
କୋରୋନା ଭାଇରାସ ରାଜ୍ୟରେ ବାପିବା ପରଠାରୁ ଓଡ଼ିଶା କୋରୋନା ଭାଇରସ ରୋଗର ମୁଖ ପାତ୍ର ଭାବେ ସୁବ୍ରତ ବାଗଜି ବେସ ଚର୍ଚ୍ଚିତ ହୋଇ ଯାଇଥିଲେ। ଦିନ ସରି ଆସୁଥିବା ମାତ୍ରେ ରାଜ୍ୟର ସମସ୍ତ ଟିଭି ଚ୍ୟାନେଲରେ ସୁବ୍ରତ ବାଗଚି ଲୋକଙ୍କୁ କୋରୋନା ସମ୍ବନ୍ଧିୟ ସୂଚନା ଏବଂ କିପରି ଏହି ମହାମାରି ଠାରୁ ରକ୍ଷା ମିଳିବ ସେ ନେଇ ଚର୍ଚ୍ଚା କରୁଥିବାର ଦେଖା ଯାଉଥିଲେ। କିନ୍ତୁ ଅଚାନକ କିଛି ଦିନ ହେଲା ସେ ସରକାର ତରଫରୁ କୋରୋନା ସମ୍ବନ୍ଧିୟ କୌଣସି ସୂଚନା ଦେଉଥିବାର ଦେଖା ଗଲେ ନାହିଁ। କିଛି ଦିନ ବିତିଲା ପରେ ଲୋକେ ଦାବି କରିବାରେ ଲାଗିଲେ ଯେ, କୋରୋନା ଭାଇରସ ରୋଗର ମୁଖ ପାତ୍ର ସୁବ୍ରତ ବାଗଜିଙ୍କୁ ନବିନ ସରକାର କାଢ଼ି ଦେଲେ। ଏଭଂ କେଉଁଠାରେ ଦାବି କରାଯାଉଛି ଯେ, ସୁବ୍ରତ ବାଗଜି ନିଜେ ଏହି ପଦବିରୁ ଇସ୍ତଫା ଦେଇ ଦେଲେ। ଏହା ମଧ୍ୟ ଦାବି କରାଯାଇଛି ଯେ,ସେ ଟ୍ୱିଟ କରି ସୂଚନା ଦେଇଛନ୍ତି ତାଙ୍କ ଆଇ ଟି କମ୍ପାନୀ ଯାହା ତାଙ୍କ ମାଇଣ୍ଡ ଟ୍ରି କମ୍ପାନୀରେ ଦେଖା ଯାଇଥିବା ସମସ୍ୟା ପାଇଁ ସେ କୋଭିଡ-19 ମୁଖ ପାତ୍ରରୁ ଇସ୍ତଫା ଦେଇଛନ୍ତି। ଏହି ଦାବି 4 ଜୁନ 2020ରେ ନୂଆ କଥା ନାମକ ପେଜରେ ପୋଷ୍ଟ କରାଯାଇଛି। ଏହା ଛଡ଼ା ପୋଷ୍ଟରେ otv ଚ୍ୟାନେଲର ଭିଡ଼ିଓ ମଧ୍ୟ ଦେଇଛନ୍ତି । ଯେଉଁଥିରେ ଖବର ପ୍ରକାଶିତ ହୋଇଛି ଯେ, କୋଭିଡ -19 ମୁଖ ପାତ୍ର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- ନୂଆ କଥା । Archive । Archive
ଏହା ଛଡ଼ା ନୂଆ କଥା ପେଜରେ ସୁବ୍ରତ ବାଗଚି ଟ୍ୱିଟ କରି ଇସ୍ତଫା ନେଇଥିବା ଦାବିରେ OTV ନ୍ୟୁଜଲଚ୍ୟାନେଲର ଭିଡ଼ିଓ ମଧ୍ୟ ପୋଷ୍ଟ କରାଯାଇଛି। ଯେଉଁଥିରେ ଦେଖା ଯାଉଛି ଯେ, ବାଗଚି ତାଙ୍କ କମ୍ପାନିରେ ସମସ୍ୟା ଦେଖା ଦେଇଥିବାରୁ ଟ୍ୱିଟ କରି ପଦବିରୁ ଇସ୍ତଫା ନେଇଛନ୍ତି। ତଳେ ଭିଡ଼ିଓ ଏବଂ ପୋଷ୍ଟ ଲିଙ୍କ ଦେଖନ୍ତୁ।
