ପଶ୍ଚିମବଙ୍ଗ ପୋଲିସ ବିଜେପି କର୍ମଚାରୀଙ୍କ ଉପରେ ‘ଦେଶୀ’ ବୋମା ଫିଙ୍ଗୁଛି କି?

False Social

ପଶ୍ଚିମବଙ୍ଗରେ ବିଜେପି କର୍ମୀ ଏବଂ ପଶ୍ଚିମବଙ୍ଗ ପୋଲିସ ମଧ୍ୟରେ ସଂଘର୍ଷ ଲାଗି ରହିଛି। ବିଜେପିର ‘ନାବନୋ ଚାଲୋ ଅଭିଆନ୍ ସମୟରେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁରରୁ ଦେଖା ଯାଉଛି କିଛି ପୋଲିସ କର୍ମି ଛାତ ଉପରେ ଠିଆ ହୋଇ ତଳକୁ କିଛି ଫିଙ୍ଗୁଛନ୍ତି। ଏହା ସହ ଭିଡିଓ ବନଉଥିବା  ଲୋକ ଦାବି କରୁଛି ପୋଲିସ ବିଜେପି କର୍ମିଙ୍କ ଉପରେ ଦେଶି ବୋମା ଫିଙ୍ଗୁଛି। ଏହାକୁ ସୋସିଆଲ ମିଡିଆରେ ଅଧିକରୁ ଅଧିକ ସେୟାର କରାଯାଉଛି। 

ଆମ ଅନୁସନ୍ଧାନରେ ପାଇଲୁ ଯେ,  ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ଅଟେ।

14 ଅକ୍ଟୋବର ଦିଲ୍ଲିପ ପାଟକୁରା ନିର୍ବାଚନ ମଣ୍ଡଳି ନାମ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ବିଜେପି କର୍ମିଙ୍କ ଉପରେ ବଙ୍ଗଲା ପୋଲିସ ଦେଶି ବମ୍ ପକାଉଛି। ତେବେ ଏଥିପାଇଁ ଦାଇ କିଏ। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ବଙ୍ଗାଲ (ମମତା ବାନାର୍ଜୀଙ୍କ) ପୋଲିସ ଲୋକଙ୍କ ଉପରକୁ ବମ୍ ପକାଉଥିବା ର ଦୂଶ୍ୟପାଇଁ ଦାଇ କିଏ? ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକ ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 300ରୁ ଅଧିକ ଲୋକ ଦେଖି ସାରିଛନ୍ତି। ତଳେ ଭିଡିଓ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook ।  Archive

 ତେବେ କଣ  ଭାଇରାଲ ଭିଡିଓରେ ପଶ୍ଚିମବଙ୍ଗ ପୋଲିସ ବିଜେପି ପ୍ରଦର୍ଶନକାରିଙ୍କ ଉପରେ ଦେଶି ବୋମା ଫିଙ୍ଗୁଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରକୁ ଗୁଗୁଲରେ ବିଭିନ୍ନ କୀ ଶବ୍ଦ ସହ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Howrah City Police ଟ୍ୱିଟ ମିଳିଲା। ଯାହାକି 9 ଅକ୍ଟୋବର 2019ରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଭାଇରାଲ ଭିଡିଓକୁ ନେଇ ପଶ୍ଚିମବଙ୍ଗ ପୋଲିସ ଟ୍ୱିଟ କରି ସ୍ପଷ୍ଟ କରିଛି ଯେ, ପୋଲିସ ଛାତ ଉପରୁ ତଳକୁ କିଛି ଫିଙ୍କୁଥିବା ଭିଡିଓରେ ପୋଲିସ ପ୍ରଦର୍ଶନକାରିଙ୍କ ଉପରେ ଦେଶି ବୋମା ପକାଉ ନାହିଁ।  ଯେତେବେଳେ ପ୍ରଦର୍ଶନ କାରି ବ୍ୟାରିକେଟ ଭାଙ୍ଗିବାରେ ଲେଗିଲେ ସେତେବେଳେ ପୋଲିସ କର୍ମି ଛାତଉପରୁ ଟିୟର ଗ୍ୟାସ ଫିଙ୍ଗିଥିଲେ। ଯାହାକୁ ସୋସିଆଲ ମିଡିଆରେ ଭୁଲ ଦାବି ସହ ଭାଇରାଲ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- TweetArchive  

ପରେ ଆମକୁ ସାମ୍ବାଦିକ Sreyashi Dey ଏକ ଟୁଇଟକୁ ପାଇଲୁ।  ତାଙ୍କ ଟ୍ୱିଟ୍‌ରେ ସେ ସ୍ପଷ୍ଟ କରିଛନ୍ତି ଯେ ପ୍ରଦର୍ଶନକାରି ବ୍ୟାରିକେଡ୍ ଭାଙ୍ଗିବା ପରେ ପୋଲିସ ତାଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲା।  ପରେ ସ୍ଥିତି ଖରାପ ହେବାରୁ ଏବଂ ପ୍ରର୍ଦର୍ଶନକାରିଙ୍କୁ ରୋକିବା ପାଇଁ ପୋଲିସ୍ ଧୂଆଁ ବୋମା(ଟିୟର ଗ୍ୟାସ) ବ୍ୟବହାର କରୁଥିଲା ଏବଂ ପୋଲିସ୍ ଛାତ ଉପରୁ ଏହାକୁ ଫିଙ୍ଗିଥିଲେ। 

