
ସୋସିଆଲ ମିଡ଼ିଆରେ ବିଜେପି ନେତାଙ୍କ କିଛି ମତ ପୋଷ୍ଟ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସାଂସଦ କିରଣ ଖେରଙ୍କ ନାମରେ ମଧ୍ୟ ଏକ ମତ ପୋଷ୍ଟ ମାଧ୍ୟରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ବିଜେପି ସାଂସଦ କିରଣ ଖେର ଥରେ ମତ ଦେଇଥିଲେ , ବଳାତ୍କାର ଆମ ସଂସ୍କୃତିର ଏକ ଅଙ୍ଗ, ଆମେ ଏହାକୁ ବନ୍ଧ କରିପାରିବା ନାହିଁ। ଏହି ପୋଷ୍ଟ ବିରୋଧି ଦଳ ଏବଂ ସୋସିଆଲ ମିଡିଆରେ ଅନେକ ଆଲୋଚନା କରାଯାଉଛି।
ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପ୍ରମାଣିତ ହେଲା।
10 ଅକ୍ଟୋବରରେ Kelu Charan Badajena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ପ୍ରକାଶିତ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, ବିଜେପି ସାଂସଦ କିରଣ ଖେର ଥରେ କହିଲେ, ବଳାତ୍କାର ଆମ ସଂସ୍କ଼ତିର ଏକ ଅଙିଗ, ଆମେ ଏହାକୁ ବନ୍ଧ କରିପାରିବାନି। ଠିଏ ଏଇ କଥା ଆଉ କିଏ କହିଦେଲେ, କେତେକଙ୍କ ନିଆଁ ଲାଗିଯବ ଲାଞ୍ଜରେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅଧିକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ କିରଣ ଖେର କେବେ ମତ ଦେଇଥିଲେ, ବଳାତ୍କାର ଆମ ସଂସ୍କୃତିର ଏକ ଅଙ୍ଗ,ଆମେ ଏହାକୁ ବନ୍ଦ କରିପାରିବାନି ।ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ କିଛି ଲିଙ୍କ ମିଳିଲା। Times of india ପେଜରେ କିରଣ ଖେରଙ୍କ ସମାନ ମତ ନେଇ ଏକ ଖବର ପ୍ରକାଶିତ ହୋଇଥିଲା। ଯାହାକି 2018 ମସିହାର ଅଟେ। 2018ରେ ଯେତେବେଳେ ନାବାଳିକାଙ୍କୁ ବଳାତ୍କାର ଘଟଣା ବଢ଼ିବାରେ ଲାଗିଥିଲା ଏବଂ ହରିୟାଣାରେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଅଭାବ ରହିଥିବା ବେଳେ କିରଣ ଖେର ଏହି ମତ ପ୍ରକାଶରେ କହିଥିଲେ ଯେ, ଭାରତ ସଂସ୍କୃତିରେ ବଳାତ୍କାର ନୂଆ ନୁହେଁ ଏହା ଯୁଗ ଯୁଗ ଧରି ରହିଆସିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ବଳାତ୍କାର ବୃଦ୍ଧି ହେତୁ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Times of india । Archive
22 ଜୁନ 2018ରେ The Times of india ୟୁଟ୍ୟୁବ ଚ୍ୟାନେଲରେ କିରଣ ଖେର କହିଥିବା ମତର ସମ୍ପୁର୍ଣ୍ଣ ଭିଡିଓ ପାଇଲୁ। ଯେଉଁଥିରେ ସେ ଦୁଷ୍କର୍ମ ମାମଲାକୁ ନେଇ କହିଛନ୍ତି ଯେ, ଏହା ଯେଉଁ ସ୍ଥିତି ଅଛି ତାହା ବର୍ତ୍ତମାନର ନୁହେଁ, ଏହା ଏନେକ ବର୍ଷରୁ ଲାଗିରହିଛି। ଏହାକୁ କମ କରିବାକୁ ହେଲେ ଘରେ ଘରେ ଝିଅମାନଙ୍କୁ ସମାନ ଇଜତ ଏବଂ ସମ୍ମାନ ମିଳିବା ଦରକାର। ଏହା କେବଳ ହରିୟାଣାର ଘଟଣା ନୁହେଁ, ଏପରି ଘଟଣା ଦେଶର ଅନେକ ଜାଗାରେ ହେଉଛି ଯାହାକି ଭଲ ନହେଁ। ଯଦି ଦୁଷ୍କର୍ମ ଅପରାଧି କୁ ଫାଶି ଦଣ୍ଡ ମିଳୁଛି ମୋ ମତରେ ଏହା ଠିକ୍ ଦଣ୍ଡ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
