
ସୋସିଆଲ ମିଡିଆରେ ଏକ ପିଲାର ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପିଲାଟି ଜୋତା ସିଲେଇ କରୁଥିବାର ଦେଖାଯାଉଛି। ଅନ୍ୟପଟେ ଏକ ସାର୍ଟିଫିକେଟର ଫଟୋ ଅଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଫଟୋରେଥିବା ପିଲାଟି ଦିନରେ ଜୋତା ପୋଲିସ କରି ରାତିରେ ପାଠ ପଢ଼େ। ସେ 500 ମାର୍କରୁ 465 ମାର୍କ ଆଣି 93 ପ୍ରତିଶତ ଆଣି ସ୍ତୁଲରେ ଟୋପ କରିଛି। ହେଲେ ଗରିବ ପିଲାଙ୍କୁ କେହି ଶୁଭେତ୍ସା ଜଣାଉ ନାହାନ୍ତି। ସଂଜୟର ଆହୁରି ପଢ଼ି ଆଇପିଏସ ଅଫିସର ବନିନବା ପାଇଁ ଚାହୁଁଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
29 ଜାନୁଆରିରେ Kvn Siva Goutham ନାମକ ଜଣେ ଫେସବୁକ ୟୁଜର ଆମ ଓଡ଼ିଶା ପରିବାର ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଫଟୋରେଥିବା ପିଲାଟି ଦିନରେ ଜୋତା ପୋଲିସ କରି ରାତିରେ ପାଠ ପଢ଼େ। ସେ 500 ମାର୍କରୁ 465 ମାର୍କ ଆଣି 93 ପ୍ରତିଶତ ଆଣି ସ୍ତୁଲରେ ଟୋପ କରିଛି। ହେଲେ ଗରିବ ପିଲାଙ୍କୁ କେହି ଶୁଭେତ୍ସା ଜଣାଉ ନାହାନ୍ତି। ସଂଜୟର ଆହୁରି ପଢ଼ି ଆଇପିଏସ ଅଫିସର ବନିନବା ପାଇଁ ଚାହୁଁଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 2000ରୁ ଅଧିକ ଲାଇକ ଏବଂ 300ରୁ ଅଧିକ କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ପୋଷ୍ଟରେ ଜୋତା ପୋଲିସ କରୁଥିବା ପିଲା 500 ମାର୍କରୁ 465 ମାର୍କ ଆଣି 93 ପ୍ରତିଶତରେ ଟରପ ହୋଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋ କୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 2018ରେ the youth ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ଅନୁସାରେ ସଂଜୟ ରବି ଦାସ 2018ରେ ଦଶମ ବୋର୍ଡରେ 465 ମାର୍କ ରଖିଥିଲେ। ସେ ତାଙ୍କ ପରିଶ୍ରମରେ ଏତିକି ମାର୍କ ରଖିଥିବାର କହିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- the youth । Archive
News18 Banglaରେ ସଂଜୟରବି ଦାଶଙ୍କ ଲକଡାଉନ ସମୟରେ ହୋଇଥିବା ଅସୁବିଧାକୁ ନେଇ ଖବର ପ୍ରକାଶିତ ହୋଇଛି। ସେ 10ମ ବୋର୍ଡରେ 63ପ୍ରତିଶତ ରଖିଥିବା ସେଇ ସ୍ପଷ୍ଟ କରାଯାଇଛି। ସେ ବିନା ସ୍କୁଲ ଏବଂ ଟିଉସନରେ ଏତିକି ପ୍ରତିଶନ ରଖିଥିବା ନେଇ ଚର୍ଚ୍ଚାରେଥିଲେ। ପରେ ଲକଡାଉନ ସମୟରେ ଭରଣା ପୋଷଣପାଇଁ ପୁଣି ଜୋତା ପୋଲିସ କରିବା ନେଇ ଚର୍ଚ୍ଚାରେ ବନିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ପରେ ଆମକୁ ଫେସବୁକରେ ସଞ୍ଜୟ ରାବିଦାସଙ୍କ ପ୍ରୋଫାଇଲ୍ ମିଳିଲା। ତାଙ୍କ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କଲୁ କିନ୍ତୁ ସମ୍ପର୍କ ହୋଇପାଲିଲା ନାହିଁ। ତାଙ୍କ ମାର୍କସିଟରୁ ଜଣା ପଡ଼ୁଛି ଯେ, ମାର୍କସିଟ୍ ଏବଂ ଫଟୋ ଦୁଇ ବର୍ଷ ପୁରୁଣା(2018) ଅଟେ। ମାର୍କସିଟ ଅନୁସାରେ ଟୋଲା ମାର୍କ 700ଥିବା ବେଳେ ଦଶମ ଶ୍ରେଣୀରେ 66% (465/700) ସ୍କୋର କରିଥିଲେ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ପୋଷ୍ଟ ସମ୍ପୁର୍ଣ୍ଣ ସତ୍ୟ ନୁହେଁ। ସଂଜୟ ନିଜ ପରିଶ୍ରମରେ ମାର୍କ ଆଣିଛନ୍ତି କିନ୍ତୁ 93 ପ୍ରତିଶତ ନୁହେଁ 66% (465/700) ରଖିଛନ୍ତି।
Title:ଜୋତା ପୋଲିସ କରୁଥିବା ଏହି ପିଲା 93% ରଖି ଟପର ହୋଇଥିଲେ ?
Fact Check By: Saritadevi SamalResult: False

