
ଗତ କିଛି ଦିନ ହେଲା ଟିକ୍ ଟକ୍ ବବାଦରେ ଘେରି ସହିଛି। ଏହି ଆପ ବିଶ୍ୱର ଅଧିକ ବ୍ୟବହାର କରାଯାଉଥିବା ଆପପ୍ ଅଟେ। ଏହା ସହ ଏହି ଆପରେ ଅମାନ୍ୟକର ଭିଡ଼ିଓ ପୋଷ୍ଟ କରାଯାଉଛି। 18 ବର୍ଷରୁ କମ ବୟଷର ପିଲାମାନେ ମଧ୍ୟ ଏହି ଆପପ ବ୍ୟବହାର କରିବାରୁ ତାଙ୍କ ଉପରେ ଖରାପ ପ୍ରଭବ ପଡୁଛି। ଏଥି ସହ ଟିକ୍ ଟକ ଆପ ଚାଇନାର ହୋଇଥାବରୁ ଲୋକେ େହାକୁ ଏଧିକ ବିରୋଧ କରିବାରେ ଲାଗିଛନ୍ତି। ଏହାକୁ ନେଇ ଦେଶ ସାରା ଏହି ଟିକ୍ ଟକ ଆପପ କୁ ବ୍ୟାନ କରିବା ପାଇଁ ଦାବି କରୁଛନ୍ତି।
ଏଥି ସହ ସୋସିଆଲ ମିଡ଼ିଆରେ ଖବର ଭାଇରାଲ ହେଉଛି ଯେ, ଆମେରିକା ଟିକ୍ ଟକ୍ ଆପପେ ବ୍ୟାନ କରିଦେଲା। Budhiram Khatua ନାମକ ଜଣେ ଫେସବୁକ ୟୁଜର 25 ମେ ଆମେରିକା ରାଷ୍ଟ୍ରପତି ଡୋନଲ ଟ୍ରମ୍ପ ଏବଂ ଟିକ୍ ଟକ ଫୋଟୋ ପୋଷ୍ଟ କରିଥିଲେ ଏବଂ ଦାବି କରିଛନ୍ତି ଯେ, ଆମେରିକା ଚାଇନା ଆପପ୍ ଟିକ୍ ଟକ୍ କୁ ବ୍ୟାନ କରିଦେଲା। ଆମ ଅନୁସନ୍ଥଧାନ ପୂର୍ବରୁ ପୋଷ୍ଟକୁ 6 ଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତବେ କଣ ଆମେରିକା ଟିକ୍ ଟକ୍ ଆପପ ବ୍ୟାନ କରିଦେଲା। ଏହାର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟ ସମ୍ଭନ୍ଧରେ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଏହାକୁ ନେଇ ଆମକୁ କିଛି ଲିଙ୍କ ମିଳିଲା। 31 ଡିସେମ୍ବର 2019 ରେ, BBC NEWS ପେଜରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ମିଳିଲା। ଏହି ରିପୋର୍ଟ ଅନୁଯାୟୀ, ଆମେରିକାର ସେନାରେ ‘ସାଇବର ଆକ୍ରମଣ’ର ଭୟ ଥିବାରୁ ସେନା କର୍ମଚାରୀଙ୍କୁ ଅଫିସ୍ ଫୋନରୁ ଟିକଟକ୍ ହଟାଇବାକୁ ପରାମର୍ଶ ଦେଇଥିଲା। ଏହି ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସେନା ବ୍ୟକ୍ତିଗତ ଫୋନରେ ଏହି ଆପ୍ ବ୍ୟବହାର କରିପାରିବେ। ପ୍ରଦେଶ ଦେଶର କିଛି ନା କିଛି ଗୋପନିୟ ତଥ୍ୟ ଥାଏ। ଏହା ବାହାରକୁ ନ ଆସିବା ପାଇଁ ଆମେରିକା ସରକାର ତାଙ୍କ ସେନାଙ୍କ ଅଫିସ୍ ଫୋନରୁ ଟିକ୍ ଟକ ଆପପ୍ ହଟାଇବାକୁ ନିର୍ଦେଶ ଦେଇଥିଲେ। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-BBC NEWS । Archive
ଏହା ପରେ 25 ଫେବୃଆରୀ 2020 ରେ Business insider ପେଜରେ ଅନ୍ୟ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହି ଅନୁଯାୟୀ, ଆମେରିକାରେ ପରିବହନ ସେବା ପ୍ରଶାସନ (TSA) ଏହାର କର୍ମଚାରୀମାନଙ୍କୁ ଟିକଟକ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ସମାନ ରିପୋର୍ଟରେ ହୋମଲାଣ୍ଡ ସିକ୍ୟୁରିଟି, ମେରାଇନ କର୍ପସ, ତଟରକ୍ଷୀ ବାହିନୀ, ଆମେରିକା ବାୟୁସେନା ପକ୍ଷରୁ ଟିକଟଲ୍କୁ ନିଷେଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Business insider । Archive
