ Pramaya ନ୍ୟୁଜ ପେଜରେ ଏକ ଖବର ପ୍ରକାଶିତ ରାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ, ଏକ ଛେଳି ମାସ୍କ ନ ପିନ୍ଧିଥିବାରୁ କାନପୁର ପୋଲିସ ଛେଳିକୁ ଗିରଫ କରିଛି। ପୋଷ୍ଟରେ ଲେଖା ଯାଇଛି ଯେ, ସଟ୍ଡାଉନ ସମୟରେ ଗୋଟିଏ ଛେଳି ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା କାରଣରୁ ପୁଲିସ ତାକୁ ଅଟକ ରଖିଥିବା ଜଣାପଡିଛି ।
୪ରୁ ୫ ଜଣ ପୁଲିସ ଛେଳିକୁ ଚାରିପଟୁ ଘେରି ଜିପ୍ରେ ଜବରଦସ୍ତି ଭାବେ ଭର୍ତ୍ତି କରି ନେଇ ଯାଉଥିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପରେ ଛେଳିର ମାଲିକ ଥାନାରେ ପହଞ୍ଚି ଛେଳିଟିକୁ ଉଦ୍ଧାର କରି ଆଣିଛନ୍ତି । ସଟଡାଉନ ବେଳେ ଏଭଳି ଭାବେ ଛେଳିକୁ ବାହାରେ ନ ଛାଡିବାକୁ ପୁଲିସ କର୍ମୀ ଛେଳି ମାଲିକକୁ ଚେତାବନୀ ଦେଇଥିବା ଜଣାପଡିଛି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Pramaya । Archive
28 ଜୁଲାଇରେ Somya Ranjan Dash ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ମଧ୍ୟ ଏହି ଦାବିରେ ଏକ ନ୍ୟୁଜ ଚ୍ୟାନେଲର ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକଲେ ଲେଖା ଯାଇଛି ଯେ, କାନପୁର ପୋଲିସ ର ଆଉ ଏକ କାରନାମା ,ଗୋଟେ ଛେଳି ମାସ୍କ ପିନ୍ଧି ନଥିଲା ବୋଲି ପୋଲିସ ତାକୁ ଗାଡ଼ିରେ ଉଠେଇ ଥାନା କୁ ନେଇ ଗଲା। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଛେଳି ମାସ୍କ ପିନ୍ଧି ନ ଥିବାରୁ କାନପୁର ପୋଲିସ ଛେଳିକୁ ଗିରଫ କରାଯାଇଥିଲା? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ପୋଷ୍ଟର କିଛି ଲିଙ୍କ ମିଳିଲା। 27 ଜୁଲାଇରେ hindi.newsroompost ନ୍ୟୁଜ ପେଜରେ ଭାଇରାଲ ଖବର ସମ୍ପର୍କରେ ଲେଖା ଯାଇଥିଲା। ଖବର ଅନୁସାରେ ଏହି ଛେଳିକୁ କାନପୁର ବେକାନଗଞ୍ଜ ଅଞ୍ଚଳରେ ଲକଡାଉନ ସମୟରେ ଜଣେ ଯୁବକ ବିନା ମାସ୍କ ପିନ୍ଧି ରାସ୍ତାରେ ବାହାରେ ବୁଲୁଥିଲେ। ଯାଇଥିଲେ। ଯୁବକ ଜଣକ ପୋଲିସକୁ ଦେଖି ଛେଳି ଛାଡି ପଳାଇ ଯାଇଥିଲେ। ଛେଳିକୁ କେହି ନେଇ ନ ଯାନ୍ତୁ ଏବଂ ଛେଳି ମାଲିକ ପୋଲିସ ଷ୍ଟେସକୁ ଛେଳି ଉଦ୍ଧାର କରି ଆସିବା ନେଇ ପୋଲିସ ଛେଳିକୁ ପୋଲିସ ଷ୍ଟେସନ ନେଇ ଯାଇଥିଲା। ପରେ ଛେଳିର ମାଲିକ ମହମ୍ମଦ ଅଲି ପୋଲିସ ଷ୍ଟେସନକୁ ଆସିଥିଲେ। ଏବଂ ମାସ୍କ ପିନ୍ଧି ନ ଥିବାରୁ ପୋଲିସଙ୍କୁ ଜରିମାନା ଦେବା ପରେ ପୋଲିସ କର୍ମି ଛେଳିଟିକୁ ଦେଇଥିଲେ। ତଳେ ସମ୍ପୁର୍ଣ୍ଣ ଖବର ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- hindi.newsroompost । Archive
