ଇନଫୋସିସ୍ ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସୁଧା ମୁର୍ତ୍ତୀ ବର୍ଷକୁ ଥରେ ପନିପରିବା ବିକ୍ରି କରନ୍ତି କି?

False Social

14 ସେପ୍ଟେମ୍ବରରେ Girl Children ନାମକ ଏକ ଫେସବୁକ ପେଜରେ ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ସୁଧା ମୂର୍ତ୍ତିଙ୍କ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ କିଛି ପନିପରିବା ବିକୁଥିବା ଭଳି ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ସୁଧା ବ୍ୟକ୍ତିଗତ ଅହଙ୍କାରଠାରୁ ନିଜକୁ ଦୂରେଇ ରଖିବା ପାଇଁ ମଝିରେ ମଝିରେ ନିଜେ ହିଁ ପରିବା ବିକନ୍ତି।

ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଅବିଶ୍ୱସନୀୟ ହେଲେ ମଧ୍ୟ ସତ୍ୟ !ବ୍ୟକ୍ତିଗତ ଅହଙ୍କାରଠାରୁ ନିଜକୁ ଦୁରେଇ ରଖିବା ପାଇଁ ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ସୁଧା ମୂର୍ତ୍ତି ମଝିରେ ମଝିରେ ନିଜେ ହିଁ ପରିବା ବିକନ୍ତି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଲାଇକ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଇନଫୋସିସ୍ ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସୁଧା ମୁର୍ତ୍ତୀ ବର୍ଷକୁ ଥରେ ପନିପରିବା ବିକ୍ରି କରନ୍ତି କି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। 27 ଅକ୍ଟୋବର 2013 Bangalore Mirror ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଇନଫୋସିସ୍ ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସୁଧା ମୁର୍ତ୍ତୀ ବର୍ଷରେ ତିନି ଦିନ ସେ ସକାଳ 4 ଟାରୁ ଉଠି ଜୟନଗରର ରାଘବେନ୍ଦ୍ର ସ୍ୱାମୀ ମନ୍ଦିରକୁ ଯାଆନ୍ତି। ଚାରି ଘଣ୍ଟା ପାଇଁ, ସେ ରୋଷେଇ ଘର ସଫା କରନ୍ତି, ବାସନକୁ ଧୋଇ ଦିଅନ୍ତି, ଧୂଳି ସଫାକରିବା , ପନିପରିବା କାଟନ୍ତି, ଷ୍ଟକ୍ ତାଲିକା ନିଅନ୍ତି, ଅଗଣାକୁ ସଫା କରନ୍ତି ଏବଂ ମଠରେ “ସେବା” ର ଅଂଶ ଭାବରେ ଡଷ୍ଟବିନ ମଧ୍ୟ ସଫାକରନ୍ତି। ଲୋକଙ୍କ ସେବାରିବା ତାଙ୍କୁ ଭଲଲାଗେ ବୋଲି ସେ ଏହି ଆର୍ଟିକଲରେ କହିଛନ୍ତି।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Bangalore MirrorArchive

ଏହାପରେ ଆମକୁ 22 ଅଗଷ୍ଟ 2019ରେ Oneindia Kannada ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 2016ରେ ପ୍ରକାଶିତ ହୋଇଛି। ଆର୍ଟିକିଲରେ ଅନ୍ୟ କିଛି ଫଟୋ ମଧ୍ୟ ଅଛି। ଆର୍ଟିକିଲ ଅନୁଯାୟୀ, ଭକ୍ତଙ୍କ ଦ୍ୱାରା ଦିଆଯାଉଥିବା ପନିପରିବା ଏବଂ ଅନ୍ୟାନ୍ୟ ଉପହାର ସଜାଡ଼ିବା ସମୟରେ ଏହି ଫଟୋ କେହି ଜଣେ ଉଠାଇଥିଲେ। ସେ କହିଥିଲେ ସେ ଫଟୋ ଉଠାଇବାକୁ ଭଲ ପାନ୍ତି ନାହିଁ। କିନ୍ତୁ କେହି ଜଣେ ତାଙ୍କ ସେବା ସମୟରେ ଏହି ଫଟୋ ଉଠାଇଥିଲେ। ଆର୍ଟିକିଲରେ ସୁଧା ମୁର୍ତ୍ତୀଙ୍କ ଅନ୍ୟ କିଛି ଫଟୋ ମଧ୍ୟ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Oneindia KannadaArchiveSakshi Tv

14 ସେପ୍ଟେମ୍ବର 2020 Forevernews ପେଜରେ ପ୍ରକାଶିତ ହୋଇଥିବା ଇନଫୋସିସ୍ ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସୁଧା ମୁର୍ତ୍ତିଙ୍କ ଏକ ଅଣ୍ଟର୍ଭିୟୁ ପ୍ରକାଶିତ ହୋଇଛି । ଯେଉଁଥିରେ ସେ ତାଙ୍କର ଭାଇରାଲ ହେଉଥିବା ଫଟୋ ସମ୍ପର୍କରେ କହିଛନ୍ତି। ପ୍ରଥମ ପ୍ରଶ୍ନରେ ପଚାରା ଯାଇଛି ଯେ,ଆପଣ ଜାଣିଛନ୍ତି କି ଆପଣଙ୍କର ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଆପଣଙ୍କର ପ୍ରାରମ୍ଭିକ ପ୍ରତିକ୍ରିୟା କ’ଣ ..