30 ନଭେମ୍ବର 2017ରେ ମଧ୍ୟ କିରଣ ଖେର ତାଙ୍କ ମତକୁ ନେଇ ବିବାଦରେ ଘିରି ରହିଥିଲେ। ANIରେ ପ୍ରକାଶିତ ହୋଇଥିବା ଏକ ଭିଡିଓରେ କିରଣ ଖେର କହୁଛନ୍ତି, ଯେଉଁ ଅଟୋରେ ତିନିଜଣ ପୁଅ ବସୁଛନ୍ତି, ସେଠାରେ ଝିଅଟି ନ ଜିବା ଉଚ୍ଚିତ। ଆମେ ଆମ ଝିଅମାନକୁ କିପରି ସୁରକ୍ଷୀତ ରହିବେ ସେ ନେଇ ସଜାଗ କରିବା ଉଚ୍ଚିତ। ଏହା ସହ ଛୋଟ ନାବାଳିକାମାନଙ୍କୁ ମଧ୍ୟ ତାଙ୍କ ନିଜ ସୁରକ୍ଷାକୁ ନେଇ ସଜାଗ କରାଇବା ଉଚ୍ଚିତ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
#WATCH BJP MP Kirron Kher says 'she (Chandigarh rape victim) should not have boarded the auto rickshaw when she saw three men sitting in it' (29.11.17) pic.twitter.com/Daqe95rTIO
— ANI (@ANI) November 30, 2017
ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଚଣ୍ଡିଗଡ଼ ବଳାତ୍କାର ମାମଲାରେ କିରନ୍ ଖେରଙ୍କ ବିବୃତ୍ତି ଉପରେ କଂଗ୍ରେସ ପୱନ କୁମାର ବନସାଲ ANI ମାଧ୍ୟମରେ କହିଥିଲେ ଯେ, ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ ସେ କିପରି ଏପରି ମତ ଦେଇଛନ୍ତି, ତାଙ୍କ ମତରୁ ଲାଗୁଛି ସେ ଏହି ଗୁରୁତ୍ୱ ପୂର୍ଣ୍ଣ ବିଷୟକୁ ହାଲକାରେ ନେଉଛନ୍ତି।
ଏହାର ଉତ୍ତରେ କିରଣ ଖେର ANIକୁ ମତ ଦେଇଥିଲେ ଯେ, ମୁଁତ ଏହା କହିଥିଲି ଯେ, ସମାଜ ବହୁତ ଖରାପ ଅଛି, ନାବାଳିକା ଝିଅମାନଙ୍କୁ ନିଜକୁ ସୁରକ୍ଷା ଦେବାକୁ ପଡ଼ିବ. କୌଣସି ଝିଅ ଯଦି ରାତିଅଧରେ 100କୁ ଫୋନ କରିବ ଏବଂ ଚଣ୍ଡିଗଡ଼ ପୋଲିସ ପୋଲିସ୍ PCR ପଠାଇବ ତାହାଲେ ଏଥିରେ ରାଜନିତି ଖେଳିବା ଉଚ୍ଚିତ ନୁହେଁ। ANIରେ ଏହା ମଧ୍ୟ କହିଥିଲେ ଯେ, ମୋ ମତକୁ ଭୁଲ ଦିଗରେ ନେଇ ରାଜନିତି ଖେଳୁଥିବା ଲୋକଙ୍କୁ ଲାଜ ଲାଗିବା କଥା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- ANI । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ବଳାତ୍କାର ଆମ ସଂସ୍କୃତିର ଏକ ଅଙ୍ଗ,ଆମେ ଏହାକୁ ବନ୍ଦ କରିପାରିବାନି ପରି କୌଣସି ମତ ବିଜେପି ସାଂସଦ କିରଣ ବେଦି ନାହାନ୍ତି। 2018ରେ ସେ ଦେଇଥିବା ଟିପଣିକୁ ଭ୍ରମିତ ରୂପରେ ଭାଇରାଲ କରାଯାଉଛି।
Title:ବଳାତ୍କାର ହେଉଛି ଭାରତୀୟ ପରମ୍ପରା ଏବଂ ସଂସ୍କୃତିର ଏକ ଅଂଶ ବୋଲି କିରଣ ଖେର କହିନାହାନ୍ତି।
Fact Check By: Saritadevi SamalResult: False

