କ’ଣ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟରେ ଯେଉଁ ଅଟୋ ଚାଳକଙ୍କ ଘରେ ଭୋଜନ କରିଥିଲେ ସେଠାରେ ମୋଦୀଜିଙ୍କ ଫୋଟୋ ଥିଲା? ଜାଣନ୍ତୁ ସତ୍ୟ। 

Altered Political

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟ ଗସ୍ତରେ ଯାଇଥିଲେ। ସେଠାରେ ଆୟୋଜିତ ଏକ ସଭାରେ ଜଣେ ଅଟୋ ଚାଳକ ତାଙ୍କ ନିଜ ଘରେ ଭୋଜନ କରିବାର ନିମନ୍ତ୍ରଣ ଦେଇ ଥିଲେ। ଏହାର ଉତ୍ତରରେ କେଜ୍ରିୱାଲ୍ ଏବଂ ଆପ୍ ଦଳର ଅନ୍ୟ ଦୁଇ ନେତା ସେହି ଅଟୋ ଚାଳକଙ୍କ ଘରେ ଯାଇ ଭୋଜନ କରିଥିଲେ। 

ଏହି ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ କେଜ୍ରିୱାଲ୍ ଏବଂ ଦଳର ଅନ୍ୟ କିଛି ନେତା ଗୋଟିଏ ପରିବାର ସହିତ ଛିଡା ହୋଇଛନ୍ତି। ଫୋଟୋରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ସେହି ପାରିବାର ଘର କାନ୍ଥରେ ମୋଦୀଙ୍କ ଫୋଟୋ ମଧ୍ୟ ଅଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଫୋଟୋକୁ ଏଡିଟ୍ କରି ମୋଦୀଙ୍କ ଫୋଟୋ ଯୋଡା ଯାଇଛି। 

କ’ଣ କୁହା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ କେଜ୍ରିୱାଲ୍ ଯେଉଁ ଅଟୋ ଚାଳକଙ୍କ ଘରେ ଭୋଜନ କରିବାକୁ ଯାଇଥିଲେ ସେଠାରେ ମୋଦୀଜିଙ୍କ ଫୋଟୋ ଥିଲା। ପୋଷ୍ଟରେ କୁହା ଯାଇଛି ଯେ ଗୁଜରାଟୀଙ୍କ ହୃଦୟରେ ମୋଦୀ ବସିଛନ୍ତି, ଗୁଜରାଟୀ ତ ଭାରି ଚତୁର ଲୋକ ତେଣୁ ଦିଲ୍ଲୀର ଚୋରକୁ ଲୁଟିବାକୁ ବସିଛନ୍ତି

Facebook | Archive

ଆମ ଅନୁସନ୍ଧାନ: 

ଗୁଗୁଲରେ ବିଭିନ୍ନ ମୁଖ୍ୟଏସଏଚବିଡ଼ି ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଟୁଇଟ ମିଳିଲା। ୧୨ ସେପ୍ଟେମ୍ବର ୨୦୨୨ ର ଏହି ଟୁଇଟରେ ସେ ଜଣେ ତୋ ଚାଳକଙ୍କ ଘରେ ବିତାଇ ଥିବା ସମୟର ଫୋଟୋ ପୋଷ୍ଟ କରିଛନ୍ତି। ଟୁଇଟରେ ସେ କହିଛନ୍ତି, “ଅହମ୍ମଦାବାଦରେ ଅଟୋ ଚାଳକ ବିକ୍ରମଭାଇ ଦାନ୍ତାଣୀ ତାଙ୍କୁ ସ୍ନେହରେ ରାତ୍ରିଭୋଜନ ପାଇଁ ନିଜ ଘରକୁ ନେଇଗଲେ, ତାଙ୍କ ପୁରା ପରିବାର ସହିତ ପରିଚିତ କରାଇଲେ, ତାଙ୍କୁ ସମ୍ମାନର ସହିତ ସ୍ୱାଦିଷ୍ଟ ଭୋଜନ କରାଇଲେ। ଏହି ଅପାର ସ୍ନେହ ପାଇଁ ବିକ୍ରମଭାଇ ଏବଂ ଗୁଜୁରାଟର ସମସ୍ତ ଅଟୋ ଚାଳକ ଭାଇମାନଙ୍କୁ ହୃଦୟରୁ ଧନ୍ୟବାଦ।”

