
ସୋସିଆଲ ମିଡିଆରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତ୍ତି ଦେଉଥିବାର ଶୁଣିବାକୁ ମିଳୁଛି। ଭିଡିଓ ସହ ଦାବି କରାଯାଉଛି ଯେ, ନିତିନ ଗଡକରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ରାଗି ତାଙ୍କୁ ଗଣତନ୍ତ୍ର ବିରୋଧୀ ବୋଲି କହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲା।
11 ଫେବୃଆରିରେ Rajendra Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆନ୍ଦୋଳନଜୀବୀ ମନ୍ତବ୍ୟ ଉପରେ ଖୁବ କଡ଼ା ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବିଜେପି ସଭାପତି ଶ୍ରୀ ନୀତିନ ଗଡ଼କରୀ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 118ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଆମେ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Bharatiya Janata party ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 15-8-2011ରେ ପୋଷ୍ଟ କରାଯାଇଛି। ତେବେ ନିତୀନ ଗଡ଼କରି କହୁଥିବା ପ୍ରଧାନମନ୍ତ୍ରୀ ସେତେବେଳେ ନରେନ୍ଦ୍ର ମୋଦି ନୁହଁନ୍ତି ବରଂ ମନମୋହନ ସିଂହ ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
2011ରେ The Economic Times ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଗାଡକରୀଙ୍କ ମନ୍ତବ୍ୟ 2011ର ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାଧୀନତା ଦିବସ ଭାଷଣ ଉପରେଥିଲା। ଯେଉଁଥିରେ ସେ କହିଥିଲେ ଯେ ଲୋକପାଲ ବିଲ୍ ବିଷୟରେ ଦେଶବାସୀ ତତ୍ପର ହୁଅନ୍ତୁ ନାହିଁ। “ଉଚ୍ଚ ସ୍ଥାନରେ ଦୁର୍ନୀତି ରୋକିବା ପାଇଁ ଆମେ ଏକ ଶକ୍ତିଶାଳୀ ଲୋକପାଲ ଚାହୁଁଛୁ। ଏହା ହାସଲ କରିବା ପାଇଁ ଆମେ ସଂସଦରେ ଏକ ବିଲ୍ ସ୍ୱାଆଗତ କରିଛୁ। ବର୍ତ୍ତମାନ ଲୋକପାଲ କେଉଁ ପ୍ରକାରର ଆଇନ ପ୍ରଣୟନ କରାଯିବା ଉଚିତ ତାହା କେବଳ ସଂସଦ ସ୍ଥିର କରିପାରିବ। ଯେଉଁମାନେ ଏହି ବିଲ୍ ସହ ସହମତ ନୁହଁନ୍ତି ସେମାନେ ସଂସଦ, ରାଜନୈତିକ ଦଳ ତଥା ଏପରିକି ଗଣମାଧ୍ୟମକୁ ନିଜର ମତ ରଖିପାରିବେ। ତଥାପି ମୁଁ ମଧ୍ୟ ବିଶ୍ୱାସ କରେ ଯେ ସେମାନେ ଭୋକ ଉପାସରେ ରହିବା ଉଚିତ୍ ନୁହେଁ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଉପବାସ କରିବା ଉଚିତ୍ ନୁହେଁ। ” ତେବେ ଏହାକୁ ନେଇ ନିତିନ ଗଡ଼କରୀ ତାଙ୍କ ମତ ହେଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ନୀତିନ ଗଡ଼କରିଙ୍କ ଭାଇରାଲ ହେଉଥିବା ଭିଡିଓ 2011ର ଅଟେ। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ବରଂ ମନମୋଦନ ସିଂକୁ କହୁଛନ୍ତି।

Title:ନିତିନ ଗଡ଼କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଣତନ୍ତ୍ର ବିରୋଧୀ ବୋଲି କହିଛନ୍ତି?
Fact Check By: Saritadevi SamalResult: False