
13 ଜାନୁଆରିରେ Chowkidar bablu Mohanty ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଇଣ୍ଡିଆ ଟୁଡେର ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଇଣ୍ଡିଆ ଟୁଡେର ସାମ୍ବାଦିକ ରାହୁଲ କନ୍ୱାଲ ବନ୍ଦେ ମାତରମ ସ୍ଲୋଗାନକୁ ରାଷ୍ଟ୍ର ବିରୋଧୀ ବୋଲି କହୁଛନ୍ତି। ପୋଷ୍ଟର ଶିର୍ଷରେ ଲେଖା ଯାଇଛି ଯେ, କ’ଣ ବନ୍ଦେ ମାତରମ ନାରା ରାଷ୍ଟ୍ର ବିରୋଧୀ? ଏମାନଙ୍କୁ କ’ଣ ଲାଗୁଟି କି ସେମାନେ ପାକିସ୍ତାନ ରେ ରହୁଛନ୍ତି ଆଜି ଏମାନଙ୍କ ବିଚାରଧାରା ଆଗକୁ ଆସିଲା #rahul kanwal ଆପଣଙ୍କୁ ଲଜ୍ୟା ଲାଗିବା କଥା ଏମିତି କଥା କହିବା ଆଗରୁ #Boycott Rahul kanwal #boycottindia today# Boycottajjtak। ପୋଷ୍ଟର ଲିଙ୍କ ତଳେ ଦେଖନ୍ତୁ।
ତେବେ କ‘ଣ ସତରେ ଇଣ୍ଡାଆ ଟୁଟେର ସାମ୍ବାଦିକ ବନ୍ଦେ ମାତରମ ସ୍ଲୋଗାନକୁ ଦେଶ ବିରୋଧୀ ବୋଲି କହୁଥିଲେ। ଏହାର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଡ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମକୁ ରାହୁଲ କନ୍ୱାଲ ନିଜ ଟିୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓ ସମ୍ପର୍କରେ ଟ୍ୱିଟ କରିଥିବାର ପାଇଲୁ। ଯେଉଁଥିରେ ସେ ଲେଖିଥିଲେ ଯେ, ପ୍ରକୃତରେ ଏମିତି ହୋଇଥିଲା,@indiatoday SIT ଓକିଲମାନଙ୍କୁ ଦୋଷି ସାବ୍ୟସ୍ତ କରାଇଥିଲା ଯେଉଁମାନେ କ୍ୟାମେରା ସାମ୍ନାରେ ସ୍ୱିକାର କଲେ ଯେ, ସେମାନେ କହ୍ନୌୟା କୁ ଅଦାଲତ ସାମ୍ନାରେ ପିଟିଥିଲେ ଏବଂ ପୋଲିସ ଘଟଣା ସ୍ଥଲରେ ଉପସ୍ଥିତ ହୋଇ ମଧ୍ୟ ଚୁପ ଚାପ ହୋଇ ସବୁ ଦେଖୁଥିଲେ ସୁଧା କୌଣସି ପଦକ୍ଷ୍ୟପ ନେଉନଥିଲା। କେବଳ ସେତିକି ନୁହେଁ କହ୍ନୌୟା ଉପରେ ଆକ୍ରମଣ କରୁଥିବା ଓକିଲ ବନ୍ଦେ ମାତରମ ଜାପ କରୁଥିଲେ। ଆଗକୁ ରାହୁଲ କନ୍ୱାଲ ଲେଖିଛନ୍ତି ଯେ, କାହା ଉପରେ ଆକ୍ରମଣ କରିବା ଏବଂ ବନ୍ଦେ ମାତରମର ଜପ କରିବା ରାଷ୍ଟ୍ର ବିରୋଧୀ ଅଟେ। ସେତେବେଳେ ବି କହିଥିଲି ଆଜି ବି କହିବି ଜୟ ହିନ୍ଦ।
ଏହା ପରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପାଇକ ପୁରା ଭିଡିଓକୁ ସର୍ଚ କରିଲୁ। ପୁରା ଭିଡିଓ ଆମକୁ India Today ର ୟୁଟ୍ୟୁବ ଚ୍ୟାନେଲରୁ ପାଇଲୁ। ଏହି ଭାଇରାଲ ଭିଡିଓ 17 ଫେବୃଆରି 2016ରେ India Today ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରାଯାଇଥିଲା। ଅର୍ଥାତ୍ ଏହି ଭିଡିଓ ପୁରୁଣା ଅଟେ। ଏହି ଭିଡିଓର ଶିର୍ଷରେ ଲେଖା ଯାଇଛି ଯେ, ପଟିୟାଲା ହାଉସ କୋର୍ଟ ବାହାରେ ଅନିୟନ୍ତ୍ରିତ ଓକିଲମାନଙ୍କର ଗୁଣ୍ଡାଗର୍ଦି। ଏହି ଭିଡିଓର 13.50 ମିନିଟର ବିବରଣି ମୁତାବକ ଅନିୟନ୍ତ୍ରିତ ଓକିଲମାନେ ପୁଣି ଥରେ ପଟିଆଲା କୋର୍ଟ ବାହାରେ ଗୁଣ୍ଡାଗର୍ଦି କରୁଥିବର ଦେଖା ଗଲେ। ଜେ.ଏନ.ୟୁ.ଏସ.ୟୁ ଅଧ୍ୟକ୍ଷ କହ୍ନୌୟା କୁମାର ଉପରେ ଓକିଲମାନେ ଆକ୍ରମଣ କରିଥିଲେ।ତଳେ ଭିଡିଓ ଲିଙ୍କ ଦେଖନ୍ତୁ।
