
ମହିଳାଙ୍କ ପୋଷାକ କୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରାଯାଇଥାଏ। ତେବେ ଏହି ଆଲୋଚନା ମଧ୍ୟରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ କରାଯାଇଥାଏ। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ କିଛି ଝିଏ ଲୁଙ୍ଗି ପିନ୍ଧି ଛିଡ଼ା ହୋଇଥିବାର ଦେଖାଯାଉଛନ୍ତି। ଫଟୋ ସହ ଦାବି କରାଯାଉଛି ଯେ, କେରଳରେ କଲେଜ ଝିଅଙ୍କୁ ଜିନ୍ସ ପିନ୍ଧିବାରେ ରୋକ ଲଗାଯିବାରୁ ଝିଅମାନେ ଲୁଙ୍ଗି ପିନ୍ଧି ଏହାର ପ୍ରତିବାଦ କରୁଛନ୍ତି।
ଆମ ଅନୁସନ୍ଧାନରେ ଫଟୋ ସହ ଭାଇରାଲ ହେଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
30 ଅକ୍ଟୋବରରେ Alekh Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳରେ କଲେଜ ଝିଅଙ୍କୁ ଜିନ୍ସ ପିନ୍ଧିବାରେ ରୋକ ଲଗାଯିବାରୁ ଝିଅମାନେ ଲୁଙ୍ଗି ପିନ୍ଧି ଏହାର ପ୍ରତିବାଦ କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଛାତ୍ରୀ ଜିନ୍ସ ପିନ୍ଧି କଲେଜ ଆସିବା ଉପରେ ରୋକ,ଛାତ୍ରୀମାନେ ଲୁଙ୍ଗି ପିନ୍ଧି ଶାଳୀନ ପ୍ରତିବାଦ ମୁଦ୍ରାରେ,ଲୁଙ୍ଗି କେରଳର ସାର୍ବଜନୀକ ପୁରୁଷ ପୋଷାକ,ଏ କେରଳର ଦୃଶ୍ୟ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିବା ସହ ପୋଷ୍ଟକୁ ଅଧିକ ସେୟାର ମଧ୍ୟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ କେରଳରେ କଲେଜ ଝିଅଙ୍କୁ ଜିନ୍ସ ପିନ୍ଧିବାରେ ରୋକ ଲଗାଯିବାରୁ ଝିଅମାନେ ଲୁଙ୍ଗି ପିନ୍ଧି ଏହାର ପ୍ରତିବାଦ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ପ୍ରଥମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାର କିଛି ଲିଙ୍କ ମିଳିଲା। 22 ଅକ୍ଟୋବର 2016ରେ Times of india ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ପାଇଲୁ। ଖବର ଅନୁସାରେ 2016ରେ କେରଳର ମେଡିକାଲ କଲେଜରେ ଝିଅମାନଙ୍କୁ ଜିନ୍ସ ଏବଂ ଟିସାର୍ଟ ପିନ୍ଧିବାରେ ରୋକ ଲଗାଯାଇଥିଲା। ତେବେ ବର୍ତ୍ତମାନର ଏପରି କୌଣସି ଖବର ପ୍ରକାଶିତ ହୋଇଥିବାର ଆମକୁ ମିଳିଲା ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Times of india । Archive । Times now news
2015ରେ Telugu people ପେଜରେ ପ୍ରକାଶିତ ହୋଇଥିବା ଖବରରେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ଝିଅମାନେ ତେଲୁଗୁ ହିରୋ ମହେସ ବାବୁଙ୍କ ଫ୍ୟାନ ଅଟନ୍ତି। 2015ରେ ମହେଶ ବାବୁର ଆସିଥିବା ନୁଆ ଫିଲ୍ମ Srimanthuduରେ ମହେଶଙ୍କ ଆକ୍ଟିଙ୍ଗରେ ଅନୁପ୍ରାଣିତ ହୋଇ ତାଙ୍କ ଏହି ଝିଅ ଫ୍ୟାନମାନେ ଲୁଙ୍ଗି ପିନ୍ଧି ଫଟୋ ଉଠାଇଥିଲେ। ଏଥିରୁ ସ୍ପଷ୍ଟ ଯେ ସୋସିଆଲ ମିଡିଆରେ ଭୁଲ ଦାବି ସହିତ ଫଟୋ ସେୟାର କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Telugu people । Archive
ଅଗଷ୍ଟ 2015ରେ Iqlikmovies ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ Srimanthudu ଫ୍ଲିମରେ ମହେଶ ବାବୁଙ୍କ ଲୁଙ୍ଗୀ ଷ୍ଟାଇଲକୁ ଝିଅମାନେ ଅଧିକ ପସନ୍ଦ କରିଛନ୍ତି। ଏବଂ ସେହି ଫିଲ୍ମକୁ ଅନୁସରଣ କରି ମହେଶ ବାବୁଙ୍କ ଷ୍ଟାଇଲରେ ଲୁଙ୍ଗୀ ପିନ୍ଧିଛନ୍ତି। ଏବଂ ମହେଶ ବାବୁଙ୍କ ପ୍ରକି ତାଙ୍କ ଭଲପାଇବା ଦେଖେଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Iqlikmovies। Archive
ଏହା ଛଡ଼ା ଭାଇରାଲ ଫଟୋ ଆମେ Chitramala ପେଜରେ ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଫଟୋ ଭାରତର ନୁହେଁ ୟୁଏଏସର ଅଟେ। ୟୁଏଏସରେ ମହେଶ ବାବୁଙ୍କ ଫିଲ୍ମ ଦେଖି ଝିଅମାନେ ଲୁଙ୍ଗୀ ପିନ୍ଧି ଫଟୋ ଉଠାଇଛିନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- chitramala । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପଆଲୁ ଯେ, ଭାଇରାଲ ହେଉଥିବା ଫଟୋ ଭୁଲ ଦାବି ସହ ଭାଇରାଲ କରାଯାଉଛି। କେରଳରେ କଲେଜ ଝିଅଙ୍କୁ ଜିନ୍ସ ପିନ୍ଧିବାରେ ରୋକ ଲଗାଯିବାରୁ ଝିଅମାନେ ଲୁଙ୍ଗି ପିନ୍ଧି ଏହାର ପ୍ରତିବାଦ କରୁଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫଟୋ ୟୁଏଏସର ଅଟେ ଏବଂ ଝିଅମାନେ ତାମିଲ ହିରୋ ମହେଶ ବାବୁଙ୍କ ଫିଲ୍ମରୁ ପ୍ରଭାବିତ ହୋଇ ଲୁଙ୍ଗି ପିନ୍ଧିଛନ୍ତି।

Title:କେରଳ କଲେଜରେ ଜିନ୍ସ ନିଷେଧ ହେବାପରେ ଝିଅମାନେ ଲୁଙ୍ଗି ପିନ୍ଧି କଲେଜ ପହଞ୍ଚିଥିଲେ କି?
Fact Check By: Saritadevi SamalResult: False