
13 ଫେବୃଆରିରେ Kailash Gupta ନମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟକରିଥିବା ଭିଡିଓରେ ରାହୁଲ ଗାନ୍ଧି ଚିଲକୁ ଦେଖି ବେରୋଜଗାରୀ ହୋଇଥାବର କଥା କହୁଥିବାର ଦେଖା ଯାଉଛନ୍ତି। ରାହୁଲ ଗାନ୍ଧି ଏକ କାର୍ଯ୍ୟକ୍ରମରେ ଆକାଶକୁ ଅନେଇ ଚିଲକୁ କହୁଛନ୍ତି ଯେ, ମୋଦି ସରକାରଙ୍କ କାରଣରୁ ଆକାଶରେ ଉଡୁଥିବା ଚିଲମାନେ ବେରୋଜଗାର ଅଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଜୋରଦାର କଟାକ୍ଷ୍ୟ କରାଯାଇଛି। ଏହା ସହାତ ଭିଡିଓକୁ କେବଳ ଫୋସବୁକରେ ନୁହଁ ବରଂ ଅନ୍ୟାନ୍ୟ ହ୍ୱାଟ୍ସ ଅପ,ହେଲୋ ପେଜରେ ମଧ୍ୟ ଏହି ଭିଡିଓକୁ ପୋଷ୍ଟ କରାଯାଇଛି। ତଳେ ପୋଷ୍ଟ ଦେଖନ୍ତୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 977,748 ଲୋକ ଦେଖିସାରିଛନ୍ତି। ଏହା ଛଡ଼ା ପୋଷ୍ଟକୁ 33ଥର ସେୟାର କରାଯାଇଛି ଏବଂ 28 କମେଣ୍ଟ ସହ 141 ଲାଇକ ମଧ୍ୟ ମିଳିଛି।
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇଲୁ। ଏହା ପରେ ଭିଡିଓର ଇମେଜକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ୟୁଟ୍ୟୁବରେ ଭାଇରାଲ ଭିଡିଓର ପୁରା ଭିଡିଓ ପାଇଲୁ। ABP NEWS ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ।
ରାହୁଲ ଗାନ୍ଧୀ ଏହି ଭାଷଣରେ ଭାରତରେ ଏକତା ,ଶାନ୍ତି ଏବଂ ଭାଇଚାରେ ବିଷୟରେ କହୁଥିଲେ। ଏଥି ମଧ୍ୟରେ ସେ ଏକ ପ୍ରଶ୍ନ ପଚାରିଲେ ଏବଂ କହିଲେ କି କିଛି ଲୋକ ବିଜେପି ,ଆରଏସଏସ ଏବଂ ନରେନ୍ଦ୍ର ମୋଦିଙ୍କୁ ଏହି ଶାନ୍ତିର ପଛର କାରଣ କହିଛନ୍ତି ଯେ, ଏହା ପରେ ରାହୁଲ ଗାନ୍ଦି ଜୋର ଦେଇ କହୁଛନ୍ତି ଯେ, ଦେଶର ଯୁବା ପିଢ଼ିଙ୍କ ପାଖରେ ମାଗଦର୍ଶନ ନଥିବା ସହ ରୋଜଗାରଭି ନାହିଁ। ଏହାପରେ ସେ ଚିଲକା ଉଦାହରଣ ଦେଇ କହୁଛନ୍ତି ଯେ, ପୂର୍ବ 5 ବର୍ଷରୁ ନରେନ୍ଦ୍ର ମୋଦି 3 ଲକ୍ଷ୍ୟ 50 ହଜାର କୋଟି ଟଙ୍କା ଅନିଲ ଅମ୍ବାନି, ଅଦାନୀ ପରି ଲୋକଙ୍କୁ ଦେଇ ଦେଇଛନ୍ତି। ଭିଡିଓର 8 ମିନିଟ 40 ସେକେଣ୍ଡରେ ସେ କହୁଛନ୍ତି ଯେ, ଅଛା ଭାଇମାନେ ମୋତେ ଏଠାରେ ଏକ କଥା ବୁଯାଅ ଯେ, ଆକାଶରେ ଚିଲ ଉଡୁଛନ୍ତି। ଏହି ଚଲ ଏଠାରେ କଣ କରୁଛନ୍ତି। କୁହ ମତେ । କେହି କହିପିରିବେ କି ଏହି ଚିଲ ଆକାଶରେ ଯଉ ବୁଲୁଛନ୍ତି , ଏମାନେ କାହିଁକି ବୁଲୁଛନ୍ତି। ଏହା ଆବର୍ଯନା ଅଟେ। ଆପଣମାନେ କୁହନ୍ତୁ ଏହି ଆବର୍ଯନା ହଟାଇବା ପାଇଁ କେତେ କୋଟି ଦରକାର । 5 କୋଟି? 10 କୋଟି ? 10 ବର୍ଷର ଛୁଆ କହୁଛି .ଠିକ ଅଛି 50 କୋଟି ଲାଗିଜିବ। ନରେନ୍ଦ୍ର ମୋଦି କିଛି ଦିନ ପୂର୍ବରୁ କହିଛନ୍ତି ଯେ, ହିନ୍ଦୁସ୍ତାନର ସବୁଠାରୁ ଧନୀ ଲୋକଙ୍କ 1 କୋଟି 30 ଲକ୍ଷ୍ୟ ଲଙ୍କା ଟେକ୍ସ କ୍ଷ୍ୟମା କରାଯାଇଛି। ଆପଣମାନେ ଆବର୍ଜନାରେ ରୁହନ୍ତୁ। ଆପଣମାନେ 24 ଘଣ୍ଟା ଆବର୍ଜନାରେ ରୁହନ୍ତୁ ସେମାନେ ମହଲରେ ଶାନ୍ତିରେ ରୁହନ୍ତୁ। ଅଧିକ ସୂଚନା ପାଇଁ ଉପରୋକ୍ତ ଭିଡିଓ ଦେଖନ୍ତୁ।
ଏଥିରୁ ସ୍ପଷ୍ଟ ହେଉଛି ଯେ, ରାହୁଲ ଗାନ୍ଧୀଙ୍କର ଭାଇରାଲ ଭିଡିଓ ଏଡ଼ିଟେଡ ଅଟେ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ ଏଡ଼ିଟ୍ ଅଟେ। ରାହୁଲ ଗାନ୍ଧି ତାଙ୍କ ଭାଷଣରେ ନରେନ୍ଦ୍ର ମୋଦିଙ୍କ ଲାଗି ଚିଲମାନେ ବେରୋଜଗାରଥିବା କଥା କହି ନହାନ୍ତି।

Title:କ’ଣ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କହିଥିଲେ ଯେ, ମୋଦିଙ୍କ ପାଇଁ ଚିଲମାନେ ବେରୋଜଗାର ଅଛନ୍ତି?ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: False