ଆମର ପରବର୍ତ୍ତୀ ଅନୁସନ୍ଧାନରେ ଆମେ ଜୁଲାଇ 26, 2020 ରେ ଦିବସ୍ ପାଣ୍ଡେ ନାମକ ଜଣେ Twitter ୟୁଜରଙ୍କର ଏକ ଟୁଇଟ୍ ପାଇଲୁ। ଯେଉଁଥିରେ କାନପୁର ପୋଲିସ ଦ୍ୱାରା ମାସ୍କ ନ ପିନ୍ଧିଥିବା ଛେଳିଟିକୁ ଗିରଫ କରାଯାଉଥିବା ଦାବିରେ ଏକ ଭିଡିଓ ପୋଷ୍ଟ କରାଯଇଛି। ଏହାର ଜବାବରେ କାନପୁର ନାଗର ପୋଲିସ ସୂଚନା ଦେଇଛି ଯେ, ବେକାନଗଞ୍ଜ ଅଞ୍ଚଳରେ ସଟ୍ ଡାଉନଥିବା ବେଳେ ଛେଳିଟି ଷ୍ଟେସନକୁ ନିଆଯାଇଥିଲା। ଛେଳିଟି ତାଙ୍କ ମାଲିକ ମହମ୍ମଦ ଅଲି ପହଞ୍ଚିବା ପରେ ତାଙ୍କୁ ଫେରାଇ ଦିଆଯାଇଥିଲା। ଏହି ମାମଲାର ଅନ୍ୟ ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ ଅଟେ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଆମର ଅନୁସନ୍ଧାନକୁ ମଜବୁତ କରିବା ପାଇଁ ଆମେ ବେକାନଗଞ୍ଜ ପୋଲିସ୍ ଷ୍ଟେସନର କର୍ମିଙ୍କ ସହିତ ସିଧାସଳଖ ଘଟଣା ବିଷୟରେ କହିଥିଲୁ ଏବଂ ସେମାନେ ଆମକୁ କହିଥିଲେ, ସୋସିଆଲ ମିଡିଆରେ ଭୁଲ ତଥ୍ୟ ଭାଇରାଲ ହେଉଛି। ସେ କହିଛନ୍ତି ଯେ, ‘ବେକାନଗଞ୍ଜ ଅଞ୍ଚଳରେ ସଟ୍ ଡାଉନ ସମୟରେ ପୋଲିସ ଯାଞ୍ଚ କରୁଥିଲା ବେଳେ ଜଣେ ଯୁବକ ମାସ୍କ ନ ପିନ୍ଧି ଛେଳି ନେଇ ଆସୁଥିଲା। ସେ ପୋଲିସକୁ ଦେଖି ଭୟଭୀତ ହୋଇ ଛେଳି ଛାଡି ପଳାଇଲା। ଛେଳିଟିକୁ ଗାଡିରେ ପୋଲିସ ଷ୍ଟେସନକୁ ନିଆଯାଇଥିଲା ଯାହା ଦ୍ୱାରା ଛେଳିକୁ କେହି ନେଇଯିବେ ନାହିଁ କିମ୍ବା ହଜିଯିବେ ନାହିଁ ଏଭଂ ଛେଳି ମାଲିକ ପୋଲିସ ଷ୍ଟେନ ଆସି ମାସ୍କ ନ ପିନ୍ଧିବାର ଜରିମାନା ଦେଇ ଛେଳି ନେଇଯିବେ। ଛେଳିର ମାଲିକ ମହମ୍ମଦ ଅଲି ପହଞ୍ଚିବା ପରେ ଛେଳିଟିକୁ ଫେରାଇ ଦିଆଯାଇଥିଲା। ‘
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ମାସ୍କ ନ ପିନ୍ଧି ଛେଳିଟିକୁ ପୋଲିସ ଷ୍ଟେସନକୁ ନିଆଯାଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଏହି ପୋଷ୍ଟରରେ ଦିଆଯାଇଥିବା ଦାବିକୁ କାନପୁର ନାଗର ପୋଲିସ ଖଣ୍ଡନ କରିଛି। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଭୁଲ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Title:କଣ ଛେଳି ମାସ୍କ ପିନ୍ଧି ନ ଥିବାରୁ କାନପୁର ପୋଲିସ ଛେଳିକୁ ଗିରଫ କରାଯାଇଥିଲା?
Fact Check By: Saritadevi SamalResult: False