ଏହି ଭିଡିଓ ମୁତାବକ ରାହୁଲ କନ୍ୱଲ ଓକିଲମାନଙ୍କର ଏହି ଗୁଣ୍ଡାଗର୍ଦି ଘଟଣା ବିଷୟରେ ସୁପ୍ରୀମ କୋର୍ଟର ଅଧିବକ୍ତା ରାଜିବ ୟାଦବ ସହ ଚର୍ଚା କରୁଥିଲେ। 2016ରେ ଜେବେ ସର୍ବୋଚ୍ଚ ନ୍ୟାୟାଳୟ ଜେ.ଏନ.ୟୁ ସେଡୀଶନର ମାମଲା ଉପରେ ଶୁଣାଣି କରୁଥିଲା ,ସେହି ସମୟରେ ରାଜୀବ ୟାଦବ ନ୍ୟାୟାଳୟ ଭିତରେ ବନ୍ଦେ ମାତରମ ର ନାରା ଲଗେଇଥିଲେ। ଏହା ପରେ ରାଜିବ ୟାଦବକୁ ସୁରକ୍ଷ୍ୟା ଅଧିକାରିମାନେ କୋର୍ଟ ବାହାରୁ ନେଇ ଯାଇଥିଲେ। ବରେ ରାଜିବ ୟାଦବ ନିଜ ଭୁଲ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସାମ୍ନାରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ।
ଇଣ୍ଡିଆ ଟୁଡ଼େର ଟିୱି ଡିବେଟ ଅନୁସାରେ ଅଧିବକ୍ତା ରାଜିବ ୟାଦବ ବେନ୍ଦେମାତରମ ନାରା ଲଗାଇଥିବା ଘଟଣାରେ ନିଜକୁ ଠିକ୍ ସାବ୍ୟସ୍ତ କରିବାରେ ଲାଗିଥିଲେ, ରାଜିବ ୟାଦବଙ୍କ ମୁତାବିକ JNUSUର ପୂର୍ବ ଅଧ୍ୟକ୍ଷ କହ୍ନୌୟା କୁମାରକୁ ନିର୍ଦୋଷ ସାବ୍ୟସ୍ତ କରୁଥିବା ଓକିଲ ଦେଶଦ୍ରୋହିର ପ୍ରତିନିଧିତ୍ୱ କରୁଛନ୍ତି।
ରାଜିବ ୟାଦବର କଥାରେ ରୋହୁଲ କନ୍ୱାଲ କହିଥିଲେ ଯେ, ଆରୋପି ପାଇଁ ଜଜ ଅଛନ୍ତି, ଜଜ ବିଚାର କରିବେ କି କଉଟା ଠିକ କଉଟା ଭୁଲ ଏବଂ କଉ ଓକିଲ ଠିକ୍ ଏବଂ କଉ ଓକିଲ ଭୁଲ। ଆପଣ ଏଥିପାଇଁ କୋର୍ଟ ପାଖରେ ତର୍କ କରନ୍ତୁ। କିନ୍ତୁ ଆପଣ ଏପରି ବନ୍ଦେ ମାତରମର ନାରା କଣପାଇଁ କରୁଛନ୍ତି । ଆପଣ ଦେଶ ବରୋଧୀ ଗତିବିଧି କଣ ପାଇଁ କରୁଛନ୍ତି। କୋର୍ଟ ଭିତରେ ବନ୍ଦେମାତରମ ନାରା ଲଗାଇବା ଏବଂ ଏକ ଆରୋପିକୁ ପିଟିବା ଦେଶ ବିରୋଧୀ ଆଟେ।
ଏହି ପ୍ରକୃତ ଭିଡିଓର 20 ସେକେଣ୍ଡର ଏକ କ୍ଲିପ କଢ଼ାଗଲା ଯେଉଁଥିରେ ରାହୁଲ କନ୍ୱାଲ ବନ୍ଦେ ମାତରମ ନାରା ଲଗାଉଥିବା ଲୋକଙ୍କୁ ଦେଶ ବିରୋଧୀ କହୁଥିବାର ରୂପ ଦିଆ ଯାଇଛି। ବାସ୍ତବରେ ରାହୁଲ କନ୍ୱାଲ ରାଜିବ ୟାଦବକୁ କହୁଥିଲେ ଯେ, କୋର୍ଟ ଭିତରେ ନାରା ଲଗାଇବା ଭୁଲ ଅଟେ। ଏହା ନ୍ୟାୟାଳୟର ପରିବେଶକୁ ପ୍ରଭାବିତ କରେ।
ଶେଷକଥା-
ଆମେ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ ଭୁଲ ଅଟେ। ସାମ୍ବାଦିକ ରାହୁଲ କନ୍ୱାଲ ବନ୍ଦେ ମାତରମ ଜାପ କରିବା ରାଷ୍ଟ୍ର ବିରେଧୀ ଅଟେ, ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓର ପ୍ରକୃତ ଭିଡିଓରେ ରାହୁଲ କନ୍ୱାଲ ରାଜିବ ୟାଦବକୁ ସୂଚନା ଦେଉଥୁଲେ ଯେ, କୋର୍ଟରେ ଏପରି ସ୍ଲୋଗାନ ଦେବା ରାଷ୍ଟ୍ର ବିରୋଧୀ ଏବଂ ଆଇନ ବିରୋଧୀ ଅଟେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ପ୍ରକୃତ ଭିଡିଓର କିଛି ଅଂଶ ଅଟେ ଏବଂ ଏଥିରେ ଲୋକଙ୍କୁ ଭ୍ରମିତ କରାଯାଉଛି।

Title:ରାହୁଲ କନ୍ୱାଲ ବନ୍ଦେ ମାତରମ ନାରାକୁ ଦେଶ ବିରୋଧୀ କହିନଥିଲେ
Fact Check By: Saritadevi SamalResult: False