
ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଏବଂ ଅନେକ ରାଜନୈତିକ ଖବରକୁ ନେଇ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଝିଅ ଫଟୋ ଉଠାଉଛି ଏବଂ ପଛରେ ଅନ୍ୟ ଛାତ୍ରମାନେ କମଳାଙ୍କର ସ୍କାର୍ଫ ପକାଇ କୁର୍ତା ପିନ୍ଧିଥିବାର ଦେଖାଯାଉଛିନ୍ତି। ଫଟୋରେ ଦାବି କରାଯାଇଛି ଯେ, ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତାଙ୍କ ଗ୍ରାଜୁଏସନ ଦିନରେ ବ୍ରିଟିସ ଇରାରେ ପିନ୍ଧୁଥିବା କଳା କୋଟକୁ ନ ପିନ୍ଧି କୁର୍ତା ଏବଂ କମଳା ସ୍କାର୍ଫ ପିନ୍ଧିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
19 ମାର୍ଚ୍ଚରେ Postoast ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତାଙ୍କ ଗ୍ରାଜୁଏସନ ଶେଷ ଦିନରେ ବ୍ରିଟିସ ଇରାରେ ପିନ୍ଧୁଥିବା କଳା କୋଟକୁ ନ ପିନ୍ଧି କୁର୍ତା ଏବଂ କମଳା ସ୍କାର୍ଫ ପିନ୍ଧିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 434ଥର ସେୟାର କରାଯାଇଥିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତାଙ୍କ ଗ୍ରାଜୁଏସନ ଶେଷ ଦିନରେ ବ୍ରିଟିସ ଇରାରେ ପିନ୍ଧୁଥିବା କଳା କୋଟକୁ ନ ପିନ୍ଧି କୁର୍ତା ଏବଂ କମଳା ସ୍କାର୍ଫ ପିନ୍ଧିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲେର ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଏହା ପରେ ଆମେ uttaranchal university ପେଜରେ ଯାଇ ଭାଇରାଲ ଫଟୋ ସର୍ଚ୍ଚ କରିଲୁ। ୟୁନିଭର୍ସିଟି ପେଜରେ ହୋଇଥିବା କନକ୍ଲେଭ ପ୍ରୋଗ୍ରାମର ଅନ୍ୟ କିଛି ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ଛାତ୍ରମାନେ କେବଳ ଗେରୁଆ ରଙ୍ଗର ସ୍କାର୍ଫ ପିନ୍ଧି ନାହାନ୍ତି ବରଂ ଅନ୍ୟ ଛାତ୍ରମାନେ ଅଲଗା ଅଲଗା ରଙ୍ଗର ସ୍କାର୍ଫ ପିନ୍ଧିଛନ୍ତି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ uttaranchal university ପେଜର ଲିଙ୍କ ଦେଖନ୍ତୁ।
ଗୁଗୁଲ drive ପେଜେର ବିଶ୍ୱବିଦ୍ୟାଳର ଅନ୍ୟ ସମସ୍ତ ଫଟୋ ପୋଷ୍ଟ କରାଯାଇଛି। ସେଠାରେ ଲିଙ୍କ ଦେଖନ୍ତୁ। ଅନ୍ୟ ଛାତ୍ରମାନେ ମଧ୍ୟ ଭିବିନ୍ନ ପ୍ରକାରର ସ୍କାର୍ଫ ପିନ୍ଧିଥିବାର ଦେଖାଯାଉଛନ୍ତି। ତଳେ ଫଟୋ ଦେଖନ୍ତୁ।
29 ଫେବୃଆରୀ 2020 ରେ ଉତ୍ତରାଞ୍ଚଳ ବିଶ୍ୱବିଦ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲରେ ସମ୍ପୃକ୍ତ କାର୍ଯ୍ୟକ୍ରମର ଫଟୋ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଏହି କାର୍ଯ୍ୟକ୍ରମ ଗତ ବର୍ଷର ଅଟେ। ଟ୍ୱିଟରେ ଲେଖାଯାଇଛି ଯେ, ଉତ୍ତରାଞ୍ଚଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସମ୍ମିଳନୀ ସମାରୋହର ଗ୍ରାଣ୍ଡ୍ ସେଲିବ୍ରେସନ୍ 59 ସ୍ୱର୍ଣ୍ଣ ପଦକ, 16 ଡକ୍ଟରେଟ୍ (Ph.D.) ଏବଂ 2668 ଡିଗ୍ରୀ ହାସଲ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଏହାକୁ ନେଇ ଆମେ uttaranchal university ସହ ସମ୍ପର୍କ କରିଲୁ। ୟୁନିଭର୍ସିଟିର ମାସ କମ୍ୟନିକେଶନ ଡିପାର୍ଟମେଣ୍ଟରେ ସମ୍ପର୍କରେ ସେଠାକାର କାର୍ଯ୍ୟକାର୍ତ୍ତା ସ୍ପଷ୍ଟ କରିଥିଲେ ଯେ, ଭାଇରାଲ ଫଟୋର ପ୍ରୋଗ୍ରାମ ସରକାରି କାର୍ଯ୍ୟକ୍ରମଥିଲା। ଯେଉଁଥିରେ ସମସ୍ତ ଛାତ୍ରଙ୍କୁ କୁର୍ତ୍ତା ପିନ୍ଧିବା ପାଇଁ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମ ଗତ ବର୍ଷର ଅଟେ। ଗେରୁଆ ରଙ୍ଗର କାର୍ଯ୍ୟକ୍ରମ ସହ କୌଣସି ସମ୍ପର୍କ ନାହିଁ। ଅଲଗା ଅଲଗା ଡିପାର୍ଟମେଣ୍ଟର ଛାତ୍ର ଅଲଗା ଅଲଗା ରଙ୍ଗର ସ୍କାର୍ଫ ପିନ୍ଧିଥିଲା। ଫଟୋର କୌଣସି ଧାର୍ମିକ କିମ୍ବା ସମାଜକୁ କୌଣସି ବାର୍ତ୍ତା ଦେବା ସହ କୌଣସି ସମ୍ପର୍କ ନାହିଁ। ଏହା ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମର ଏକ ଅଂଶଥିଲା।
ଏହା ପରେ ଆମକୁ ugcର ଏକ ପୋଷ୍ଟ ମିଳିଲା। ଯେଉଁଥିରେ ଜୁଲାଇ 2015 ରେ, ୟୁଜିସି ସଚିବ ଡକ୍ଟର ଜସପାଲ୍ ଏସ୍ ସାନ୍ଧୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ଏକ ଚିଠି ଲେଖି ସେମାନଙ୍କୁ ସମ୍ମିଳନୀ ପରି ଉତ୍ସବରେ ହସ୍ତତନ୍ତ ବସ୍ପୋଷାକ ପରିଧାନ କରିବାକୁ କହିଥିଲେ। ଚିଠିରେ ଦର୍ଶାଯାଇଛି ଯେ ହସ୍ତତନ୍ତ ବସ୍ତ୍ର କେବଳ ଧନୀ ଭାରତୀୟ ସଂସ୍କୃତି ଏବଂ ଏୈତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ, ଏହା ଲକ୍ଷ ଲକ୍ଷ ଗ୍ରାମୀଣ ଲୋକଙ୍କୁ ମଧ୍ୟ ଜୀବିକା ଯୋଗାଇଥାଏ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ugcର ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତାଙ୍କ ଗ୍ରାଜୁଏସନ ଶେଷ ଦିନରେ ବ୍ରିଟିସ ଇରାରେ ପିନ୍ଧୁଥିବା କଳା କୋଟକୁ ନ ପିନ୍ଧି କୁର୍ତା ଏବଂ କମଳା ସ୍କାର୍ଫ ପିନ୍ଧିଥିବା ଦାବି ମିଥ୍ୟା ଅଟେ। ବିଶ୍ୱବିଦ୍ୟାଳୟର ଅଲଗା ଅଲଗା ଡିପାର୍ଟମେଣ୍ଟ ଛାତ୍ରମାନେ ଅଲଗା ଅଲଗା ରଙ୍ଗର ସ୍କାର୍ଫ କାର୍ଯ୍ୟକ୍ରମରେ ପିନ୍ଧିଥିଲେ। 2015ରେ ୟୁଜିସି ସଚିବ ଡକ୍ଟର ଜସପାଲ୍ ଏସ୍ ସାନ୍ଧୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ଏକ ଚିଠି ଲେଖି ସେମାନଙ୍କୁ ସମ୍ମିଳନୀ ପରି ଉତ୍ସବରେ ହସ୍ତତନ୍ତ ବସ୍ପୋଷାକ ପରିଧାନ କରିବାକୁ କହିଥିଲେ।

Title:ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଗ୍ରାଜୁଏସନ ଦିନରେ ବ୍ରିଟିସ ଏରାର କଳା କୋଟକୁ ନ ପିନ୍ଧି କୁର୍ତା ଏବଂ କମଳା ସ୍କାର୍ଫ ପିନ୍ଧିଥିଲେ ?
Fact Check By: Saritadevi SamalResult: False