12 ମାର୍ଚ୍ଚ 2020 ରେ ପବ୍ଲିକ୍ Reuters ପେଜରେ ଏକ ଖବର ପ୍ରକାଶିତ ହୋଇଥିଲା। ଖବର ଅନୁଯାୟୀ, ରିପବ୍ଲିକାନ୍ ପାର୍ଟିର ଦୁଇଜଣ ସିନେଟର, ଜୋସ୍ ହାୱଲି ଏବଂ ରିକ୍ ସ୍କଟ୍ ସରକାରୀ କର୍ମଚାରୀ ଟିକଟକ୍ ଆପପ୍ ବ୍ୟବହାରକୁ ବନ୍ଦ କରିବା ପାଇଁ ଏକ ବିଲ୍ ଉପସ୍ଥାପନ କରିଥିଲେ। ଜୋସ୍ ହାୱଲି ମିସୁରୀର ଜଣେ ସିନେଟର ଅଟନ୍ତି। ସେ ବିଲ୍ ଉପସ୍ଥାପନ କରିବା ପୂର୍ବରୁ ଏ ବିଷୟରେ ସୂଚନା ମଧ୍ୟ ଦେଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦଖନ୍ତୁ –Reuters । Archive
5 ମାର୍ଚ୍ଚ 2020 ରେ Senator Josh Hawely ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ପାଇଲୁ, ଯେଉଁଥିରେ ସେ ଟିକଟକର ଜନ୍ମ ହୋଇଥିବା ବିପଦ ବିଷୟରେ କହୁଛନ୍ତି। ଆମେରିକାରେ ଟିକଟୋକକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କ୍ରମାଗତ ଦାବି ରହିଛି। ସେଠାରେ ଆବେଦନପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। କିନ୍ତୁ ଆମେ ଏପରି କୌଣସି ରିପୋର୍ଟ ପାଇଲୁ ନାହିଁ, ଯାହା ଟିକଟୋକ ଉପରେ ସମ୍ପୂର୍ଣ୍ଣ ବନ୍ଦ ହୋଇଥବାର ଖବର ପ୍ରକାଶିତ ହୋଇ ନହିଁ। ମାର୍ଚ୍ଚ ସୁଦ୍ଧା, ଟିକଟକ ଆପପ୍ ରେ ଆମେରିକାରେ 2.65 କୋଟି ସକ୍ରିୟ ଉପଭୋକ୍ତା ଥିଲେ। ତଳେ ଭିଡ଼ିଓ ଦେଖନ୍ତୁ।
ଟିଟକ୍ ଚାଇନାର କମ୍ପାନୀ BiteDance ର ମାଲିକାନା ଅଟେ। ଖବର ଅନୁଯାୟୀ ଟିକ୍ ଟକ ପରିଚାଳନା କମେଟିରେ ବୋର୍ଡରେ ଚାଇନାର କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ମଧ୍ୟ ଅଛନ୍ତି। ଏହି କାରଣରୁ ବାଇଡାନ୍ସଙ୍କୁ ଚୀନ୍ ସରକାରଙ୍କୁ ଉପଭୋକ୍ତାମାନଙ୍କ ବିଷୟରେ ସୂଚନା ଦେବାକୁ ପଡିଥାଏ। ଯାହାକି ଆମେରିକୀୟ ଏଜେନ୍ସିଗୁଡିକ ପାଇଁ ଚିନ୍ତାର କାରଣ ହୋଇ ରହିଛି।
13ଏପ୍ରିଲ 2020 ରେ NEWS 18ରେ ପ୍ରାଶିତ ହୋଇଥିବା ଏକ ଖବର ଅନୁଯାୟୀ, ଗୁଗୁଲ ପ୍ଲେ ଷ୍ଟୋରରେ ଟିକଟୋକ 100 କୋଟିରୁ ଅଧିକ ଥର ଡାଉନଲୋଡ୍ ହୋଇଥିଲା। ଆମେ କୌଣସି ସ୍ଥାନରେ ଏପରି ସୂଚନା ପାଇଲୁ ନାହିଁ ଯେ ସାଧାରଣ ଲୋକଙ୍କ ପାଇଁ ଟିକଟୋକ ଆପକୁ ଆମେରିକା ସଂପୂର୍ଣ୍ଣ ବନ୍ଦ କରିଦେଇଛି।
ଶେଷକଥା–
ଆମେରିକାରେ ଟିକ୍ ଟୋକ ଆପପ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିବା ଦାବି ମିଥ୍ୟା ଅଟେ। ଆମେରିକା ତାର ସରକାରି କର୍ମିଚାରି ତଥା ନୌ ସେନା ଏବଂ ବାୟୁସେନା କର୍ମିଚାରିଙ୍କ ପାଇଁ ଟିକଟୋକ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛି। ମାର୍ଚ୍ଚରେ ଦୁଇଜଣ ସିନେଟର ମଧ୍ୟ ଫେଡେରାଲ କର୍ମଚାରୀଙ୍କ ଟିକ୍ ଟୋକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ବିଲ୍ ଆଗତ କରିଥିଲେ। କିନ୍ତୁ ଆମେରିକାରେ କୋଟି କୋଟି ଲୋକ ଟିକଟୋକ ବ୍ୟବହାର କରୁଛନ୍ତି। ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇ ନାହିଁ।

Title:କ’ଣ ଆମେରକା ଟିକ୍ ଟୋକ ଆପପ୍ ସମ୍ପୁର୍ଣ୍ଣ ବ୍ୟାନ କରିଦେଲା ?
Fact Check By: Saritadevi SamalResult: False