
୨୨ ଏପ୍ରିଲ ରେ ବହୁଜନ ଆୱାଜ ନାମକ ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଫୋଟୋ ପୋଷ୍ଟ କରା ଯାଇଅଛି। ଏହି ଫୋଟୋରେ ଏହା ଦାବି କରା ଯାଇ ଅଛି ଯେ ଉତ୍ତର କୋରିୟା ରାଷ୍ଟ୍ରପତି କିଂ ଯୋଙ୍ଗ ଉନ, ଯାହାଙ୍କୁ ଆମେରିକା ମଧ୍ୟ ଭୟ କରେ, ସେ ଆମ୍ବେଦ୍କରଙ୍କୁ ଭକ୍ତି ସହିତ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ବିଷୟରେ କିଛି ତଥ୍ୟ ମିଳିଲା।
୨୭ ଫେବ୍ରୁଆରି ୨୦୧୯ ମସିହାରେ “ଇଣ୍ଟର ରିଲିଯିଅସ ଫେଡେରେସନ ଫର ୱାର୍ଲ୍ଡ ପିସ” ୱେବସାଇଟରେ ଏହି ଫୋଟୋ ଦେଖିବା କୁ ମିଳିଛି କିନ୍ତୁ ୱେବସାଇଟରେ ଥିବା ଫୋଟୋରେ କିଂ ଯୋଙ୍ଗ ଉନ ଆମ୍ବେଦ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଏଊ ନାହାନ୍ତି। ଫୋଟୋରେ ଆମକୁ ଏହା ଦେଖିବାକୁ ମିଳିଲା ଯେ କିଂ ଯୋଙ୍ଗ ଉନ ରେଭରେଣ୍ଡ ଜୁନସେୟ ଟେରାସାୱାଙ୍କୁ ନମନ କରୁଛନ୍ତି। ଏହି ଫୋଟୋରେ ଆମକୁ କେଉଁଠି ମଧ୍ୟ ଆମ୍ବେଦ୍କରଙ୍କ ପ୍ରତିମା ଦେଖିବା କୁ ମିଳି ନାହିଁ।
ଏହା ପରେ ଆମେ ପୋଷ୍ଟରେ କରା ଯାଇଥିବା ଫୋଟୋଟି କୁ ବାସ୍ତବ ଫୋଟୋ ସହିତ ତୁଳନା କରି ଦେଖିଲୁ। ଆମେ ଦେଖିବା କୁ ପାଇଲୁ ଯେ ଦୁଇଟି ଫୋଟୋରେ କାନ୍ଥ ଏବଂ ସେହା ଉପରେ ରଖା ଯାଇଥିବା ଗୋଟିଏ ମାଠିୟା ସମାନ ଅଟେ।
କମ୍ପ୍ୟୁଟର ଗ୍ରାଫିକ୍ସ ସାହାଜ୍ଯତାରେ ଏହି ଫୋଟୋକୁ ଫ୍ଲିପ କରି ଆମ୍ବେଦକରଙ୍କ ପ୍ରତିମା ଲଗା ଯାଇଅଛି। ସତ୍ୟ ଫୋଟୋ ସହିତ ଏହି ଫେକ୍ ଫୋଟୋର କୌଣସି ସମ୍ବନ୍ଧ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ସତ୍ୟ ଫୋଟୋ ସହିତ ପୋଷ୍ଟ କରା ଯାଇଥିବା ଫୋଟୋର କୌଣସି ସମ୍ବନ୍ଧ ନାହିଁ। କିମ ଯୋଙ୍ଗ ଉନ ଇନ୍ଟର ରିଲିଯିଅସ ଫେଡେରେସନ ଫର ୱାର୍ଲ୍ଡ ପିସ ସାକ୍ଷାତରେ ଦୁଇଟି ସାଧୁଙ୍କୁ ନମନ କରୁଛନ୍ତି। କମ୍ପ୍ୟୁଟର ଗ୍ରାଫିକ୍ସ ସାହାଜ୍ଯତାରେ ଏହି ଫୋଟୋକୁ ଫ୍ଲିପ କରି ଆମ୍ବେଦକରଙ୍କ ପ୍ରତିମା ଲଗା ଯାଇଅଛି। ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା।

Title:କ’ଣ ଉତ୍ତର କୋରିୟା ରାଷ୍ଟ୍ରପତି କିଂ ଯୋଙ୍ଗ ଉନ ଡାଃ ବି.ଆର. ଆମ୍ବେଦ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False