କ’ଣ ଏହି ବ୍ୟକ୍ତି ତାଙ୍କ ସମସ୍ତ ଦାନ୍ତ ବାହାର କରି ନିଜ ଗର୍ଲଫ୍ରେଣ୍ଡ ପାଇଁ ଏକ ଦାନ୍ତ ହାର ତିଆରି କରି ଉପହାର ଦେଇଥିଲେ ?

False Social

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଫଟୋ ସେୟାର କରି ଦାବି କରାଯାଉଛି ଯେ ଜଣେ ଇଜିପ୍ଟୀୟ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ତାଙ୍କ ପ୍ରତି ଥିବା ପ୍ରେମକୁ ଏକ ଅନନ୍ୟ ଉପାୟରେ ଉପହାର ଦେବା ପାଇଁ ତାଙ୍କର ସମସ୍ତ ଦାନ୍ତ ବାହାର କରି ହାର ବନାଇ ଦେଇଥିଲେ। ଭାଇରାଲ ଫୋଟୋରେ ଜଣେ ବ୍ୟକ୍ତି ଦେଖା ଯାଉଛନ୍ତି। ଯେଉଁଥିରେ ତାଙ୍କ ଦାନ୍ତ ନାହିଁ। ଅନ୍ୟ ପଟେ ଦାନ୍ତର ହାର ଦେଖିବାକୁ ମିଳୁଛି।

Mu Odia ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଏହି ବ୍ୟକ୍ତି ନିଜର ସମସ୍ତ ଦାନ୍ତ ବାହାର କରି ନିଜ ଗର୍ଲଫ୍ରେଣ୍ଡ ପାଇଁ ଏକ ଦାନ୍ତ ହାର ତିଆରି କରି ଉପହାର ଦେଇଥିଲେ| ଶୁଣି ଥିଲି ପ୍ରେମ ରେ ପଡିଲେ ଲୋକ ପାଗଳ ହେଇଯାଆନ୍ତି କିନ୍ତୁ ପାକୁଆ ହେଇଯାନ୍ତି ପ୍ରଥମ ଥର ଦେଖିଲି। 

ଫେସବୁକ । ଆର୍କାଇଭ

ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ କରାଯାଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଆମର ଅନୁସନ୍ଧାନ ଆରମ୍ଭରେ ଜଣେ ଯୁବକଙ୍କର ସମସ୍ତ ଦାନ୍ତ କାଢ଼ିବା ଏବଂ ତାଙ୍କ ଗାର୍ଲଫ୍ରେଣ୍ଡକୁ ହାର କରି ଦେବାର କିଛି ଖବର ସାମ୍ନାକୁ ଆସିଲା। 

ତେବେ, ଏହି ସମ୍ବାଦ ପ୍ରବନ୍ଧ ଅନୁଯାୟୀ ଫୋଟୋରେଥିବା ବ୍ୟକ୍ତି ହେଉଛନ୍ତି ଇଜିପ୍ଟର ଜଣେ ଯୁବ ଅଭିନେତା ମୋସ୍ତାଫା ସୋଲିମାନ ଏଲ ସୟଦ ଏବଂ ଏହା ପ୍ରକୃତ ଘଟଣା ନୁହେଁ ବରଂ ଏକ ମଜାଳିଆ ପୋଷ୍ଟ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଅକ୍ଟୋବର 31 ରେ, ଉକ୍ତ ଅଭିନେତା ସୋଲିମାନ ଏଲ୍ ସୟିଦ୍ ନିଜର ଏକ ଫଟୋ ପୋଷ୍ଟ କରିଥିଲେ ଏବଂ ତାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟରେ ଦାନ୍ତରେ ତିଆରି ଏକ ହାରରେ କ୍ୟାପସନ୍ ସହିତ “ସତରେ , ମୁଁ ଦେଖିଥିବା ପ୍ରେମର ସବୁଠାରୁ ସୁନ୍ଦର ଅର୍ଥ ହେଉଛି ତୁମେ ତୁମର ସମସ୍ତ ଦାନ୍ତ କାଢ଼ି ତୁମେ ଭଲ ପାଉଥିବା ମଣିଷକୁ ଦିଅ ”। 

ଫେସବୁକଆର୍କାଇଭ

ଏହି ଅଭିନେତା ଜଣେ ଦାନ୍ତବିହୀନ ବ୍ୟକ୍ତି ଭାବରେ ଚିତ୍ରଣ କରିବା ପାଇଁ ତାଙ୍କ ଫୋଟୋକୁ ଏଡ଼ିଟ୍ କରିଥିଲେ ଏବଂ ଇଣ୍ଟରନେଟରେ କୃତ୍ରିମ ଦାନ୍ତରୁ ନିର୍ମିତ ହାରର ଫଟୋ ବ୍ୟବହାର କରି ସୋସିଆଲ ମିଡିଆରେ ବ୍ୟବହାର କରିଥିଲେ। 

ଏହା ଛଡ଼ା ଭାଇରାଲ ପୋଷ୍ଟରେଥିବା ବ୍ୟକ୍ତିଙ୍କ ଫେସବୁକ ଆକାଉଣ୍ଟ ଦେଖିବାରୁ ଆମେ ସ୍ପଷ୍ଟ ହେଲୁ ଯେ, ତାଙ୍କ ଦାନ୍ତ ସମ୍ପୁର୍ଣ୍ଣ ଭାବରେ ଠିକ ଅଛି। 

ଫ୍ୟାକ୍ଟ କ୍ରେସେଣ୍ଡୋ ତାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟ୍ ମାଧ୍ୟମରେ ସୋଲିମାନ୍ ଏଲ୍ ସୟଦଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ ଏବଂ ଯେତେବେଳେ ଆମେ ଏହି ଘଟଣା ବିଷୟରେ ପଚାରିଥିଲୁ ସେ ସ୍ପଷ୍ଟ କରିଥିଲେ ଯେ ଏହା ପ୍ରକୃତ ଘଟଣା ନୁହେଁ ଏବଂ କେବଳ ମନୋରଞ୍ଜନ ପାଇଁ ପୋଷ୍ଟ କରାଯାଇଥିଲା।

ଶେଷକଥା-ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଇଜିପ୍ଟର ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ଉପହାର ଦେବା ପାଇଁ ସମସ୍ତ ଦାନ୍ତ ବାହାର କରିଥିଲେ” ଏହା ମିଥ୍ୟା ଖବର। ଫୋଟୋରେଥିବା ବ୍ୟକ୍ତି ପ୍ରକୃତରେ ଜଣେ ଇଜିପ୍ଟର ଅଭିନେତା ସୋଲିମାନ ଏଲ୍ ସୟଦ, ସେ ନିଜ ଫୋଟୋକୁ ଏଡିଟ କରି ଏବଂ କୃତ୍ରିମ ଦାନ୍ତର ହାରରକୁ ବ୍ୟବହାର କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

Avatar

Title:କ’ଣ ଏହି ବ୍ୟକ୍ତି ତାଙ୍କ ସମସ୍ତ ଦାନ୍ତ ବାହାର କରି ନିଜ ଗର୍ଲଫ୍ରେଣ୍ଡ ପାଇଁ ଏକ ଦାନ୍ତ ହାର ତିଆରି କରି ଉପହାର ଦେଇଥିଲେ ?

Fact Check By: Sarita Samal 

Result: False

Leave a Reply

Your email address will not be published. Required fields are marked *