
22 ଜାନୁଆରି ରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ କିଛି ମୁସ୍ଲିମ ବର୍ଗର ଲୋକମାନେ ରାମ ଭଜନ ଗାଉଥିବାର ଦେଖା ଯାଉଛି।। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଦୁବାଇରେ ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ପ୍ରସ୍ତୁତ କରିଛନ୍ତି ଏବଂ ତାଙ୍କ ସ୍ୱାମିମାନେ ତାଳିମାରି ତାଙ୍କର ସମର୍ଥନ କରୁଛନ୍ତି। ଏହା ସହିତ ଲେଖା ଯାଇଛି ଯେ, ଭାରତରେ ଏପରି ହୋଇଥିଲେ ଇସ୍ଲାମ ଧର୍ମ ବିପଦରେ ପଡ଼ିଥାନ୍ତି। ପୋଷ୍ଟର ଶେଷରେ ଲେଖାଯାଇଛି ଯେ, ଏହି ପୋଷ୍ଟକୁ ଅଧିକ ସେୟାର କରନ୍ତୁ ଏବଂ 125 କୋଟି ଲୋକଙ୍କ ପାଖକୁ ପହଁଚାଇବା ପାଇଁ କୁହାଯାଇଛି। ପୋଷ୍ଟ ତେଳେ ଦେଖନ୍ତୁ।
ତେବେ କଣ ସତରେ ଦୁବାଇରେ ମୁସ୍ଲିମ ଧର୍ମର ମହିଳାମାନେ ମସଜିଦରେ ରାମ ଭଜନ କରୁଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଆମ ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନଭିଡରେ ପକାଇ ଇମେଜରେ ଭାଙ୍ଗିଲୁ ଏବଂ ସେହି ଇମେଜ ମଧ୍ୟରୁ ଗୋଟେ ଇମେଜକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଏହା ପରେ ଆମକୁ ଭାଇରାଲ ଭିଡିଓର ପୁରା ଭିଡିଓ ଶ୍ରୀ ସତ୍ୟ ସାଇର ୟୁଟ୍ୟୁବ ଚ୍ୟାନେଲ Radio sai global Harmonyରେ ପାଇଲୁ। ଜାହାକି ଜୁଲାଇ 2012ରେ ଅପଲୋଡ କରାଯାଇଥିଲା। ଭାଇରାଲ ଭିଡିଓର ପୁରା ଭିଡିଓରେ ଦଖିଲୁ ଯେ, ମୁସ୍ଲିମ ମହିଳାମାନେ ମସଜିଦରେ ନୁହଁ ବରଂ ଶ୍ରୀ ସତ୍ୟ ସାଇ ଆଶ୍ରମରେ ଏହି ଭଜନ କରୁଥିଲେ। ଭଜନର ମଝିରେ ମୁସ୍ଲିମ ଧର୍ମର ପ୍ରତିକ ସହ ସତ୍ୟ ସାଇଙ୍କ ଫୋଟୋ ଚିତ୍ରଥିବାର ଦେଖା ଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ମୁସ୍ଲିମ ଧର୍ମର ଲୋକମାନେ ମସଜିଦରେ ନୁହଁ ବରଂ ଶ୍ରୀ ସତ୍ୟ ସାଇଙ୍କ ସାମନାରେ ଏହି ହରି ଭଜନ କରୁଥିଲେ। ତଳେ ଭିଡିଓ ଦେଖନ୍ତୁ।
ଏହା ପରେ ଆମକୁ Colombo Telegraph ପେଜରେ ଭାଇରାଲ ଭିଡିଓର ପୁରା ଭିଡିଓ ପାଇଲୁ। ପେଜରେ ଲେଖା ଯାଇଥିବା ଅନୁଚ୍ଚେଦକୁ ପୁରା ପଢ଼ିଲା ପରେ ପାଇଲୁ ଯେ,ଏହି ଭିଡିଓ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ଥୀ ଅଞ୍ଚଳ ସ୍ଥିତ ଗୁରୁ ସତ୍ୟ ସାଇ ବାବା ଆଶ୍ରମ ପ୍ରଶାନ୍ତି ନିଲୟମର ଅଟେ। ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସତ୍ୟ ସାଇର ରିଜନ 94 ର ଯାତ୍ରୀମାନେ ସତ୍ୟ ସାଇ ଆଶ୍ରମରେ ଦେଇଥିଲେ। ଭିଡିଓରେ ଭଜନ ଗାଉଥିବା ମୁସ୍ଲିମ ଭକ୍ତ ମଧ୍ୟମ ପୂର୍ବ ଏବଂ ଗଲ୍ଫ ଦେଶମାନଙ୍କୁ ଆସିଥିବା ଲୋକ ଉପସ୍ଥିତ ଥିଲେ।

ଏଠାରେ ଲିଙ୍କ ଦେଖନ୍ତୁ-Colombo Telegraph । Archive
ଏହା ଛଡ଼ା ଏହି ଭିଡିଓକୁ ABP news ମଧ୍ୟ ଫ୍ୟାକ୍ଟ ଚେକ କରିଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଏହି କାଯ୍ୟକ୍ରମ ଦୁବାଇରେ ନୁହଁ ବରଂ ଆନ୍ଦ୍ର ପ୍ରଦେଶରେ ଆୟୋଜିତ କରାଯାଇଥିଲା ଏବଂ ମୁସ୍ଲିମମାନେ ମସଜିଦରେ ନୁହଁ ବରଂ ଶ୍ରୀ ସତ୍ୟ ସାଇ ଆଶ୍ରମରେ ଭଜନ ଗାଉଥିଲେ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ଦୁବାଇ ମସଜିଦରେ ମୁସ୍ଲିମ ମହିଳା ରାମ ଭଜନ ଗାଉଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ମୁସ୍ଲିମ ମହିଳା ରାମ ଭଜନ କରୁଛନ୍ତି ସତ କିନ୍ତୁ ଦୁବାଇରେ ନୁହଁ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ଥୀ ଅଞ୍ଚଳ ସ୍ଥିତ ଗୁରୁ ସତ୍ୟ ସାଇ ବାବା ଆଶ୍ରମ ପ୍ରଶାନ୍ତି ନିଲୟମରେ। ତେବେ ଏହି ଭିଡିଓ ଦୁବଇର ନୁହେଁ ବରଂ ଭାରତର ଅଟେ।

Title:କ’ଣ ଦୁବାଇ ମସଜିଦରେ ମୁସ୍ଲିମ ମହିଳାମାନେ ରାମ ଭଜନ କରୁଛନ୍ତି ? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: False