
ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀର ଏକ ଭିଡିଓ ସେୟାର କରାଯାଇ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ ମହିଳାଙ୍କ ଉପରେ ଭୁଲ ଟିପ୍ପଣି ଦେବାରେ ଲାଗିଛନ୍ତି। ଭିଡିଓରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ, କିଛି ମହିଳା ଗୋଟିଏ ବର୍ଷରେ 52 ସନ୍ତାନ ଜନ୍ମ ଦିଅନ୍ତି!
ରାଷ୍ଟ୍ରବାଦୀ ବିଶ୍ବ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏଇଟା କି ପ୍ରକାରର ନିଶା ଖାଉଛି, ତାର ଯାଞ୍ଚ କରାଯାଉ। ୟା କଥା ଶୁଣି ନିଶା ଉତୁରି ଯାଉଛି
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଅଲଗା ଅଲଗା କି ଶବ୍ଦ ମାଧ୍ୟମରେ ଗୁଗଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଇଣ୍ଡିଆ ଟିଭିର ୟୁଟ୍ୟୁବ୍ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକୁ 14 ନଭେମ୍ବର 2011 ରେ ପ୍ରକାଶିତ କରାଯଇଥିଲା। ଖବର ଅନୁସାରେ ଉତ୍ତରପ୍ରଦେଶର ଫୁଲପୁରରେ ରାହୁଲ ଗାନ୍ଧୀଙ୍କ ଭାଷଣର ଏହା 12 ବର୍ଷ ପୁରୁଣା ଭିଡିଓ ।
ଭିଡିଓରେ 5:25 ମିନିଟରେ, ରାହୁଲ ଗାନ୍ଧୀ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ଜନନୀ ସୁରକ୍ଷାର ଯୋଜନା ବିଷୟରେ କହୁଛନ୍ତି, ଯେଉଁଠାରେ ଗର୍ଭବତୀ ମହିଳାମାନେ ସଂସ୍ଥାର ପ୍ରସବ ପାଇଁ 1400 ଟଙ୍କା ପାଇଛନ୍ତି। ସେହି ପରିପ୍ରେକ୍ଷୀରେ ସେ ଦାବି କରିଛନ୍ତି ଯେ ଆରଟିଆଇର ଉତ୍ତର ଅନୁଯାୟୀ ଏହି ଯୋଜନାରେ ଦୁର୍ନୀତି ହୋଇଛି ଏବଂ ସମାନ ନାମର ମହିଳାମାନେ ପ୍ରତି ସପ୍ତାହରେ ଏହି ଟଙ୍କା ପାଉଛନ୍ତି।
ତାଙ୍କର ପ୍ରକୃତ ଶବ୍ଦ ଥିଲା, “ଆମେ ଆରଟିଆଇ ମାଗିଥିଲୁ, ଆରଟିଆଇରେ ଆମେ ରିପୋର୍ଟ ପାଇଲୁ, ୟୁପିରେ କିଛି ମହିଳା ଅଛନ୍ତି ଯେଉଁମାନେ ପ୍ରତି ସପ୍ତାହରେ ଗୋଟିଏ ସନ୍ତାନ ପ୍ରସବ କରିପାରିବେ, ସେଠାରେ କିଛି ମହିଳା ଅଛନ୍ତି ଯେଉଁମାନେ ଗୋଟିଏ ବର୍ଷରେ 52 ପିଲା ଦେଉଛନ୍ତି, କେବଳ ଗୋଟିଏ ନାମ, 1400 ପ୍ରତି ସପ୍ତାହରେ ସେମାନଙ୍କ ପକେଟରେ ଟଙ୍କା, ଏବଂ ସେଠାରେ କେବଳ ଜଣେ ମହିଳା ନାହାଁନ୍ତି, ହଜାର ହଜାର ମହିଳା ଅଛନ୍ତି। ”
ଭାଇରାଲ ଭିଡିଓ ଏବଂ ଆମେକୁ ମିଳିଥିବା ଭିଡିଓକୁ ଆମେ ବିଶ୍ଲେଷଣ କରିଲୁ। ନିମ୍ନରେ ଦେଖନ୍ତୁ।
ତାଙ୍କ ଭାଷଣର ଏକ ଅଂଶ ଯେଉଁଥିରେ ସେ କୁହନ୍ତି, “ୟୁପିରେ ଏପରି କିଛି ମହିଳା ଅଛନ୍ତି ଯେଉଁମାନେ ପ୍ରତି ସପ୍ତାହରେ ଏକ ସନ୍ତାନ ଜନ୍ମ କରିପାରିବେ, ସେଠାରେ କିଛି ମହିଳା ଅଛନ୍ତି ଯେଉଁମାନେ ବର୍ଷକୁ 52 ସନ୍ତାନ ଦେଉଛନ୍ତି”, ଏହାକୁ କ୍ଲିପ୍ କରି ପ୍ରସାରିତ କରାଯାଇଥିଲା। ପ୍ରକୃତରେ ସେ କିପରି ଏକ ଯୋଜନାରେ ଭ୍ରଷ୍ଟାଚାର ରହିଛି ସେ ବିଷୟରେ ସେ କହୁଥଲି।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀର ଛୋଟ କ୍ଲିପକୁ କାଟି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଭିଡିଓରେ ସେ ଏକ ଯୋଜନାର କିପରି ଭୁଲ ବ୍ୟବହାର ହେଉଛି ସେ ବିଷୟରେ କହୁଛନ୍ତି।

Title:ରାହୁଲ ଗାନ୍ଧୀ କହିଛନ୍ତି- ୟୁପି ର ମହିଳାମାନେ ଗୋଟିଏ ବର୍ଷରେ 52 ସନ୍ତାନ ଜନ୍ମ ଦିଅନ୍ତି?
Fact Check By: Sarita SamalResult: False