ଉତ୍ତରରେ ସେ କହିଛନ୍ତି ମୁଁ ଲାଇମଲାଇଟରେ ରହିବାକୁ ପସନ୍ଦ କରେ ନାହିଁ।  ସେସିଆଲ ମିଡିଆରେ ଏହା ଫେକ୍ ଭାଇରାଲ କରାଯଆଇଛି। ମୁଁ ପନିପରିବା ବିକ୍ରୟ କରିବାକୁ ବସି ନାହିଁ।  ମୁଁ ସେଠାରେ ବିକ୍ରେତା ଭାବରେ ନୁହେଁ ଭକ୍ତ ଭାବରେ ବସିଛି।  ଏହି ରୀତିନୀତି ମୋ ହୃଦୟର ଅତି ନିକଟତର।  ତିନି ଦିନିଆ ବାର୍ଷିକ ରୀତିନୀତି – ରାଘବେନ୍ଦ୍ର ରାୟରା ସମରାଧନେ ଉତ୍ସବରେ ହେଉଥିବା ଖାଦ୍ୟ ପ୍ରସ୍ତୁତି ପାଇଁ ରଖାଯାଇଥିବା ପରିବା ପାଖରେ ମୁଁ ବସିଥିଲି। ମୋ ଘର ନିକଟରେଥିବା ଜୟନଗର ପଞ୍ଚମ ବ୍ଲକର ରାଘବେନ୍ଦ୍ର ମଠାରେ ଅନୁଷ୍ଠିତ ହେଉଥିଲା, ଯେଉଁଠାରେ ମୁଁ ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ବୁଝାବୁଝି କରୁଥିଲି। 

ଏହା ପରେ ଅନ୍ୟ ଏକ ପ୍ରଶ୍ନ- ଆପଣ ଏହା କାହିଁକି କରନ୍ତି? ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଅଛି କି ….ଉତ୍ତରେରେ ସେ କହିଛନ୍ତି , ମୁଁ ଏହା କରିବାକୁ ପସନ୍ଦ କରେ କାରଣ ଏହା ମୋତେ ସନ୍ତୁଷ୍ଟିର ଦେଇଥାଏ। ଏହା ଏକ ରୀତିନୀତି ଯାହା ବ୍ୟକ୍ତିଗତ ସ୍ତରରେ ମୋ ହୃଦୟର ଅତି ନିକଟତର।  ମୁଁ ପ୍ରକୃତରେ ଅନୁଭବ କରୁଛି ଯେ ମୁଁ  ଇଶ୍ବରଙ୍କ ସେବା କରୁଛି। ଯେତେବେଳେ ମୁଁ ସେଠାରେ ସେବା କରେ ସେତେବେଳେ ମୁଁ ସେହି ଅନୁଭବ ପାଇଥାଏ।  ସେଥିପାଇଁ ସେବା ସମୟରେ ମୁଁ  ମୋର ଫଟୋ ନେବାକୁ କିମ୍ବା ଫଟୋ ସମ୍ପର୍କରେ ଏପରି କୌଣସି ଖବର ଭାଇରାଲ ହେଉ ତାହା ମୁଁ ପସନ୍ତ କରେନାହିଁ ।  ମୁଁ ଧ୍ୟାନ କରିବା ସହିତ କାମ କରିବାରେ ବ୍ୟସ୍ତ ରହିଥାଏ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- ForevernewsArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଇନଫୋସିସ୍ ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସୁଧା ମୁର୍ତ୍ତି ତାଙ୍କ ବ୍ୟକ୍ତିଗତ ଅହଙ୍କାରକୁ ରୋକିବା ପାଇଁ  ବର୍ଷକୁ ଥରେ ପନିପରିବା ବିକ୍ରି କରିଥିବା ଦାବିରେ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ।  ସୁଧା ମୁର୍ତ୍ତି ଭଗବାନଙ୍କ ପାଇଁ ଆୟୋଜିତ ହୋଇଥିବ ଏକ ଉତ୍ସବରେ ସେବା କରୁଥିବା ସମୟରେ ଭାଇରାଲ ଫଟୋ କେହି ଜଣେ ଉଠେଇଥିଲେ।

Avatar

Title:ଇନଫୋସିସ୍ ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସୁଧା ମୁର୍ତ୍ତୀ ବର୍ଷକୁ ଥରେ ପନିପରିବା ବିକ୍ରି କରନ୍ତି କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *