
12 ଅଗଷ୍ଟ 2020 ର Satyendu Nayak ନାମକ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କରୋନାରୁ ସୁସ୍ଥ ହେବା ପରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଏକ ହିନ୍ଦୁ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଥିଲା। ପୋଷ୍ଟକୁ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କରୋନାରୁ ମୁକ୍ତ ଘୋଷଣା କରିବା ପରେ ନ୍ୟୁଜିଲ୍ୟାଣ୍ଡ ଦେଶର ପ୍ରଧାନମନ୍ତ୍ରୀ ଭାରତୀୟ ମନ୍ଦିରକୁ ଯାଇଥିଲେ । ତଳେ ପୋଷ୍ଟ ଦେଖନ୍ତୁ।
ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପ୍ରକୃତରେ କରୋନାରୁ ସୁସ୍ଥ ହେବା ପରେ ଏକ ହିନ୍ଦୁ ମନ୍ଦିରକୁ ଯାଇଥିଲେ ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ ଦେଖନ୍ତୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଆମେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ DNA india ପେଜର ଖବର ପାଇଲୁ। ଖବର ଅନୁସାରେ ଜାତୀୟ ନିର୍ବାଚନ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡେନ୍ ଅକଲ୍ୟାଣ୍ଡର ରାଧା କୃଷ୍ଣ ମନ୍ଦିର ପରିଦର୍ଶନ ପାଇଁ ଯାଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- DNA india । Archive
The Hindustan Times ମଧ୍ୟ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛି ଏବଂ ଏହା ମଧ୍ୟ କହିଛି ଯେ ଏହି ଗସ୍ତ ନିର୍ବାଚନ ପରିପ୍ରେକ୍ଷୀରେ ଯାଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
Ministry of healthରୁ ଆମେ ପାଇଲୁ ଯେ, 17 ଅଗଷ୍ଟ 2020ରେ ନ୍ୟୁଜିଲ୍ୟାଣ୍ଡରେ ଆକ୍ଟିଭ କୋରୋନା ସଂକ୍ରମଣ କେସ 9 ଜଣ ଅଛନ୍ତି। ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ ସମ୍ପୁର୍ଣ୍ଣ କୋରୋନା ମୁକ୍ତ ହୋଇ ନାହିଁ। ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Ministry of health
ଶେଷକଥା-
ଆମର ଅନୁସନ୍ଧାନରେ ଉପରୋକ୍ତ ପୋଷ୍ଟ ଭୁଲ ପ୍ରମାଣିତ ହୋଇଛି। କାରଣ, ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କରୋନାରୁ ସୁସ୍ଥ ହେବା ପରେ ଏହି ଗସ୍ତ କରିଛନ୍ତି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ ଅଟେ। ଆସନ୍ତା ନିର୍ବାଚନ ପୂର୍ବରୁ ସେ ହିନ୍ଦୁ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ।

Title:ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପ୍ରକୃତରେ କରୋନାରୁ ସୁସ୍ଥ ହେବା ପରେ ଏକ ହିନ୍ଦୁ ମନ୍ଦିରକୁ ଯାଇଥିଲେ ?
Fact Check By: Saritadevi SamalResult: False