ଆସାମ ବନ୍ୟାରେ ଏହି ବାଳକ ଏକ ହରିଣକୁ ଉଦ୍ଧାର କରିଥିଲା କି?

Social

ଆସାମରେ ବାତ୍ୟା କାରଣରୁ ଚିନ୍ତା ବଢ଼ିବାରେ ଲାଗିଛି। କୋରୋନା ସଂକ୍ରମଣ ଦାଉରୁ ରକ୍ଷା ମିଳିନଥିବା ବେଳେ ଆସାମ ଉପରେ ବାତ୍ୟାର ପ୍ରଭାବ  ସମସ୍ୟା ବଢ଼ାଉଛି। ସୋସିଆଲ ମିଡିଆରେ ଆସାମ ବାତ୍ୟାର କିଛି ଫୋଟୋ ଭାଇରାଲ ହେଉଛି। 20 ଜୁଲାଇରେ  ସେବା ଫାଉଣ୍ଡେସନ୍ ଦ୍ୱିତୀୟ ଖାତା ନାମକ ଏକ ଫେସବୁକ ପେଜ ଆକାଉଣ୍ଟରେ ଆସାମ ବତ୍ୟାର କିଛି ଫୋଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ପିଲା ପାଣି ଭିତରୁ ହରିଣକୁ ବଞ୍ଚାଇ ବାହାରକୁ ଆଣୁଛି। ଫୋଟୋରେ ଦାବି କରାଯାଇଛି ଯେ, ଆସାମର ପ୍ରକୃତ ବାହୁବଳି ଯିଏ କି ଏହି ହରିଣ ଛୁଆଟିକୁ ବୁଡ଼ିଯିବାରୁ ରକ୍ଷା କରିଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଦୁଇ ଘଣ୍ଟା ମଧ୍ୟରେ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Facebook Archive

ତେବେ ଆସାମର ବାତ୍ୟାରେ  ଏହି ଯୁବକ  ହରିଣ ଛୁଆଟିକୁ ବୁଡ଼ିଯିବାରୁ ରକ୍ଷା କରିଥିଲା । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। ଆମକୁ 5pillarsuk ପେଜରେ ଭାଇରାଲ ଫୋଟୋ ମିଳିଲା। ପେଜରେ ଭାଇରାଲ ଫୋଟୋ 7 ଫେବୃଆରି 2014ରେ ଏକ ଖବର ସହିତ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ବାଙ୍ଗଲାଦେଶର ଏକ ପିଲା ନଦୀରେ ଭାସି ଯାଉଥିବା ହରିଣ ଛୁଆକୁ ନିଜ ଜୀବନ ବିପଦରେ ପକାଇ ବଞ୍ଚାଇଥିଲା। ଏହାର ଫୋଟୋ ସେତେ ବେଳେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାର ବଷୟ ବନି ଯାଇଥିଲା। ଏବଂ ଏହି ପିଲାର ସାହାସିକତାକୁ ମଧ୍ୟ ପ୍ରଶଂସା କରା ଯାଇଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- 5pillarsuk Archive

ଏହା ପରେ ଆମକୁ Dailymail ପେଜରେ ମଧ୍ୟ ଭାଇରାଲ ଫୋଟୋର ସମ୍ପୂର୍ଣ୍ଣ ଖବର ମିଳିଲା। ଯେଉଁଥିରେ ଆମେ ଜାଣିବାକୁ ପାଇଲୁ ଯେ, ଫେବୃଆରୀ 2014ରେ ବାଂଲାଦେଶରେ ବନ୍ୟା ପରିସ୍ଥିତି ହୋଇଥିଲା।  ବନ୍ୟା ସମୟରେ ଏହି ହରିଣ ଛୁଆଟି ବନ୍ୟା ପାଣିରେ ଭାସି ଯାଉଥିଲା।  ଏହାର ଅସହାୟ ଅବସ୍ଥା ଦେଖି ବେଲାଲ ନାମକ ଏହି ବାଳକ ନିଜ ଜୀବନକୁ ବିପଦରେ ପକାଇ ଜଳକୁ ଉଦ୍ଧାର କରିଥିଲା। ଖବର ଅନୁଯାୟୀ, ଚିତ୍ରଗୁଡ଼ିକ ବନ୍ୟଜନ୍ତୁ ଫଟୋଗ୍ରାଫର ହାସିବୁଲ ୱାହାବ ଉଠାଇଥିଲେ। ଏବଂ ପରେ କ୍ୟାଟର୍ସ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Dailymail Archive

31 ଜୁଲାଇ 2016ରେ Zeenews ପେରଜେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଏହି ଭାଇରାଲ ଫୋଟୋ  ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲଙ୍କ 2016 ବନ୍ୟାର କହି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ପଠାଇଥିଲେ।  ଆମେ ସ୍ପଷ୍ଟ ହେଲୁ ଯେ, ବୁଡ଼ି ଯାଉଥିବା ଶିଶୁ ହରିଣକୁ ଉଦ୍ଧାର କରିବା ପାଇଁ ଏକ ଛୋଟ ବାଳକର ଭାଇରାଲ୍ ଫୋଟୋ ଆସାମର ନୁହେଁ। ଭାଇରାଲ ଫୋଟୋ ଗୁଡିକ ଛଅ ବର୍ଷରୁ ପୁରୁଣା ବାଂଲାଦେଶର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Zeenews Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ ଆସାମର ନୁହେଁ ବାଙ୍ଗଲାଦେଶର ଅଟେ। 2014ରେ ବାଙ୍ଗଲାଦେଶର ଏକ ପିଲା ନଦୀରେ ଭାସୀ ଯାଉଥିବା ହରିଣ ଛୁଆକୁ ବଞ୍ଚାଇଥିଲା। ଯାହାକୁ ଆସାମରେ ହୋଇଥିବା ବାତ୍ୟାର ଫୋଟୋ କହି ଭାଇରାଲ କରାଯାଉଛି।

Avatar

Title:ଆସାମ ବନ୍ୟାରେ ଏହି ବାଳକ ଏକ ହରିଣକୁ ଉଦ୍ଧାର କରିଥିଲା କି?

Fact Check By: Saritadevi Samal 

Result: False