
ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚରେ ଭାରତର ବିଜୟକୁ ନେଇ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଶେଖମାନଙ୍କୁ ଷ୍ଟାଡିୟମରେ ବସି ଉତ୍ସବ ପାଳନ କରୁଥିବା ଦେଖିପାରିବେ। ଭିଡିଓ ସହିତ ଦାବି ହେଉଛି ଯେ ଏସିଆ କପ୍ ମ୍ୟାଚ୍ରେ ଶେଖମାନେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟରେ ଖୁସି ହଉଛନ୍ତି। ଏହି ଭିଡିଓ ସେୟାର କରି ଲୋକମାନେ ପାକିସ୍ତାନର ପରାଜୟକୁ ପରିହାସ କରୁଛନ୍ତି।
Dwitikrushna Das ନାମକ ଏକ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ପାକିସ୍ତାନ ଉପରେ ଭାରତର ବିଜୟ ଉପରେ ଦୁବାଇ ଶେଖ୍ ମାନେ ବି ଖୁସିରେ ନାଚିଲେ । ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ହଜାରରୁ ଅଧିକ ଭ୍ୟୁ ମିଳିବା ସହିତ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି।
ଅନୁସନ୍ଧାନ-
ଆମେ ଏହି ଭିଡିଓର ଫୋଟୋକୁ ରିଭର୍ସ ଇମେଜ କରିବା ପରେ ଆମକୁ , 22 ସେପ୍ଟେମ୍ବର 2020 ରେ ଖାଲଫ ଅଲ-ଅଞ୍ଜୀ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରେ ଶେଖମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଏକ ଭିଡିଓ ଆମେ ପାଇଲୁ।
ଏହା ଦେଖିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ଭାଇରାଲ ହେଉଥିବା ଭିଡିଓ ଠାରୁ ଭିନ୍ନ ଅଟେ। ଶିଖମାନଙ୍କ ଉତ୍ସବର ଏହି କେବଳ ଅଂଶରେ କୁହାଯାଇଛି।
ଯେହେତୁ ଏହା 2020 ରେ ପୋଷ୍ଟ କରାଯାଇଲା, ତେଣୁ ଆମେ କହିପାରିବା ଯେ ଏହା ବର୍ତ୍ତମାନ ହୋଇଥିବା କୌଣସି ମ୍ୟାଚ୍ ସହିତ ଜଡିତ ନୁହେଁ। ଏହା ସହିତ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଏଥିରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ଆରବ କ୍ଲବର ସଭାପତି ଅଜିଜ ଅଶୋର। ଆପଣ ନିମ୍ନ ତୁଳନାତ୍ମକ ଭିଡିଓରେ ଉଭୟ ଭିଡିଓ ମଧ୍ୟରେ ପାର୍ଥକ୍ୟ ଦେଖିପାରିବେ।
21 ସେପ୍ଟେମ୍ବର 2020 ରେ ପ୍ରକାଶିତ mercatoday.com ନାମକ ଏକ ୱେବସାଇଟ୍ ରିପୋର୍ଟ କରିଛି ଯେ କୁଏତ ଏବଂ ଅଲ ଆରବୀ ମଧ୍ୟରେ HH ଆମୀର କପ୍ର ଫୁଟବଲ ଫାଇନାଲ ମ୍ୟାଚ ସେହି ଦିନ କୁଏତର ଜାବର ଅଲ-ଅହମ୍ମଦ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା।
ସମାନ ସୂଚନା ସହିତ କୁଏତ ଟାଇମ୍ସର ଖବରରେ ଏକ ଚିତ୍ର ମଧ୍ୟ ପ୍ରକାଶିତ ଅଛି। ଭାଇରାଲ ଭିଡିଓରେ ଦେଖାଯାଉଥିବା ଶେଖଙ୍କୁ ମଧ୍ୟ ସେହି ଚିତ୍ରରେ ଦେଖିବାକୁ ମିଳିଛି।

ଶେଷକଥା–
ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିଲୁ ଯେ ଭିଡିଓ ଭାଇରାଲ ହେବା ସହିତ ଦିଆଯାଇଥିବା ଦାବି ମିଥ୍ୟା ଅଟେ। ଏହି ଭିଡିଓ ଡିଜିଟାଲ୍ ଏଡିଟ୍ କରାଯାଇଛ। ଏହା ଭାରତର ମ୍ୟାଚ୍ କୌଣସି ସମ୍ପର୍କ ନାହିଁ।

Title:କ’ଣ ପାକିସ୍ତାନ ଉପରେ ଭାରତର ବିଜୟ ଉପରେ ଦୁବାଇ ଶେଖ୍ ମାନେ ବି ଖୁସିରେ ନାଚିଲେ ?
Fact Check By: Saritadevi SamalResult: False