Ganjam Samachar ନାମକ ଏକ ପଜରେ ଏହି ଦାବି ପୋଷ୍ଟ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ବହୁତ୍ ଅଳ୍ପ ଦିନ ଭିତରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ଓଡ଼ିଶାର କୋଭିଦ ୧୯ ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି। Odisha skill development authority ବା ଓ ଏସ ଡି ଏ ର ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏଥିପାଇଁ ସେ ଗତକାଲି ଏହାକୁ ନେଇ ତାଙ୍କର ସୂଚନା ଦେଇଛନ୍ତି। ଗତକାଲି ତାଙ୍କ ଇସ୍ତଫା କୁ ନେଇ ସେ ଏହାକୁ ଟୁଇଟର ରେ ପ୍ରକାଶ କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 7 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 102 ଲାଇକ ଏବଂ କିଛି କମେଣ୍ଟ ମଧ୍ୟ ମିଳଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ସୁବ୍ରତ ବାଗଚି ତାଙ୍କ କମ୍ପାନିରେ ସମସ୍ୟା କାରଣରୁ ଟ୍ୱିଟ୍ କରି କୋଭିଡ-19 ମୁଖ ପାତ୍ର ପଦବିରୁ ଇସ୍ତଫା ନେଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ ଏହା ସମ୍ପର୍କରେ କିଛି ସୂଚନା ମିଳିଲା। 18 ମାର୍ଚ୍ଚ 2019ରେ Otv ନ୍ୟୁଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ସୁବ୍ରତ ବାଗଚି 2019ରେ ତାଙ୍କ କମ୍ପାନିରେ ଦେଖା ଯାଇଥିବା ସମସ୍ୟା ନେଇ ଓ.ଏସ.ଡି.ଏ ପଦବିରୁ ଇସ୍ତଫା ଦେଇଥିଲେ। ଏହାକୁ ନେଇ ଟ୍ୱିଟ ମଧ୍ୟ କରିଥିଲେ। ଯାହାକୁ ଏବେ ସୁବ୍ରତ ବାଗତି ଏବେ ଟ୍ୱିଟ କରି ଇସ୍ତଫା ନେଇଥିବା ଦାବିରେ ଭାଇରାଲ କରାଯାଉଛି। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Otv । Archive
ଏହା ପରେ ଭାଇରାଲ ପୋଷ୍ଟରେ ଓଟିଭି ଚ୍ୟାନେଲର ଏକ ଭିଡ଼ିଓ ମଧ୍ୟ ଅପଲୋଡ କରାଯାଇଛି। ଯେଉଁଥିରେ ଦେଖା ଯାଇଛି ଯେ, ସୁବ୍ରତ ବାଗଚି ତାଙ୍କ କମ୍ପାନି ସମସ୍ୟା ପାଇଁ ପଦବିରୁ ଇସ୍ତଫା ନେବା ନେଇ ଦର୍ଶା ଯାଇଛି। ଏହା ସ୍ପଷ୍ଟ କରୁଛୁ ଯେ, ଭାଇରାଲ ଭିଡ଼ିଓ (OTV youtube) 2019 ମସିହାର ଅଟେ। ସୁବ୍ରତ ବଗଚିଙ୍କ 2019ରେ ଇସ୍ତଫା ନେବା ଖବର ଭିଡ଼ିଓକୁ ଏବେର କୋଭିଡ-19 ପଦବିରୁ ଇସ୍ତଫା ଦେଇଥିବା ଦାବିରେ ଭାଇରାଲ କରାଯାଉଛି। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- OTV youtube
