
କୋରୋନା ଭାଇରସରେ ବିଶ୍ୱର ସାରା ଲୋକ ଆତଙ୍କରେ ଅଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ଅଲଗା ଅଲଗା ଦାବିରେ ଫୋଟୋ ଭାଇରାଲ ହେଉଛି। 20 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି । ପୋଷ୍ଟରେ ଏକ ମାଁ ତା ଛୁଆକୁ ଧରି ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୋରୋନାରେ ଶେଷ ଷ୍ଟେଜିରେଥିବା ମାଆ ପୁଅକୁ ଧରିକି ସୋଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 576ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 469 କମେଣ୍ଟ ମିଲିବା ସହ ହଜାରରୁ ଉର୍ଦ୍ଦ ଲାଇଟ ମିଳିଛି। ତେଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ ଭାଇରାଲ ଫୋଟୋରେଥିବା ମାଁ କୋରୋନା ରୋଗର ଶେଷ ଷ୍ଟେଜ୍ ରେ ତା ଛୁଆକୁ ଧରି ସୋଇଛି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ pinterest ନାମକ ଏକ ପେଜରେ ଭାଇରଲା ଫୋଟୋ ମିଳିଲା। ଫୋଟୋରେ ଲେଖା ଯାଇଥିଲା ଯେ, ଜେଣେ ମାଁ ଲାମିନାର ଫ୍ଲୋ ରୁମରେ ଥାଇ ଲ୍ୟୁକେମିଆରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଝିଅକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏପରି ଧରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- pinterest । Archive
ଭଇରାଲ ଫୋଟୋଟି ଗତ ବର୍ଷ 26 ଜୁଲାଇରେ ଟ୍ୱିଟରରେ ପ୍ରକାଶିତ ହୋଇଥିଲା। Twitter ଆକାଉଣ୍ଟରେ ଲେଖା ଯାଇଛି ଯେ, ତୁର୍କିର ଜଣେ ମାଆ କୁ କର୍କଟ ରୋଗ ହୋଇଥିବାରୁ ସେ ତାଙ୍କ ଛୁଆକୁ ଛୁଇଁ ପାରୁ ନାହାନ୍ତି। ପୋଷ୍ଟ 2019 ଜୁଲାଇର ଅଟେ। କିନ୍ତୁ ଚାଇନାରେ କୋରୋନା ନଭେମ୍ବର 2019ରୁ ଆରମ୍ଭ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭଇରାଲ ଫୋଟୋର କୋରୋନା ସହ କୌଣସି ସମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Twitter । Archive
ଏହା ପରେ ଆମକୁ Cameralabs ପେଜରେ ମଧ୍ୟ ଭାଇରାଲ ଫୋଟୋ ମିଲିଲା। ଖବର ଅନୁସାରେ ଏହି ଫଟୋ 1985 ରେ ଆମେରିକାର ଫ୍ରେଡ ହୁଚିନ୍ସନ୍ ହସ୍ପିଟାଲରେ ନିଆଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Cameralabs । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ମାଁ ତା ଛୁଆକୁ ଧରିଥିବା ଫୋଟୋର କୋରୋନା ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଫୋଟୋ 1985 ମସିହାରେ ଫ୍ରେଡ୍ ହୁଚିନ୍ସନ୍ କ୍ୟାନ୍ସର କେନ୍ଦ୍ରରେ ଜଣେ ମାଁ ଲାମିନାର୍ ଫ୍ଲୋ ରୁମ୍ ରେ କ୍ୟାନ୍ସର ରୋଗ ପାଇଁ ଚିକିତ୍ସା ହେଉଥିବା ସମୟରେ ତାଙ୍କ ଝିଅକୁ ଏପରି ଧରି ଗେଲ କରୁଥିବାର ଫୋଟୋ ଉଠା ଯାଇଥିଲା।

Title:କ’ଣ ଭାଇରାଲ ଫୋଟୋରେଥିବା ମାଁ କୋରୋନା ରୋଗର ଶେଷ ଷ୍ଟେଜ୍ ରେ ତା ଛୁଆକୁ ଧରି ସୋଇଛି?
Fact Check By: Saritadevi SamalResult: False