ନୀତୀଶ କୁମାର ବିଜେପି ସହ ହାତ ନ ମିସାଇବା ପାଇଁ କହିଥିଲେ, RJD ସହିତ ନୁହେଁ, ମିଥ୍ୟା ଦାବି ସହିତ ଭିଡିଓ ଭାଇରାଲ୍. ..

False Political

ନୀତୀଶ କୁମାରଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଯେଉଁତିରେ ସେ କହୁଛନ୍ତି ଯେ, “କୌଣସି ପରିସ୍ଥିତିରେ ଫେରିବାର ପ୍ରଶ୍ନ ଉଠେ ନାହିଁ।  ଆମେ ବଞ୍ଚୁ କିମ୍ବା ମାଟିରେ ମିଶିଯାଉ, ଭବିଷ୍ୟତରେ ଆପଣଙ୍କ ସହ କୌଣସି ଚୁକ୍ତି ହେବ ନାହିଁ। 

ଆପଣଙ୍କୁ କହିରଖୁଛୁ ଯେ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ଏବେ ସେ ଆରଜେଡି ଦଳ ସହିତ ସରକାର ଗଠନ କରିବାକୁ ଯାଉଛନ୍ତି। ଭାଇରାଲ ଭିଡିଓ ସହିତ ୟୁଜର୍ସ ଲେଖୁଛନ୍ତି ଯେ, ତଳେ ଫିଙ୍ଗିଥିବା ଛେପ କୁ ପୁଣି ଚାଟିବା ଯାହା ଏହିଭଳି କିଛି ଭାଷଣ ଆମ ପଲଟୁରାମ ଶୁଣେଇଥିଲେ ।ମାଟିରେ ମିଶିଯିବେ ମାନେ ମରିଯିବେ ପଛେ ଆଉ ସେପଟକୁ ଯିବେ ନାହିଁ କିନ୍ତୁ ଏବେ ସେହି କାମ କରୁଛନ୍ତି। 

Badal Panda ନାମକ ଜଣେ ଫେସବୁକ ୟୁଜର ଭାଇରାଲ ପୋଷ୍ଟ ସହିତ ଲେଖିଛନ୍ତି ଯେ, #ଭଲ_କରି_ଶୁଣନ୍ତୁ,ତଳେ ଫିଙ୍ଗିଥିବା ଛେପ କୁ ପୁଣି ଚାଟିବା ଯାହା ଏହିଭଳି କିଛି ଭାଷଣ ଆମ ପଲଟୁରାମ ଶୁଣେଇଥିଲେ ।ମାଟିରେ ମିଶିଯିବେ ମାନେ ମରିଯିବେ ପଛେ ଆଉ ସେପଟକୁ ଯିବେ ନି । #BiharPoliticalCrisis

ଫେସବୁକଆର୍କାଇଭ

ଅନୁସନ୍ଧାନ-

ଭାଇରାଲ ଭିଡିଓକୁ ଗୁଗୁଲରେ ଏକ କୀୱାର୍ଡ ମାଧ୍ୟମରେ ସନ୍ଧାନ କଲୁ।  18 ଫେବୃଆରୀ 2014 ରେ ଜାଗ୍ରଣ  ୱେବସାଇଟରେ ପ୍ରକାଶିତ ଏହି ବିଷୟରେ ପ୍ରକାଶିତ ଏକ ରିପୋର୍ଟ ଆମେ ପାଇଲୁ।  ଏଥିରେ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁନର୍ବାର ବିଜେପିରେ ଯୋଗଦେବେ ନାହିଁ ବୋଲି ବିଧାନସଭାରେ ଘୋଷଣା କରିଛନ୍ତି। ଏଭଳି ଘୋଷଣା କରିବାବେଳେ ସେ କହିଥିଲେ ଯେ “ମାଟିରେ ସାକ୍ଷାତ ହେବ କିନ୍ତୁ ତୁମ (ବିଜେପି) ସହିତ ଆପୋଷ ବୁଝାମଣା କରିବ ନାହିଁ।”

ତା’ପରେ ଆମେ ଭାଇରାଲ୍ ଭିଡିଓର ମୂଳ ଭିଡିଓ ଖୋଜିବାକୁ ଚେଷ୍ଟା କଲୁ।  ୱେଭକାଷ୍ଟ ନାମକ ଏକ ସରକାରୀ ୱେବସାଇଟରେ ଭିଡିଓ ପ୍ରସାରଣ ଆମେ ପାଇଲୁ।  ଏହା ସହିତ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଏହା 18 ଫେବୃଆରୀ 2014 ରେ ଅନୁଷ୍ଠିତ ବିହାର ବିଧାନସଭା ଅଧିବେଶନର ଏକ ଭିଡିଓ। ଏଥିରେ ଆପଣ 1.20.12 ସମୟ ଠାରୁ  ଭାଇରାଲ୍ ହେଉଥିବା କ୍ଲିପ୍ ଦେଖିପାରିବେ। 

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ନୀତୀଶ କୁମାର ବିଜେପି ନେତା ନନ୍ଦ କିଶୋର ଯାଦବଙ୍କୁ କହୁଛନ୍ତି ଯେ ଆପଣ ବିଶ୍ୱାସ ଭାଙ୍ଗିଛନ୍ତି ଏବଂ ଏହାର ଉତ୍ତରରେ ସେ କହିଛନ୍ତି ଯେ ଆମେ ବିଶ୍ୱାସ ଭାଙ୍ଗି ନାହୁଁ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, 16 ଜୁନ୍ 2013 ରେ ନରେନ୍ଦ୍ର ମୋଦିଙ୍କୁ 2014 ଲୋକସଭା ନିର୍ବାଚନରେ ​​ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ନୀତୀଶ କୁମାରଙ୍କ ଦଳ ଏନଡିଏରୁ ବିଚ୍ଛିନ୍ନ ହୋଇଥିଲା।

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ  ସହିତ କରାଯାଉତିବା ଦାବି ମିଥ୍ୟା ଅଟେ। ଏଥିରେ ନୀତୀଶ କୁମାର ବିଜେପି ସହ କଦାପି ଆପଷ ବୁଝାମଣା କୁ ନେଇ  କହୁଛନ୍ତି।

Avatar

Title:ନୀତୀଶ କୁମାର ବିଜେପି ସହ ହାତ ନ ମିସାଇବା ପାଇଁ କହିଥିଲେ, RJD ସହିତ ନୁହେଁ, ମିଥ୍ୟା ଦାବି ସହିତ ଭିଡିଓ ଭାଇରାଲ୍. ..

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *