
ନୂଆ ବର୍ଷର ପ୍ରଥମ ଦିନରେ ସୋସିଆଲ ମିଡିଆରେ ଏନେକ ପୋଷ୍ଟ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। 1 ଜାନୁଆରୀ 2022 ରୁ ଅନେକ ଭାଇରାଲ୍ ଟ୍ୱିଟ୍ ଦାବି କରିଛି ଯେ ଗତ ଦଶନ୍ଧି ମଧ୍ୟରେ ଭାରତର ସର୍ବବୃହତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ – CRPF ଏକ ଗିଅର୍ ଅପଗ୍ରେଡ୍ କରିଛି। CRPF ଜବାନ 2011 Vs CRPF ଜବାନ 2022 ମଧ୍ୟରେ ବୁଦ୍ଧିମାନ ଭାରତ ବାଛନ୍ତୁ। ଭାଇରାଲ ଫଟୋ ଦୁଇଟି CRPF କର୍ମଚାରୀଙ୍କ ବୋଲି ଦାବିର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
Vikas K Singh ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେମିତିକା ଭାରତ ଦରକାର…. ବାସ ଏତିକି ବଦଳିଛି ଭାରତ…. CRPF ଜବାନ 2011 Vs CRPF ଜବାନ 2022। ଆମ ଅନୁସନ୍ଦାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଦେବସେନା ଢେଙ୍କାନାଳ ଦେବସେନା ନାମକ ଫେସବୁକ ୟୁଜର ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, * ଦେଶର ହିନ୍ଦୁ ଶାସକ ଙ୍କର ପରିବର୍ତ୍ତନ ଓ ଫରକ ନୁହେଁ କି ? ତେଳେ ଲିଙ୍କ ଦେଖନ୍ତୁ।

ତେବେ କଣ 2012 ଏବଂ 2022 ମଧ୍ୟରେ CRPF ଜବାନର ଏପରି ଲୁକ ପରିବର୍ତ୍ତନ ହୋଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।
ଫଟୋ-1
alamy ପେଜରେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ 27.6.2012ରେ ଉଠାଯାଇଥିଲା। ଇଣ୍ଡିଆନ୍ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF) ସଦସ୍ୟ 27,6 ରେ ଭାରତୀୟ କାଶ୍ମୀରର ଗ୍ରୀଷ୍ମ କ୍ୟାପିଟାଲ୍ ଶ୍ରୀନଗରରେ କର୍ଫ୍ୟୁ ସମୟରେ ଜଣେ କାଶ୍ମୀରୀ ମୁସଲମାନ ମହିଳାଙ୍କୁ ପଚରାଉଚରା କରୁଛନ୍ତି।. 25 ଜୁନ୍ 2012 ରେ ଭାରତୀୟ କାଶ୍ମୀରରେ ଏକ 350 ବର୍ଷ ପୁରୁଣା, ସମ୍ମାନିତ ସୁଫି ମୁସଲିମ୍ ମନ୍ଦିରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଶ୍ରୀନଗରରେ ଶପ୍, ବ୍ୟବସାୟ ଏବଂ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିଲାବେଳେ ସର୍ବସାଧାରଣ ବସ୍ ଏବଂ ଟ୍ୟାକ୍ସିଗୁଡ଼ିକ କେଉଁଠାରେ ନଥିଲା। ପୋଲିସ ବାସିନ୍ଦାଙ୍କୁ ପଚାରିଥିଲା ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଫଟୋ-2
ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ଦ୍ୱିତିୟ ଫଟୋ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫଟୋଟି QAT ର ସଦସ୍ୟ (ଦ୍ରୁତ ଆକ୍ସନ୍ ଟିମ୍)ର ଅଟେ। ନ୍ୟାସନାଲ ଥିଏଟର କ୍ୟାମ୍ପରେ ଗଣତନ୍ତ୍ର ଦିବସ ପାଳନ ସମୟରେ ଏହି ଫଟୋ 26 ଜାନୁୟାରୀ 2021 ରେ ନିଆଯାଇଥିଲା। ଏହି ଫଟୋ Getty Images ପେଜରେ ଅପଲୋଡ୍ ହୋଇଥିଲା। ଯାହାକୁ ଆପଣ ନିମ୍ନରେ ଦେଖିପାରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

CRPF ଭ୍ୟାଲି QAT (ଦ୍ରୁତ ଆକ୍ସନ୍ ଟିମ୍) କ’ଣ?
ଜାମ୍ମୁ କାଶ୍ମୀରରେ QAT (କୁଇକ୍ ଆକ୍ସନ୍ ଟିମ୍) କାର୍ଯ୍ୟ କରୁଛି। ଆତଙ୍କବାଦୀଙ୍କୁ ହତ୍ୟା କରିବା ଏହି ସେନା ବାହିନୀର କାମ। ଏହା ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ୍ ସହିତ କାର୍ଯ୍ୟ କରୁଥିବା ତାଲିମପ୍ରାପ୍ତ କମାଣ୍ଡୋମାନଙ୍କର ଏକ ଦଳ। CRPF ୟୁନିଫର୍ମ ବର୍ତ୍ତମାନ ସଂଶୋଧିତ ହୋଇନାହିଁ। ଅଫିସିଆଲ ୱେବସାଇଟରେ କୌଣସି ସୂଚନା ଦିଆଯାଇ ନାହିଁ।
ଶେଷକଥା-
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ପୋଷ୍ଟ ସହିତ ସେୟାର ହୋଇଥିବା ଫଟୋ ହେଉଛି ଦୁଇଟି ଭିନ୍ନ ଭିନ୍ନ ବିଭାଗର ସୁରକ୍ଷା କର୍ମୀଙ୍କର। ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ।
Title:ଭାଇରାଲ ହେଇଥିବା ଉଭୟ ଫଟୋ CRPF ଜବାନଙ୍କର ଅଟେ ଯାହା 2011ରୁ 2022 ମଧ୍ୟରେ ପରିବର୍ତ୍ତନ ହୋଇଛି ?
Fact Check By: Saritadevi SamalResult: False