ଟୁଇଟରେ ପୋଷ୍ଟ ହେଇଥିବା ଫୋଟୋରେ ଆମେ ଦେଖିବାକୁ ପାଇଲୁ ଯେ ଅଟୋ ଚାଳକଙ୍କ ଘର କାନ୍ଥରେ କେଉଠାରେ ମଧ୍ୟ ମୋଦୀଜିଙ୍କ ଫୋଟୋ ନାହିଁ। ଭାଇରାଲ ଫୋଟୋରେ ଯେଉଁ ସ୍ଥାନରେ ମୋଦୀଜିଙ୍କ ଚିତ୍ର ଅଛି, ଅସଲି ଫୋଟୋରେ ସେହି ସ୍ଥାନରେ ଅଟୋ ଚାଳକଙ୍କ ପାରିବାରର ଜଣେ ସଦସ୍ୟଙ୍କ ଫୋଟୋ ଅଛି। 

୧୩ ସେପ୍ଟେମ୍ବରର ଦି ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଗୁଜୁରାଟ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଅହମ୍ମଦାବାଦ ଗସ୍ତରେ ଯାଇଥିଲେ। ସେଠାରେ ଗୋଟିଏ କାର୍ଯ୍ୟକ୍ରମ ପରେ ସେ ଜଣେ ଅଟୋ ଚାଳକ ବିକ୍ରମ ଦନ୍ତାଣୀଙ୍କ ଘରକୁ ରାତ୍ରି ଭୋଜନ କରିବାକୁ ଯାଇଥିଲେ। ତାଙ୍କ ଘରକୁ ଯାଉଥିବା ସମୟରେ ଗୁଜୁରାଟ ପୋଲିସ ତାଙ୍କ ରାସ୍ତା ଅଟକାଇଥିଲା ଯାହା ନେଇ ଅରବିନ୍ଦ କେଜ୍ରିୱାଲ୍ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହି ଅଟୋ ଚାଳକଙ୍କ ଘରକୁ ଯାଇ ଭୋଜନ କରି ସେ ତାଙ୍କ ପରିବାର ସହ ଦେଖା କରିଥିଲେ। 

ଅରବିନ୍ଦ କେଜ୍ରିୱାଲଙ୍କ ଏହି ବ୍ୟବହାର ନେଇ ଗୁଜୁରାଟ ରାଜ୍ୟ ବିଜେପି ନେତା ମାନେ ତାଙ୍କ ନିନ୍ଦା କରିଥିଲେ। ବିଜେପି ରାଜ୍ୟ ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗୁଜୁରାଟରେ ଆସି ମିଥ୍ୟା ପ୍ରଚାର କରୁଛନ୍ତି ଏବଂ ନାଟକ କରୁଛନ୍ତି। 

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ଏହି ଘଟଣା ନେଇ ଆମ୍ ଆଦାମି ପାର୍ଟି ଓଡ଼ିଶା ମଧ୍ୟ ନିଜ ଅଫିସିଆଲ ପେଜରେ ଗୋଟିଏ ଭିଡିଓ ପୋସ୍ତ କରିଛି। ଏହି ଭିଡିଓରେ ଆପଣ ମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଅଟୋ ଚାଳକଙ୍କ ଘରେ ଭୋଜନ କରିବାକୁ ଆସିଥିବା ଦେଖି ପାରିବେ। 

https://www.facebook.com/watch/?v=1316183055788391

ଶେଷକଥା

ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ ଅସଲି ଫୋଟୋକୁ ଏଦିତ୍ କରି ମୋଦୀଜିଙ୍କ ଫୋଟୋ ଯୋଡା ଯାଇଛି। ଅସଲି ଫୋଟୋରେ ଅଟୋ ଚାଳକଙ୍କ ଘରେ ମୋଦୀଜିଙ୍କ ଫୋଟୋ ନୁହେଁ ବରଂ ତାଙ୍କ ପାରିବାରର ଜଣେ ସଦସ୍ୟଙ୍କ ଫୋଟୋ ଅଛି।

Avatar

Title:କ’ଣ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟରେ ଯେଉଁ ଅଟୋ ଚାଳକଙ୍କ ଘରେ ଭୋଜନ କରିଥିଲେ ସେଠାରେ ମୋଦୀଜିଙ୍କ ଫୋଟୋ ଥିଲା? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *