
କୋରୋନା କୁ ନେଇ ଭାରତରେ ଆତଙ୍କ ବଢ଼ିବାରେ ଲାଗିଛି । ଓଡ଼ିଶା ରାଜ୍ୟରେ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ରାଜ୍ୟ ସରକାର ଏଥି ପାଇଁ ସ୍କୁଲ, କଲେଜ, ସପିଙ୍ଗ ମୋଲ, ଫିଲ୍ମ ହଲ ଭଳି ଭିଡ଼ ଜାଗା ଗୁଡ଼ିକ ବନ୍ଧ କରି ଦିଆ ଯାଇଛି। ଏହା ସହ 31 ମାର୍ଚ ପର୍ଯ୍ୟନ୍ତ ସମସ୍ତ ଭିଡ଼ ଜାଗାରେ ଲୋକଙ୍କ ଜିବା ଆସିବା ବନ୍ଧ କରି ଦିଆ ଯାଇଛି। ଏଥି ମଧ୍ୟରେ Sudhanshu muduli ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଖବର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସମସ୍ତ ସ୍କୁଲକୁ ଜୁନ 2 ପର୍ଯ୍ୟନ୍ତ ଛୁଟି ଘୋଷଣା କରା ଯାଇଛି। ଏହା ସହ କୋରୋନା ଯୋଗୁଁ ପ୍ରଥମ ଶ୍ରେଣିରୁ ଦଶମ ଶ୍ରେଣି ପର୍ଯ୍ୟନ୍ତ ସବୁ ପିଲାଙ୍କୁ ପାସ କରି ଦିଆ ଯିବ। ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଏହି ଖବର ଅନୁପମ ଭାରତ ନାମକ ଏକ ଖବର କାଗଜ ପ୍ରକାଶିତ କରିଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 92ଟା କମେଣ୍ଟ ଏବଂ 458 ଲାଇକ ମିଳି ସାରିଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ସତରେ କୋରୋନା ଭାଇରସ ପାଇଁ ପ୍ରଥମ ଶ୍ରେଣି ଠାରୁ ଦଶମ ଶ୍ରେଣି ପର୍ଯ୍ୟନ୍ତ ସବୁ ଛାତ୍ରଙ୍କୁ ପାସ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିସ୍ପତି ନେଇଛନ୍ତି। କଣ 2 ଜୁନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରାଯିବା ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଏହାକୁ ନେଇ ଗୁଗୁଲ ସର୍ଚ କରିଲୁ। ସର୍ଚରେ ଆମକୁ ସମ୍ବାଦ ନ୍ୟୁଜର ଏକ ଖବର ମିଳିଲା ଯାହାକି 17 ଜାନୁଆରିରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ପବ୍ଲିକ ଓ ପ୍ରାଇଭେଟ୍ ସ୍କୁଲକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଆଗରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବା ଉପରେ କଟକଣା ଲାଗିଥିବା ବେଳେ ଏବେ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବେ ନାହିଁ ବୋଲି ଘୋଷଣା କରାଯାଇଛି। ତେବେ ଫୋନ୍ ଯୋଗେ ସେମାନେ ସରକାରଙ୍କ ପରବର୍ତୀ ନିର୍ଦେଶକୁ ଅପେକ୍ଷା କରି ରହିବାକୁ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜରିଆରେ କୁହାଯାଇଛି।
24 ମାର୍ଚ ଠାରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଥିବା ପ୍ରଥମରୁ ୯ମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ସୂଚନା ଦିଆ ଯାଇଛି। ଏହା ଛଡ଼ା ଲେଖା ଯାଇଛି ଯେ, ରାଜ୍ୟରେ ଚାଲିଥିବା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ପୂର୍ବ ଭଳି ଚାଲୁ ରହିବ। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ ବି ପୂର୍ବଭଳି ଅନୁଷ୍ଠିତ ହେବ। ଏଥିରେ କୌଣସି ପରିବର୍ତନ କରାଯାଇ ନାହିଁ। ମୂଲ୍ୟାୟନ ସମୟରେ ଆବଶ୍ୟକ ସତର୍କତା ଗ୍ରହଣ କରାଯିବା କଥା ଲେଖା ଯାଇଛି। ପରିକ୍ଷା ଖାତା ଦେଖିବା ସମୟରେ ଶିକ୍ଷକ ଶିକ୍ଷତ୍ରୀ ଦୂରତାରେ ବସିବେ। ମୂଲ୍ୟାୟନ କେନ୍ଦ୍ରରେ ଆବଶ୍ୟକ ସାନିଟାଇଜର, ମାସ୍କ ଆଦି ବ୍ୟବସ୍ଥା କରାଯିବ। ମୂଲ୍ୟାୟନ ପ୍ରକ୍ରିୟାରେ ଯେପରି କୌଣସି ତ୍ରୁଟି ପରିଲକ୍ଷିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Sambada । Archive
ଏହା ପରେ ଆମକୁ OTV newsର ଏକ ଖବର ମିଳିଲା। ଯାହାକି 19 ମାର୍ଚରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ରାଜଧାନି ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶ୍ରେଣୀର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏହା ସହ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍ ପରିଚାଳିତ ସମସ୍ତ ସେମିଷ୍ଟାର ଓ ଫାଇନାଲ ପରୀକ୍ଷାକୁ ଆସନ୍ତା ସୋମବାରଠୁ ସ୍ଥଗିତ ରଖାଯିବା କଥା ସୂଚନା ଦିଆ ଯାଇଛି। ଏନେଇ 19 ମାର୍ଚରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ମାଟ୍ରିକ ପରିକ୍ଷାରେ ସମସ୍ତେ ଛାତ୍ରଙ୍କୁ ପାସ କରାଯିବା ଦାବି ମିଥ୍ୟା ଅଟେ। କାରଣ ମେଟ୍ରିକ୍ ପରିକ୍ଷାର୍ଥିଙ୍କ ଖାତା ଦେଖା ଯିବ ଏବଂ ସମୟ ସିମା ମଧ୍ୟରେ ଫଳ ମଧ୍ୟ ପ୍ରକାଶିତ କରାଯିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-OTV news। Archive
ଏହା ଛଡ଼ା ଆମକୁ ଉଚ୍ଚ ଶିକ୍ଷା ବିଭାଗର ଏକ ପ୍ରସରିଲିଜ ମଧ୍ୟ ମିଳିଲା। ଯେଉଁଥିରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସମିର ରଞ୍ଜନ ଦାସ ମାଟ୍ରିକ ପରିକ୍ଷା ଉତ୍ତର ଖାତା ଦେଖାକୁ ସ୍ଥଗିତ କରିଛନ୍ତି। ତଳେ ପ୍ରେସ ରିଲିଜ ଦେଖନ୍ତୁ।

ଏହା ଛଡ଼ା ଆମେ ଏହାକୁ ନେଇ ସ୍କୁଲ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସଙ୍କ ସହ ସମ୍ପର୍କ କରିଲୁ। ସମିର ରଞ୍ଜନ ଦାସ ସୂଚନା ଦେଲେ ଯେ, ପ୍ରଥମ ଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଙ୍କୁ ପାସ କରି ଦିଆଯିବ କିନ୍ତୁ ମେଟ୍ରିକ୍ ପରିକ୍ଷା ଖାତା ଦେଖା ହୋଇ ସମୟ ସିମା ମଧ୍ୟରେ ଫଳାଫଳ ବାହାର କରାଯିବ। ଏହା ସୂଚନା ଦେଇଛନ୍ତି ଯେ, ରାଜଧାନୀରେ କୋରୋନା ସନ୍ଦିଗ୍ଧ ଚିହ୍ନଟକୁ ଧ୍ୟାନରେ ରଖି ମେଟ୍ରିକ୍ ପରିକ୍ଷା ଖାତା ଦେଖା ସ୍ଥଗିତ କରାଯାଇଛି। ସ୍ଥିତି ସୁଧୁରିଲା ପରେ ଖାତା ଦେଖା ଆରମ୍ଭ କରାଯିବ। ଏହା ସହ ସେ ସୂଚନା ଦେଲେ ଯେ, 31 ମାର୍ଚ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରାଯାଇଛି। ସ୍ଥିତି ଅଧିକ ଖରାପ ହେଲେ ଛୁଟି ବଢ଼ା ଯିବ। ଏବେ ପର୍ଯ୍ୟନ୍ତ ଏପରି ନୋଟିସ ଜାରି କରାଯାଇ ନାହିଁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାସ କରିବା ଏବଂ ଜୁନ 2 ପର୍ଯ୍ୟନ୍ତ ସ୍କୁଲ ଛୁଟି ହୋବା ଦାବି ମିଥ୍ୟା ଅଟେ। ସ୍କୁଲ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମିର୍ ରଞ୍ଜନ ଦାସଙ୍କ ସୂଚନା ଅନୁସାରେ ପ୍ରଥମ ଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଙ୍କୁ ପାସ କରି ଦିଆଯିବ କିନ୍ତୁ ମେଟ୍ରିକ୍ ପରିକ୍ଷା ଖାତା ଦେଖା ହୋଇ ସମୟ ସିମା ମଧ୍ୟରେ ଫଳାଫଳ ବାହାର କରାଯିବ। ରାଜଧାନୀରେ କୋରୋନା ସନ୍ଦିଗ୍ଧ ଚିହ୍ନଟକୁ ଧ୍ୟାନରେ ରଖି ମେଟ୍ରିକ୍ ପରିକ୍ଷା ଖାତା ଦେଖା ସ୍ଥଗିତ କରାଯାଇଛି। ସ୍ଥିତି ସୁଧୁରିଲା ପରେ ଖାତା ଦେଖା ଆରମ୍ଭ କରାଯିବ। 31 ମାର୍ଚ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରାଯାଇଛି। ସ୍ଥିତି ଅଧିକ ଖରାପ ହେଲେ ଛୁଟି ବଢ଼ା ଯିବ। ଏବେ ପର୍ଯ୍ୟନ୍ତ ଏପରି ନୋଟିସ ଜାରି କରାଯାଇ ନାହିଁ।
Title:କ’ଣ କୋରୋନା ଭାଇରସ ପାଇଁ ମାଟ୍ରିକ୍ ପରୀକ୍ଷା ଦେଇଥିବା ସବୁ ପରୀକ୍ଷାର୍ଥିଙ୍କୁ ପାସ୍ କରାଯିବ? କ’ଣ 2 ଜୁନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False


Real fact…. Thank you for the information