ସେ ଟ୍ୱିଟରେ ଲେଖିଛନ୍ତି “ଏହି ଭିଡିଓରେ ମୁଁ ନ୍ୟୁଜ୍ ଚ୍ୟାନେଲରେ ଲାଇବ କରୁଥିଲି। ଏବଂ ପୋଲିସଥିବା ଛାତରେ ଉପସ୍ଥିତ ଥିଲି।  ସ୍ଥିତି ଖରାପ ହେବାରୁ ଏବଂ ପ୍ରର୍ଦର୍ଶନକାରିଙ୍କୁ ରୋକିବା ପାଇଁ ପୋଲିସ୍ ଧୂଆଁ ବୋମା(ଟିୟର ଗ୍ୟାସ) ବ୍ୟବହାର କରିଥିଲା ବୋଲି ସେ କହିଛିନ୍ତି।  ପରେ ଆମେ ଏହାକୁ ନେଇ ତାଙ୍କ ସହ ସମ୍ପର୍କ କରିଥିଲୁ। ସେ ଆମକୁ ତାଙ୍କ ପୋଷ୍ଟ କରାଯାଇଥିଲା ଟ୍ୱିଟରେ ସ୍ପଷ୍ଟିକରଣ ଦେଇଛନ୍ତି ବୋଲି କହିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ପରେ ଆମେ Times Now ୟୁଟ୍ୟୁବ ଚ୍ୟାନେଲ ପାଇଲୁ ଯେଉଁଥିରେ Sreyashi Dey ଉପସ୍ଥିତ ଥିବାର ଦେଖା ଯାଉଛି। ଭିଡିଓର 4.30 ମିନିଟରେ ଭାଇରାଲ ଭିଡିଓରେ ଦେଖାଯାଉଥିବା ଛାତରେ ଠିଆ ହୋଇଛନ୍ତି। ସେ ସମ୍ପୁର୍ଣ୍ଣ ଘଟଣା ସମ୍ପର୍କରେ କହୁଛନ୍ତି। କିପରି ବିଜେପି ପ୍ରଦର୍ଶନକାରିଙ୍କୁ ଦୁରରେ ରଖିବା ପାଇଁ ପୋଲିସ ବ୍ୟାରିକେଡ୍ ବ୍ୟବସ୍ଥା କରିଛି। ତଳେ ଲିଙ୍କ ଦେଖନ୍ତୁ। 

https://www.youtube.com/watch?v=aCqEm9gjkYM&feature=emb_title

ଏହା ପରେ ଆମେ ବେଙ୍ଗାଲୁରୁ ଖବରକାଗଜରେ କାମ କରୁଥିବା ଜଣେ ସାମ୍ବାଦିକ ସହିତ ସମ୍ପର୍କ କରିଲୁ। ସେ କହିଛନ୍ତି, ମୁଁ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଦେଖିଛି। ଦାବି କରାଯାଉଥିବା ଦାବି ମିଥ୍ୟା ଅଟେ। ଏହା ବୋମା ନୁହେଁ, ଏହା ଟିୟର ଗ୍ୟାସ  ଅଟେ। ମୁଁ ପୁରା ଘଟଣାକୁ କଭର୍ କରିଛି। ମୁଁ ପୋଲିସକୁ କୌଣସି ପ୍ରକାରର ବୋମା ଫିଙ୍ଗିଥିବାର ଦେଖି ନାହିଁ। ସ୍ଥିତି ଖରାପ ହେବାରୁ ପୋଲିସ ବିରୋଧକାରୀଙ୍କୁ ଦୁରକୁ ଭଗାଇବା ପାଇଁ ଟିୟର ଲୁହବୁହା ଗ୍ୟାସ ଏବଂ ପାଣି ବ୍ୟବହାର କରୁଥିଲା। “

କୋଲକାତାର ଅନ୍ୟ ଜଣେ ଗଣମାଧ୍ୟମ ସାମ୍ବାଦିକ କହିଛନ୍ତି, “ପୋଲିସ ଏତେ ସଂଖ୍ୟକ ଲୋକଙ୍କ ଉପରେ ବୋମା ଫିଙ୍ଗି ପାରିବ ନାହିଁ। ପୋଲିସ ଟିୟର ଗ୍ୟାସ ବ୍ୟବହାର କରୁଥିଲା। ମୁଁ ନିଶ୍ଚିତ ଯେ ଏହା ବୋମା ନୁହେଁ। ଯଦି ଏହା ହୋଇଥାନ୍ତା, ମୋର ସହକର୍ମୀ ଏବଂ ଅନ୍ୟ ସାମ୍ବାଦିକମାନେ ଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଏହା ଧ୍ୟାନ ଦେଇଥାନ୍ତେ। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ନାବାନା ଓବିଜାନ ଦିନ  ପ୍ରଦର୍ଶନରେ ବୋମା ଫିଙ୍ଗିବାର ଏପରି ଘଟଣା ଦେଖି ନାହିଁ। “

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭିଡିଓକୁ ପୋଲିସ ବିଜେପି ପ୍ରଦର୍ଶନକାରିଙ୍କ ଉପରେ ବୋମା ଫିଙ୍ଗୁଥିବାର ମିଥ୍ୟା ଦାବି ସହ ଭାଇରାଲ କରାଯାଉଛି। ଭିଡିଓରେ ପୋଲିସ ଦେଶି ବୋମା ନୁହେଁ ବରଂ ପ୍ରଦର୍ଶନକାରିଙ୍କୁ ରୋକିବା ପାଇଁ ଟିୟର ଗ୍ୟାସ ଫିଙ୍ଗୁଛି। 

Avatar

Title:ପଶ୍ଚିମବଙ୍ଗ ପୋଲିସ ବିଜେପି କର୍ମଚାରୀଙ୍କ ଉପରେ ‘ଦେଶୀ’ ବୋମା ଫିଙ୍ଗୁଛି କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *