
କୃଷି ଆନ୍ଦୋଳନ ସହ ସୋସିଆଲ ମିଡିଆରେ ନେତା ଏବଂ ଦଳମାନଙ୍କର ଭିଡିଓ ଏବଂ ଖବର ବିଭିନ୍ନ ଦାବିରେ ଭାଇରାଲ କରାଯାଉଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାହୁଲ ଗାନ୍ଧୀ ଦେଶ ଛାଡି ଲଣ୍ଡନ ଯିବା ଏବଂ ଆମେରିକାରେ ତାଙ୍କ ପିଲାମାନଙ୍କୁ ଶିକ୍ଷା ଦେବା କଥା କହୁଛନ୍ତି। ଏହି ଅଭିଯୋଗ ହେତୁ ରାହୁଲ ଗାନ୍ଧୀ ସୋସିଆଲ ମିଡିଆର ଟାର୍ଗେଟରେ ଆସିଛନ୍ତି।
8 ଫେବୃଆରିରେ Bimal Behera ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଖ ରାହୁଲ ଗାନ୍ଧୀ ଦେଶ ଛାଡି ଲଣ୍ଡନ ଯିବା ଏବଂ ଆମେରିକାରେ ତାଙ୍କ ପିଲାମାନଙ୍କୁ ଶିକ୍ଷା ଦେବା କଥା କହୁଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକଥର ଭାଇରାଲ ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ରାହୁଲ ଗାନ୍ଧୀ ଦେଶ ଛାଡି ଲଣ୍ଡନ ଯିବା ଏବଂ ଆମେରିକାରେ ତାଙ୍କ ପିଲାମାନଙ୍କୁ ଶିକ୍ଷା ଦେବା କଥା କହୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଆମେ ଗୁଗୁଲରେ ସର୍ଚ୍ଚ କରିଲୁ। 13 ଅକ୍ଟୋବର 2019ରେ Indian Ntional Congress ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓର ଅଂଶ ପାଇଲୁ। ଖବର ଅନୁସାରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ନୀରବ ମୋଦୀ ଏବଂ ମେହୁଲ ଚୋକସି ସମ୍ପର୍କରେ କହୁଛନ୍ତି। ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ଲାତୁର ଠାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରୁଥିବାବେଳେ ଏହା କହିଛନ୍ତି। କଂଗ୍ରେସର ୟୁଟ୍ୟୁବ୍ ଚ୍ୟାନେଲରେ ସମ୍ପୂର୍ଣ୍ଣ ଭିଡିଓ ଉପଲବ୍ଧ ଅଛି। ଭିଡିଓର 15.12 ମିନିଟ୍ ପରେ ଆପଣ ରାହୁଲ ଗାନ୍ଧୀଙ୍କ କଥା ଶୁଣିପାରିବେ – ‘ନିରାଭ ମୋଦୀ, ମେହୁଲ ଚୋକସି ଭଲ ନିଦ ନେଉଛନ୍ତି, ବିନା ଭୟ ବିନା କୌଣସି ଚିନ୍ତାରେ ଅଛନ୍ତି। ସେ ଭାବୁଛନ୍ତି କିଛି ହେଲେ ମୁଁ ଲଣ୍ଡନ ଯିବି, ମୋ ପିଲାମାନେ ଯାଇ ଆମେରିକାରେ ପାଠ ପଢ଼ିବେ। ମୋର ଭାରତ ସହିତ କୌଣସି ସମ୍ପର୍କ ନାହିଁ, ମୁଁ ନରେନ୍ଦ୍ର ମୋଦୀଙ୍କର ଜଣେ ବନ୍ଧୁ, ମୋର ହଜାରେ କୋଟି ଟଙ୍କା ଅଛି, ମୁଁ ଯେକୌଣସି ସମୟରେ ଯିବି। ଏହା ହେଉଛି ଭାରତର ସତ୍ୟ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଥିରୁ ସ୍ପଷ୍ଟ ହୋଇଛି ଯେ, ଭିଡିଓକୁ ଏଡିଟ କରାଯାଇଛି। ଭିଡିଓରେ ‘ନୀରବ ମୋଦୀ’, ‘ମେହୁଲ ଚୋକସି’ ଏବଂ ‘ନରେନ୍ଦ୍ର ମୋଦୀ’ର କିଛି ଅଂଶ ହଟାଇ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ଭିଡିଓଟି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତକାରୀ ଅଟେ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହଲା ଯେ, ମୂଳ ଭିଡିଓର କିଛି ଅଂଶକୁ ଏଡିଟ୍ କରି ବିଭ୍ରାନ୍ତକାର ଭାବେ ଭାଇରାଲ କରାଯାଉଛି। ଭିଡିଓରେ ‘ନୀରବ ମୋଦୀ’, ‘ମେହୁଲ ଚୋକସି’ ଏବଂ ‘ନରେନ୍ଦ୍ର ମୋଦୀ’ର କିଛି ଅଂଶ ହଟାଇ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଛି।

Title:ଭାଇରାଲ ଭିଡିଓରେ କ’ଣ ରାହୁଲ ଗାନ୍ଧୀ ଦେଶ ଛାଡିବା ସମ୍ପର୍କରେ କହୁଛନ୍ତି ?
Fact Check By: Saritadevi SamalResult: False