ଏହା ପରେ 6 ଜୁନରେ 2020 ରେ ସୁବ୍ରତ ବାଗଚିଙ୍କ ଟ୍ୱିଟର ହାଣ୍ଡେଲରୁ ଏକ ଟ୍ୱିଟ ପାଇଲୁ। ଯେଉଁଥିରେ ସେ ଲେଖି ଛନ୍ତି ଯେ, ଜୁନ ମାସ କୋରୋନା ମହାମାରି ସହ ଲଢ଼ିବା ପାଇଁ ଏକ ମହତ୍ୱ ପୂର୍ଣ୍ଣ ମାସ ଅଟେ। ଏହି ମାସରେ ଆମକୁ ଅଧିକ ସଚେତନ ରହିବାକୁ ପଡ଼ିବ। ଏହା ଛଡ଼ା ସେ 4.30 ରେ କୋଭିଡ-19 ମୁଖପାତ୍ର ଭାବେ ଲାଇଭ ଆସିବା ନେଇ ସୂଚନା ଦେଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
6 ଜୁନ ଦୁଇପହରେ ସୁବ୍ରତ ବାଗତି ସମସ୍ତ ନ୍ୟୁଜ ଚ୍ୟାନେଲରେ ଲାଇଭ ଦେଖା ଦେଲେ। Otv ଚ୍ୟାନେଲରେ ସୁବ୍ରତ ବାଗଚିଙ୍କ ଲାଇଭ ଦେଖି ପାରିବେ। ସୁବ୍ରତ ବଗଚିଙ୍କୁ ଓଡ଼ିଶା ସ୍କିଲ ଡେଭଲୋପମେଣ୍ଟ ଅଥୋରିଟି ର ଅଧଖ୍ୟ ଏବଂ ସରକାରଙ୍କ କୋଭିଡ-19ର ମୁଖ ପାତ୍ର ରୂପେ ସମ୍ବୋଧିତ କରାଯାଇଛି। ଏହା ପରେ ସୁବ୍ରତ ବାଗଚି ସ୍ପଷ୍ଟ କରିଛନ୍ତି ଯେ, ସମୟ ସମୟ ମଧ୍ୟରେ ସରକାରଙ୍କୁ କିଛି ନିୟମରେ ପରିବର୍ତ୍ତନ ଆଣିବାକୁ ପଡ଼ିଥିଏ। କୋଭିଡ-19 ସ୍ଥିତିକୁ ଆଖିରେ ରଖି ସରକାର ସମସ୍ତ ଅଧିକାରିଙ୍କ କାମକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତି ନେଇଥାନ୍ତି। କୌଣସି ଗୁଜବ ଉପରେ ସେ ଭରସା ନ କରିବା ପାଇଁ ସେ ନିବେଦନ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଭିଡ଼ିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, କୋଭିଡ-19 ମୁଖ ପାତ୍ର ସୁବ୍ରୋତ ବାଗଚି ଟ୍ୱିଟକରି ତାଙ୍କ କମ୍ପାନୀରେ ଦେଖା ଦେଇଥିବା ସମସ୍ୟା କାରଣରୁ ଇସ୍ତଫା ଦେଇଥିବା ଦାବି ମିଥ୍ୟା ଅଟେ। ବାଗଚିଙ୍କ କମ୍ପାନୀରେ 18 ମାର୍ଚ୍ଚ 2019ରେ ସମସ୍ୟା ଦେଖା ଯାଇଥିବା ସମୟରେ ସେ ଓ.ଏସ.ଡି.ଏ (Odisha skill development authority) ପଦବିରୁ ଇସ୍ତଫା ନେଇଥିଲେ। ପୁରୁଣା ବାଗଚିଙ୍କ ପୁରୁଣା ଟ୍ୱିଟକୁ ଏବେର କହି ଭାଇରାଲ କରାଯାଉଛି। ବାଗଚି 6 ଜୁନରେ ହୋଇଥଇବା କୋଭିଡ-19 ଚର୍ଚ୍ଚାରେ ଇସ୍ତଫା ନ ନେଇଥିବା କଥା ସ୍ପଷ୍ଟ କରିଛନ୍ତି।

Title:ସୁବ୍ରୋତ ବାଗଚି କୋଭିଡ-19 ମୁଖପାତ୍ର ପଦରୁ ଇସ୍ତଫା ଦେବା ପାଇଁ କୌଣସି ଟ୍ୱିଟ୍ କରି ନହାନ୍ତି। ବଗଚିଙ୍କ 2019 ମସିହା ଟ୍ୱିଟକୁ ଏବେର କହି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False